କେନ୍ଦ୍ରର ଇନ୍ଧନ ଶୁଳ୍କ କମାଇବା ପଦକ୍ଷେପକୁ ପ୍ରଶଂସା କଲେ ଧର୍ମେନ୍ଦ୍ର ପ୍ରଧାନ, ପିଏମ ଓ ଅର୍ଥମନ୍ତ୍ରୀଙ୍କୁ ଜଣାଇଲେ ଧନ୍ୟବାଦ
ଭୁବନେଶ୍ୱର, 27 ମାର୍ଚ୍ଚ (ହି.ସ.)- କେନ୍ଦ୍ରର ଇନ୍ଧନ ଶୁଳ୍କ କମାଇବା ପଦକ୍ଷେପକୁ ପ୍ରଶଂସା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାସହିତ ସେ ପିଏମ ମୋଦି ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ
କେନ୍ଦ୍ରର ଇନ୍ଧନ ଶୁଳ୍କ କମାଇବା ପଦକ୍ଷେପକୁ ପ୍ରଶଂସା କଲେ     ଧର୍ମେନ୍ଦ୍ର ପ୍ରଧାନ, ପିଏମ ଓ ଅର୍ଥମନ୍ତ୍ରୀଙ୍କୁ ଜଣାଇଲେ ଧନ୍ୟବାଦ


ଭୁବନେଶ୍ୱର, 27 ମାର୍ଚ୍ଚ (ହି.ସ.)- କେନ୍ଦ୍ରର ଇନ୍ଧନ ଶୁଳ୍କ କମାଇବା ପଦକ୍ଷେପକୁ ପ୍ରଶଂସା

କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାସହିତ ସେ ପିଏମ ମୋଦି ଓ ଅର୍ଥମନ୍ତ୍ରୀ

ନିର୍ମଳା ସୀତାରମଣଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ପଶ୍ଚିମ

ଏସିଆରେ ବଢୁଥିବା ଭୂ-ରାଜନୈତିକ ତିକ୍ତତା ଯୋଗୁଁ ଆନ୍ତର୍ଜାତୀୟ ଉର୍ଜା ବଜାର ପ୍ରଭାବିତ

ହେଉଥିବା ସମୟରେ ପେଟ୍ରୋଲ ଓ ଡିଜେଲ ଉପରେ କେନ୍ଦ୍ରୀୟ ଅବକାରୀ ଶୁଳ୍କରେ ଲିଟର ପିଛା ୧୦ ଟଙ୍କା

ହ୍ରାସ କରିବା ଏକ ସମୟୋଚିତ ପଦକ୍ଷେପ । ସାମ୍ପ୍ରତିକ ସମୟରେ ଏହି ନିର୍ଣ୍ଣାୟକ ତଥା ସୁଚିନ୍ତିତ

ପଦକ୍ଷେପ ପାଇଁ ମୁଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା

ସୀତାରମଣଙ୍କୁ ଅଶେଷ ଧନ୍ୟବାଦ ଜଣାଉଛି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଏହି ସାହସିକ ନିଷ୍ପତ୍ତି ଦ୍ୱାରା

ଘରୋଇ ଉପଭୋକ୍ତା ବିଶେଷ ଭାବରେ ସାଧାରଣ ପରିବାର, ମଧ୍ୟବିତ୍ତ ଓ ବ୍ୟବସାୟୀମାନେ ଉପକୃତ ହେବେ । ଏହା ମୁଦ୍ରାସ୍ଫୀତି

ନିୟନ୍ତ୍ରଣ କରିବା ସହ ଦେଶର ଅର୍ଥନୈତିକ ସ୍ଥିରତା ବଜାୟ ରଖିବାରେ ବଡ଼ ଭୂମିକା ଗ୍ରହଣ କରିବ ।

ଜାତୀୟ ସ୍ୱାର୍ଥ ରକ୍ଷା ସହ ଦେଶର ଉର୍ଜା ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ମୋଦୀ ସରକାର

ସଦାସର୍ବଦା ବଦ୍ଧପରିକର ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande