
ଭୁବନେଶ୍ୱର, 27 ମାର୍ଚ୍ଚ (ହି.ସ.)- କେନ୍ଦ୍ରର ଇନ୍ଧନ ଶୁଳ୍କ କମାଇବା ପଦକ୍ଷେପକୁ ପ୍ରଶଂସା
କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ।
ଏନେଇ ସୋସିଆଲ ମିଡିଆ ଏକ୍ସରେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପଶ୍ଚିମ ଏସିଆ ସଙ୍କଟ ମଧ୍ୟରେ ପ୍ରଧାନମନ୍ତ୍ରୀ
ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ଭାରତ ସରକାର ଏକ ଦୃଢ଼ ପଦକ୍ଷେପ ନେଇଛି।
ପେଟ୍ରୋଲ ଓ ଡିଜେଲ ଉପରେ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କକୁ ପ୍ରତି ଲିଟର ୧୦ ଟଙ୍କା କମାଯାଇଛି। ଏହି
ପଦକ୍ଷେପର ଲକ୍ଷ୍ୟ ବିଶ୍ୱସ୍ତରୀୟ ଦର ବୃଦ୍ଧିରୁ ଉପଭୋକ୍ତାମାନଙ୍କୁ ସୁରକ୍ଷା କରିବା।
ସରକାର ଦେଶୀୟ ଉପଲବ୍ଧତା ସୁନିଶ୍ଚିତ କରିବା ଓ ସମଗ୍ର ଦେଶରେ ଯୋଗାଣ
ସ୍ଥିରତା ରଖିବା ପାଇଁ ଡିଜେଲ ଉପରେ ପ୍ରତି ଲିଟର ୨୧.୫ ଟଙ୍କା ଏବଂ ଏଟିଏଫ (ବିମାନ ଟର୍ବାଇନ
ଇନ୍ଧନ) ଉପରେ ପ୍ରତି ଲିଟର ୨୯.୫ ଟଙ୍କା ରପ୍ତାନି ଶୁଳ୍କ ଲାଗୁ କରିଛନ୍ତି ।
ଏହି ପଦକ୍ଷେପଗୁଡ଼ିକ ସରକାରଙ୍କ ଦ୍ୱାରା ନାଗରିକମାନଙ୍କ ହିତ
ସୁରକ୍ଷା କରିବା ଏବଂ ଉର୍ଜା ସୁରକ୍ଷାକୁ ଦୃଢ଼ କରିବା ପ୍ରତି ଅବିରତ ପ୍ରତିବଦ୍ଧତାକୁ
ପ୍ରତିଫଳିତ କରେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା