
କେନ୍ଦ୍ରାପଡା, ୨୭ ମାର୍ଚ୍ଚ (ହି.ସ.)- କେନ୍ଦ୍ରାପଡା ଆମ ଗାଁ ସାହିତ୍ୟ ପରିଷଦ ପକ୍ଷରୁ କବିତା ପାଠ ଓ ପିତା ମାତାଙ୍କ ଅବଦାନ ସମ୍ପର୍କରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଆମ ଗାଁ ସାହିତ୍ୟ ପରିଷଦର ସଭାପତି ନାଟ୍ୟକାର ସଞ୍ଜୟ କୁମାର୍ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୂଖ୍ୟ ଅତିଥି ବିଶିଷ୍ଟ ସ୍ତମ୍ଭକାର ଡଃ. ସର୍ବେଶ୍ଵର ସେଣ, ସମ୍ମାନୀତ ଅତିଥି ଭାବେ ମୌସୁମୀ ସାହିତ୍ୟ ସଂସ୍କୃତି ପରିଷଦ ସମ୍ପାଦକ ଡଃ. ଶ୍ରୀଧର ସାମଲ, ବିଶିଷ୍ଟ ଗବେଷକ ନିରଞ୍ଜନ ମେକାପ, ସତୀର୍ଥ ର ସଭାପତି ଅମର ପ୍ରସାଦ ରାଉତ, ସରପଞ୍ଚ ତୃପ୍ତିମୟୀ କର, ଶିକ୍ଷାବିତ୍ ଶରତ ଚନ୍ଦ୍ର ପଣ୍ଡା ପ୍ରମୁଖ ଯୋଗଦେଇ କହିଲେ ପିତାମାତାଙ୍କର ବିକଳ୍ପ ନାହିଁ, ତାଙ୍କ ପାଦ ହିଁ ସନ୍ତାନର ଶ୍ରେଷ୍ଠ ତୀର୍ଥ କ୍ଷେତ୍ର । କୌଣସି ପରିସ୍ଥିତିରେ ବି ସେମାନଙ୍କ ଆଖିରେ କେବେ ଲୁହ ଦେବା ନାହିଁ।
ସମ୍ପାଦକ ସ୍ଵପ୍ନ।ଶୁ କୁମାର ଦାସ ପରିଷଦର ଆଭିମୁଖ୍ୟ ଓ କାର୍ଯ୍ୟକ୍ରମ ସମ୍ପର୍କରେ ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ। କବି ଶୈଳଜା ଶଙ୍କର ସ।ମଲ୍ ଅତିଥି ପରିଚୟ ପ୍ରଦାନ କରିଥିଲେ। କବି ନିକୁଞ୍ଜ ବିହାରୀ ପୃଷ୍ଟି, ସଞ୍ଜୟ କୁମାର୍ ମଥାନଙ୍କ ମିଳିତ ସଂଯୋଜନାରେ ଅନୁଷ୍ଠିତ କବିତା ଅ।ସରରେ କବି ଡଃ. ନାରାୟଣ ପତି, ସଂଗଠନ ସଂପାଦକ ବ।ପିନ କୁମାର ମଲ୍ଲ ଧନ୍ୟବାଦ୍ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ରବି