
ଭଦ୍ରକ, ୨୭ ମାର୍ଚ୍ଚ (ହି.ସ.)ପବିତ୍ର ରାମ ନବମୀ ଅବସରରେ ଧାମରା ଗୈରିକ ମୟ ହୋଇପଡିଛି। ଏହି ଅବସରରେ ଧାମରା ବଜାର ଠାରୁ ଆରମ୍ଭ କରି ଧାମରା ୮ ପଂଚାୟତରେ ଶ୍ରୀରାମ ନବମୀ ଅବସରରେ ସମସ୍ତ ଅଂଚଳରେ ଗୈରିକ ପତାକା ପୁର ପଲ୍ଲୀରେ ଛାଇ ଯାଇଥିବା ବେଳେ ସମସ୍ତ ଅଂଚଳରେ ଶ୍ରୀରାମ ଧ୍ୱନି ମଧ୍ୟରେ ଉତ୍ସବ ମୁଖର ହୋଇ ପଡିଛି। ଏହି ପବିତ୍ର ଦିବସ ଅବସରରେ ସତ୍ୟ ଧମ ର୍ଓ ନ୍ୟାୟରେ ଚାଲିବା ପାଇଁ ସମସ୍ତେ ପ୍ରେରଣା ପାଇଥାନ୍ତି। ପୁରଷୋତମ ପ୍ରଭୁ ଶ୍ରୀରାମ ଚନ୍ଦ୍ର ଙ୍କ ସଂପୂର୍ଣ ଜୀବନ ମାନବ ଜାତି ପାଇଁ ଉତ୍ସଗୀକୃତ ଥିବା ବେଳେ ଆଜିର ଏହି ନବମୀ ଅବସରରେ ମା ଧାମରାଇ ଯୁବ ପରିଷଦ ତରଫରୁ ଧାମରାର ପ୍ରତିଷ୍ଠିତ ଦେବୀ ମା ଧାମରାଇଙ୍କ ମନ୍ଦିର ନିକଟରୁ ଏକ ଭବ୍ୟ ରଥ ବାହାରି ଧାମରା, ଜାଗୁଳା, କଇଥଖୋଲା, କରଞମାଳ, କରଣପଲ୍ଲୀ,ବାଂଶଡା ଏବଂ ଦୋସିଙ୍ଗା ପଂଚାୟତ ଅତିକ୍ରମ କରିବା ପରେ ଭଦ୍ରକ ଅଭିମୁଖେ ଯାତ୍ରା କରିଥିଲା। ପୁରପଲ୍ଲୀରେ ଶ୍ରୀରାମ ନାରା ଏବଂ ଶୁଭଶଙ୍ଖ ର ତାଳେ ତାଳେ ଜୟଶ୍ରୀ ରାମ ଏବଂ ଜୟ ହନୁମାନ ଲେଖା ସମ୍ବଳିତ ପତାକା ଧରି ଶ୍ରୀ ରାମ ଭକ୍ତ ମାନେ ଏହି ଯାତ୍ରାରେ ଯୋଗ ଦେଇଥିଲେ।ଏହି ପବିତ୍ର ରଥ ପରିକ୍ରମା ରେ ମା ଧାମରାଇ ଯୁବ ପରିଷଦର ତାପସ ନାୟକ,ପ୍ରଦ୍ୱୀପ ରାଉତ, ପ୍ରସନଜିତ ଗୁଡିଆ, ପ୍ରଭାତ ପଣ୍ଡା, ବିପିନ ବେହେରା, ଚନ୍ଦ୍ର ଶେଖର ଜେନା,ବାପୁଜୀ ମାଝୀ, ମନୁ ଲେଙ୍କା,କାର୍ତିକ ଗୁଡିଆ, ପଦ୍ମଲୋଚନ ମାନ୍ନା,ହରିହର ଜେନା, ସୂର୍ଯ୍ୟକାନ୍ତ ବିଶ୍ୱାଳ ,ଧ୍ରୁବଚରଣ ବେହେରା, ଅଂଶୁମାନ ମଲିକଙ୍କ ସମେତ ଧାମରା ଅଂଚଳର ନରନାରୀ ଏବଂ ଯୁବକ ଯୁବତୀ ମାନେ ଅଂଶ ଗ୍ରହଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
---------------
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ