
ଭୁବନେଶ୍ୱର, 27 ମାର୍ଚ୍ଚ (ହି.ସ.)- କ୍ୟାପିଟାଲ
ହସ୍ପିଟାଲ ପାର୍କିଂରେ କାର କାଚ ଭାଙ୍ଗି ଲୁଟ ଘଟଣାରେ ଲୁଟେରାକୁ ଗିରଫ କରିଛି କ୍ୟାପିଟାଲ ଥାନା
ପୋଲିସ । ବାପୁଜି ନଗରରେ ଲୁଟ ମୋବାଇଲ ବିକ୍ରି
ବେଳେ ମାଡ଼ିବସିଲା ପୋଲିସ । ଗିରଫ ଲୁଟେରା
ହେଉଛି ରାକେଶ ଖୁଣ୍ଟିଆ ଓରଫ ଟୁଟୁଲୁ । ରାକେଶ
ନାଁରେ 17ରୁ ଅଧିକ ମାମଲା ଥିବା କମିସନରେଟ ପୋଲିସ ଜାଣିବାକୁ ପାଇଛି । ସୂଚନା ଅନୁଯାଇ 26ତାରିଖ ଦିନ ଅଭିଯୋଗକାରି ରଂଜିତ
ବିଶ୍ୱାଳ କ୍ୟାପିଟାଲ ହସ୍ପିଟାଲ ପାର୍କିଂରେ କାର ପାର୍କିଂ କରି କ୍ୟାପିଟାଲ ହସ୍ପିଟାଲକୁ
ଯାଇଥିଲେ । ପରେ ଆସି ଦେଖିଲା ବେଳକୁ ତାଙ୍କ କାର
କାଚ ଭାଙ୍ଗି ନଗଦ 25ହଜାର ଟଙ୍କା ଏବଂ ଆଇ ଫୋନ ଚୋରି କରିନେଇଥିଲେ ଲୁଟେରା । କ୍ୟାପିଟାଲ ଥାନାରେ ଅଭିଯୋଗ ପରେ ତଦନ୍ତ କରିଥିଲା
ପୋଲିସ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା