
କେନ୍ଦ୍ରାପଡା, ୨୭ ମାର୍ଚ୍ଚ (ହି.ସ.)- ଜୀବନ ଯୁଦ୍ଧରେ କିଏ ଖୁସିରେ ଜୀବନ ବିତାଉଛି ତ କିଏ ଦୁଃଖରେ କିନ୍ତୁ ଯଦି ଜୀବନ ଯୁଦ୍ଧରେ ଭବିଷ୍ୟତ ନ ଥାଏ ତେବେ.. । ଏହିପରି ଏକ ପରିବାର ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ତରଣା ଗ୍ରାମରେ ରୁହନ୍ତି। ଘର ର ମୁରବି ସୁଦର୍ଶନ ନାୟକଙ୍କର ଦୁଇ ପୁତ୍ର ଥାନ୍ତି । ସମୟ ଚକ୍ରରେ ବଡ଼ ପୁଅ ଦଶ ବର୍ଷ ପୂର୍ବେ କ୍ୟାନ୍ସରରେ ମୁତ୍ୟୁ ମୁଖରେ ପଡନ୍ତି। ସ୍ୱାମୀ ସୁଦର୍ଶନ ଗତ ବର୍ଷ ରୋଗରେ ପଡି ମୃତ୍ୟୁ ବରଣ କରନ୍ତି। ଏବେ ଘରର ଭାର ସାନ ପୁଅ ଓ ମା ଙ୍କ ଉପରେ ଥାଏ। ଚଳିବାକୁ ଭଲ ଘର ଟିଏ ନାହିଁ। ପାଲ ଘେରା କୁଡିଆରେ ଜୀବନ ବିତୁଥାଏ।ଏହି ସମୟରେ ଜଣାପଡିଲା ଯେ, ସାନ ପୁଅ ଟୁଟୁ ନାୟକଙ୍କ ଦୁଇଟି କିଡ଼ନୀ ନଷ୍ଟ ହୋଇଯାଇଛି। ସେ ଏବେ ଶଯ୍ୟାଶାୟୀ। ମା ମନୋରମା କାନ୍ଦି କାନ୍ଦି କୁହନ୍ତି ମୋର ଭବିଷ୍ୟତ ବୁଡିଗଲା। ଏହି ଖବର ପାଇ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ତାଙ୍କ ପରିବାରର ଔଷଧ ଖର୍ଚ୍ଚ ଓ ପରିବାର ଚଳିବା ପାଇଁ କିଛି ଅର୍ଥ ରାଶି ପ୍ରଦାନ କରାଯାଇଛି।
ଏହି କାର୍ଯ୍ୟକ୍ରମରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଦମନ ମହାନ୍ତି, ଟ୍ରଷ୍ଟ ର ଉପଦେଷ୍ଟା ବିଷ୍ଣୁ ଚରଣ ମହାପାତ୍ର, ତପନ କୁମାର ନାଥ, ଶଶିକାନ୍ତ ନାଥ, ଦିପ୍ତି ରଞ୍ଜନ ସେଠୀ ଓ ସାମାଜିକ କର୍ମୀ ସୁଶୀଲ ସାହୁ ସାମିଲ ଥିଲେ।
ହିନ୍ଦୁସ୍ଥାନ ସମାଚାର / ରବି