ପେଟ୍ରୋଲ ଓ ଡିଜେଲ ଉପରେ କେନ୍ଦ୍ରୀୟ ଅବକାରୀ ଶୁଳ୍କ ହ୍ରାସ ନିଷ୍ପତିକୁ କେନ୍ଦ୍ରମନ୍ତ୍ରୀଙ୍କ ସ୍ୱାଗତ
ବିଶ୍ୱ ଅସ୍ଥିରତା ମଧ୍ୟରେ ମୋଦୀ ସରକାରଙ୍କ ନିଷ୍ପତି ସମୟୋଚିତ ଓ ସାହସିକ - ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀ, କେନ୍ଦ୍ର ଅର୍ଥମନ୍ତ୍ରୀ ଓ ପେଟ୍ରୋଲିୟମ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ପେଟ୍ରୋଲ ଓ ଡିଜେଲ ଉପରେ କେନ୍ଦ୍ରୀୟ ଅବକାରୀ ଶୁଳ୍କ ଲିଟର ପିଛା ୧୦ ଟଙ୍କା
ପେଟ୍ରୋଲ ଓ ଡିଜେଲ ଉପରେ     କେନ୍ଦ୍ରୀୟ ଅବକାରୀ ଶୁଳ୍କ ହ୍ରାସ ନିଷ୍ପତିକୁ କେନ୍ଦ୍ରମନ୍ତ୍ରୀଙ୍କ ସ୍ୱାଗତ


ବିଶ୍ୱ ଅସ୍ଥିରତା ମଧ୍ୟରେ

ମୋଦୀ ସରକାରଙ୍କ ନିଷ୍ପତି ସମୟୋଚିତ ଓ ସାହସିକ - ଧର୍ମେନ୍ଦ୍ର ପ୍ରଧାନ

ପ୍ରଧାନମନ୍ତ୍ରୀ, କେନ୍ଦ୍ର ଅର୍ଥମନ୍ତ୍ରୀ ଓ ପେଟ୍ରୋଲିୟମ ମନ୍ତ୍ରୀଙ୍କୁ ଧନ୍ୟବାଦ

ଜଣାଇଲେ

ପେଟ୍ରୋଲ ଓ ଡିଜେଲ ଉପରେ

କେନ୍ଦ୍ରୀୟ ଅବକାରୀ ଶୁଳ୍କ ଲିଟର ପିଛା ୧୦ ଟଙ୍କା ହ୍ରାସ ଦ୍ୱାରା ସାଧାରଣ ଉପଭୋକ୍ତା ଓ

ବ୍ୟବସାୟୀମାନେ ବିଶେଷ ଉପକୃତ ହେବେ

ଏଲପିଜି ଆବଣ୍ଟନକୁ ସଙ୍କଟ

ପୂର୍ବ ସ୍ଥିତିର ୭୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିବା ଦୂରଦୃଷ୍ଟିସମ୍ପନ୍ନ ନିଷ୍ପତ୍ତି

ଜାତୀୟ ସ୍ୱାର୍ଥ ରକ୍ଷା ସହ

ଦେଶର ଉର୍ଜା ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ମୋଦୀ ସରକାର ବଦ୍ଧପରିକର

ନୂଆଦିଲ୍ଲୀ, ୨୭ ମାର୍ଚ୍ଚ (ହି.ସ) - ପଶ୍ଚିମ ଏସିଆରେ ବଢୁଥିବା ଭୂ-ରାଜନୈତିକ

ତିକ୍ତତା ଏବଂ ବିଶ୍ୱ ଉର୍ଜା ବଜାରରେ ଦେଖାଦେଇଥିବା ଅସ୍ଥିରତା ମଧ୍ୟରେ ଭାରତ ସରକାରଙ୍କ

ଜନକଲ୍ୟାଣକାରୀ ପଦକ୍ଷେପକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଚ୍ଚ

ପ୍ରଶଂସା କରିଛନ୍ତି । ପେଟ୍ରୋଲ ଓ ଡିଜେଲ ଉପରୁ କେନ୍ଦ୍ରୀୟ ଅବକାରୀ ଶୁଳ୍କ ହ୍ରାସ ଏବଂ

ବାଣିଜ୍ୟିକ କ୍ଷେତ୍ର ପାଇଁ ଏଲପିଜି ଆବଣ୍ଟନ ବୃଦ୍ଧି ନିଷ୍ପତ୍ତିକୁ ସେ ଏକ ସମୟୋଚିତ ଓ

ସାହସିକ ପଦକ୍ଷେପ ଭାବେ ଅଭିହିତ କରିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ପେଟ୍ରୋଲ ଓ ଡିଜେଲ ଉପରେ କେନ୍ଦ୍ରୀୟ ଅବକାରୀ ଶୁଳ୍କ ଲିଟର ପିଛା ୧୦

ଟଙ୍କା ହ୍ରାସ କରିବା ଦ୍ୱାରା ଦେଶର ମଧ୍ୟବିତ୍ତ ପରିବାର, ସାଧାରଣ ଉପଭୋକ୍ତା ଏବଂ ବ୍ୟବସାୟୀମାନେ ବିଶେଷ ଭାବେ ଉପକୃତ ହେବେ। ଏହି ନିର୍ଣ୍ଣାୟକ

ପଦକ୍ଷେପ ମୁଦ୍ରାସ୍ଫୀତି ନିୟନ୍ତ୍ରଣ କରିବାରେ ଏବଂ ଦେଶର ଆର୍ଥିକ ସ୍ଥିରତା ବଜାୟ ରଖିବାରେ

ମାଇଲଖୁଣ୍ଟ ସାବ୍ୟସ୍ତ ହେବ । ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ

କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ବିଶ୍ୱସ୍ତରୀୟ ଯୋଗାଣ

ଶୃଙ୍ଖଳା ବାଧାପ୍ରାପ୍ତ ହେଉଥିବା ବେଳେ, ବାଣିଜ୍ୟିକ

ଏଲପିଜି ଆବଣ୍ଟନକୁ ସଙ୍କଟ ପୂର୍ବ ସ୍ଥିତିର ୨୦ ପ୍ରତିଶତ ଅତିରିକ୍ତ ସହ ୭୦ ପ୍ରତିଶତ ପର୍ଯ୍ୟନ୍ତ

ବୃଦ୍ଧି କରିବା ଏକ ଦୂରଦୃଷ୍ଟିସମ୍ପନ୍ନ ନିଷ୍ପତ୍ତି । ଏହା ଦ୍ୱାରା ଇସ୍ପାତ, ବୟନ ଶିଳ୍ପ, କେମିକାଲ୍ସ ଏବଂ ଅଟୋମୋବାଇଲ୍

ପରି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡ଼ିକ ଅଧିକ କ୍ରିୟାଶୀଳ ହେବ । ଶ୍ରମ-ଭିତ୍ତିକ ଶିଳ୍ପଗୁଡ଼ିକୁ

ସହାୟତା ମିଳିବା ସହ ଅର୍ଥନୈତିକ ଗତିଶୀଳତା ବଜାୟ ରହିବ । ମନ୍ତ୍ରୀ ଶ୍ରୀ ପ୍ରଧାନ ଆହୁରି ମଧ୍ୟ

କହିଛନ୍ତି ଯେ,

ଡିଜେଲ ଏବଂ ବିମାନ ଇନ୍ଧନ ବା ଏଟିଏଫ ଉପରେ ରପ୍ତାନି ଶୁଳ୍କ ଧାର୍ଯ୍ୟ

କରିବା ଦେଶର ଉର୍ଜା ସୁରକ୍ଷା ଏବଂ ଜାତୀୟ ସ୍ୱାର୍ଥକୁ ପ୍ରାଥମିକତା ଦେବାର ଏକ ସ୍ପଷ୍ଟ ପ୍ରମାଣ

। ଯେଉଁ ସମୟରେ ବିଶ୍ୱର ଅନେକ ଦେଶ ଶକ୍ତି ସଙ୍କଟ ଓ ବର୍ଦ୍ଧିତ ମୂଲ୍ୟ ଯୋଗୁଁ ସଂଘର୍ଷ କରୁଛନ୍ତି, ଭାରତର ଏହି ସନ୍ତୁଳିତ ଆଭିମୁଖ୍ୟ ପ୍ରଧାନମନ୍ତ୍ରୀଙ୍କ ଦକ୍ଷ

ନେତୃତ୍ୱକୁ ଦର୍ଶାଉଛି ।

ଉର୍ଜା କ୍ଷେତ୍ରରେ ଏହି

ସଂସ୍କାରମୂଳକ ନିଷ୍ପତ୍ତି ପାଇଁ ସେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଶ୍ରୀ

ହରଦୀପ ସିଂହ ପୁରୀଙ୍କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି । ମୋଦୀ ସରକାର ସଦାସର୍ବଦା ଦେଶର ଉର୍ଜା

ସୁରକ୍ଷା ଏବଂ ଜନସାଧାରଣଙ୍କ ଜୀବନଧାରଣର ମାନକୁ ସହଜ କରିବା ପାଇଁ ବଦ୍ଧପରିକର ବୋଲି ଶ୍ରୀ ପ୍ରଧାନ

ନିଜ ବାର୍ତ୍ତାରେ ପ୍ରକାଶ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande