୧୬ ନଂ ଜାତୀୟ ରାଜପଥ ଶଙ୍ଖାରିଡିହ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା : ଗର୍ଭସ୍ଥ ଶିଶୁ ସମେତ ଦମ୍ପତି ମୃତ
ଧର୍ମଶାଳା,୨୭ମାର୍ଚ୍ଚ(ହି.ସ.) - ଯାଜପୁର ଜିଲା ଜିଲା ୧୬ ନଂ ଜାତୀୟ ରାଜପଥ ଜାରକା-ଚଣ୍ଡିଖୋଲ ମଧ୍ୟସ୍ଥଳ ଶଙ୍ଖାରିଡିହଠାରେ ଆଜି ଅପରାହ୍ନରେ ମର୍ମନ୍ତୁଦ ସଡକ ଦୃର୍ଘଟଣା ଘଟିଛି । ଏକ ସ୍କୁଟିକୁ ଧକ୍କା ଦେଲା କାର । ଏହି ଘଟଣାରେ ଗର୍ଭସ୍ଥ ଶିଶୁ ସମେତ ଦମ୍ପିତି ମୃତ୍ୟୁ ବରଣ କରିଥିବା ସେମାନଙ୍କ ୪ ବର୍ଷୀ
୧୬ ନଂ ଜାତୀୟ ରାଜପଥ ଶଙ୍ଖାରିଡିହ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା : ଗର୍ଭସ୍ଥ ଶିଶୁ ସମେତ ଦମ୍ପତି ମୃତ


ଧର୍ମଶାଳା,୨୭ମାର୍ଚ୍ଚ(ହି.ସ.) - ଯାଜପୁର ଜିଲା ଜିଲା ୧୬ ନଂ ଜାତୀୟ ରାଜପଥ ଜାରକା-ଚଣ୍ଡିଖୋଲ ମଧ୍ୟସ୍ଥଳ ଶଙ୍ଖାରିଡିହଠାରେ ଆଜି ଅପରାହ୍ନରେ ମର୍ମନ୍ତୁଦ ସଡକ ଦୃର୍ଘଟଣା ଘଟିଛି । ଏକ ସ୍କୁଟିକୁ ଧକ୍କା ଦେଲା କାର । ଏହି ଘଟଣାରେ ଗର୍ଭସ୍ଥ ଶିଶୁ ସମେତ ଦମ୍ପିତି ମୃତ୍ୟୁ ବରଣ କରିଥିବା ସେମାନଙ୍କ ୪ ବର୍ଷୀୟ ଶିଶୁ କନ୍ୟା ବର୍ତି ଯାଇଥିବା ଜଣାପଡିଛି । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଶୋକରଛାୟା ଖେଳିଯାଇଛି । ମୃତକମାନେ ହେଲେ ବଡଚଣା ଥାନା ଅନ୍ତର୍ଗତ ସିଆ ଗ୍ରାମର ବୈରାଗୀ ସାହୁଙ୍କ ସାନପୁଅ ସୁବ୍ରତ(୩୬) ଓ ପତ୍ନୀ ଅନ୍ନପୂର୍ଣ୍ଣା(୩୦)ବୋଲି ଜଣାପଡିଛି । ଏହି ଘଟଣାରେ ତାଙ୍କର ୪ ବର୍ଷୀୟ ଶିଶୁକନ୍ୟା ଗୁରୁତର ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି । ଧର୍ମଶାଳା ପୁଲିସ ଦୁର୍ଘଟଣା ଗସ୍ତ ଗାଡି ୨ଟିକୁ ଜବତ କରି ତଦନ୍ତ ଚଳାଇଛି ।

ସୂଚନା ମୁତାବକ,ଆଜି ବଡଚଣା ଥାନା ଅନ୍ତର୍ଗତ ସିଆ ଗ୍ରାମର ବୈରାଗୀ ସାହୁଙ୍କୁ ସାନପୁଅ ସୁବ୍ରତ ଓ ବୋହୂଙ୍କ ସହ ସେମାନଙ୍କ ୪ ବର୍ଷୀୟ ଶିଶିକନ୍ୟାକୁ ନେଇ ଜାରକା ମେଡିକାଲକୁ ଯାଇଥିଲେ । ସୁବ୍ରତଙ୍କ ପତ୍ନୀ ୬ ମାସର ଅନ୍ତସତା ଥିବା ବେଳେ ତାଙ୍କର ଓ ୬ମାସର ଗର୍ଭସ୍ଥ ଶିଶୁର ସ୍ୱାସ୍ଥ୍ୟ ପରୀକ୍ଷା କରି ଏକ ସ୍କୁଟି(ଓଡି୦୪ଏକ୍ସ୧୭୧୪)ରେ ଘରକୁ ଫେରୁଥିଲେ । ଶଙ୍ଖାରୀଡିହ ନିକଟରେ ସେମାନଙ୍କୁ ଏକ ନାଲି ରଙ୍ଗର କାର(ଡବ୍ଲୁବି ୦୨ଏଭି ୬୧୯୦) ଧକ୍କା ଦେଇଥିଲା । ଫଳରେ ଗର୍ଭସ୍ଥ ମହିଳାଙ୍କ ସହ ସ୍ୱାମୀ ଓ ୪ବର୍ଷୀୟ ଶିଶୁ କନ୍ୟା ଗୁରୁତର ଆହତ ହୋଇଥିଲେ । ସେମାନଙ୍କୁ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା । ସେଠାରେ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ତେବେ କଟକରେ ଅନ୍ତସତା ମହିଳାଙ୍କ ସହ ସ୍ୱାମୀଙ୍କର ମୃତ ଘଟିଥିବା ବେଳେ ସେମାନଙ୍କ ୪ ବର୍ଷୀୟ ଶିଶୁ କନ୍ୟା ବର୍ତି ଯାଇଥିବା ଜଣାପଡିଛି । ଏହି କବା ପ୍ରଚାରିତ ହେବା ପରେ ସ୍ଥାନୀୟ ଅଂଚଳରେ ଶୋକରଛାୟା ଖେଳି ଯାଇଛି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande