
ଜୟପୁର, ୨୭ ମାର୍ଚ୍ଚ (ହି.ସ.)- ଖୋଲା ମେଲା ରେ ଅସୁରକ୍ଷିତ ଅବସ୍ଥାରେ କୋରାପୁଟ ଜିଲ୍ଲାର ମାଳମାଳ ଡ୍ୟାମ୍ ଅଞ୍ଚଳ | ବିପଦରେ ପର୍ଯ୍ୟଟକଙ୍କ ସହ ସ୍ଥାନୀୟ ବାସିନ୍ଦାଙ୍କ ଜୀବନ | ରୋଜଗାରରୁ ବଞ୍ଚିତ ଶହ ଶହ ସୁରକ୍ଷା କର୍ମୀ | ଭଗବାନ ଭରସାରେ କୋଟି କୋଟି ଟଙ୍କାର ଯନ୍ତ୍ରାଂଶ।କୋରାପୁଟ ଜିଲାରେ ରହିଥିବା ବିଶାଳ ତିନୋଟି ଜଳସେଚନ ପ୍ରକଳ୍ପ ଓ ବିଦ୍ୟୁତ ପ୍ରକଳ୍ପ ରହିଛି | କୋଲାବ, ସତିଗୁଡା, ତେଲେଙ୍ଗିରି ପ୍ରକଳ୍ପ | ବର୍ତମାନ ଟେଣ୍ଡର ଅବଧି ସରିବା ପରେ ସୁରକ୍ଷାକର୍ମୀଙ୍କୁ ପ୍ରତ୍ୟାହାର କରି ନିଆଯାଇଛି। ଦୀର୍ଘ ଦିନ ହେଲା ଖୋଲାମେଲାରେ ରହିଛି ଏହି ସମସ୍ତ ଡ୍ୟାମ୍। ଏଥିଯୋଗୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ଅଞ୍ଚଳରେ ଅସାମାଜିକଙ୍କ ଆଡା ଜମୁଛି। ଡ୍ୟାମ ଦେଇ ରାତିରେ ଯିବାଆସିବା କରିବାକୁ ଲୋକେ ଭୟ କରୁଛନ୍ତି l ତା' ସହିତ ବର୍ତମାନର ରକ୍ଷାଣ ବେକ୍ଷଣ ଅଭାବରୁ ପର୍ଯ୍ୟଟକଙ୍କ ପାଇଁ କରାଯାଇଥିବା ସମସ୍ତ ଯୋଜନା ଏବେ ଖତ ଖାଉଛି। କେଉଁଠି ଘାସ ଲଟା ତ ଆଉ କେଉଁଠି ୱାଚ ଟାୱାର ର ଲାଇଟ ଝୁଲା ଅବସ୍ଥାରେ ରହିଛି l ଖାଲି ଏତିକି ନୁହେଁ ବର୍ତମାନ ଏହି ୩ଟି ଯାକ ପ୍ରକଳ୍ପରେ ସୁରକ୍ଷାରେ ନିୟୋଜିତ ଥିବା ପ୍ରାୟ ୬୦ରୁ ଅଧିକା କର୍ମଚାରି ଏବେ ରୋଜାଗାର ହରାଇ ଦିଗହରା ହୋଇ ରହିଛନ୍ତି | ଖାଲି ଏତିକି ନୁହେଁ ବର୍ତମାନ ବିଶାଳ ଜଳ ଭଣ୍ଡାରରେ ଦୁର୍ଘଟଣାର ଭୟ ସହିତ କୋଟି କୋଟି ଟଙ୍କାର ଯନ୍ତ୍ରାଂଶ ବି ଚୋରୀ ହୋଇ ଯିବାର ଭୟ ରହିଛି, ଯଦି ଆଗାମୀ ଦିନରେ ଏଠି କୌଣସି ଘଟଣା ଦୁର୍ଘଟଣାକୁ ଏଡାଇ ଦିଆଯାଇ ନପାରେ l ଅନ୍ୟପଟେ ଦେଖିବାକୁ ଗଲେ ସମସ୍ତ ପ୍ରକଳ୍ପର ଦାୟିତ୍ଵରେ ଥିବା ଅଧିକାରୀ କୋଲାବ ମୁଖ୍ୟ ଯନ୍ତ୍ରୀ ଯୁଗଳ କିଶୋର ଖଟୁଆ କହିଛନ୍ତି ଯେ, ଏହି ସବୁ ପ୍ରକଳ୍ପର ସୁରକ୍ଷା ଯୋଗାଇଦେବା ପାଇଁ ପ୍ରତିବର୍ଷ ଟେଣ୍ଡର ଆହ୍ଵାନ କରାଯାଉଛି ଓ ଯେଉଁ ସଂସ୍ଥା ଏହି ଟେଣ୍ଡର ପାଉଛି ସେହି ସଂସ୍ଥା ସୁରକ୍ଷା ପାଇଁ କର୍ମଚାରୀ ଯୋଗାଉଛି | ବର୍ତମାନ ତାହାର ଅବଧି ସରିଯାଇଛି ଆଉ ବର୍ତମାନ ସରକାରଙ୍କ ଫାଇନାନ୍ସ ଡିପାର୍ଟମେଣ୍ଟ ତରଫରୁ ଆମକୁ ନିର୍ଦେଶ ଦିଆଯାଇଛି କି ଯଦି ଆଗାମୀ ଦିନରେ କୌଣସି ପ୍ରକାର ସୁରକ୍ଷା ଯୋଗାଉଥିବା ସଂସ୍ଥାକୁ ସୁରକ୍ଷା ବାବଦକୁ ଟେଣ୍ଡର ଆହ୍ଵାନ କରାଯାଏ ତେବେ ତା' ପୂର୍ବରୁ ଅନୁମତି ନେବେ ଯଦି ଅନୁମତି ମିଳିବ ତେବେ ଆପଣ ଟେଣ୍ଡର ଆହ୍ଵାନ କରିବେ | ଏଥିରେ ଜଳସେଚନ ବିଭାଗର କୌଣସି ଭୂମିକା ନାହିଁ, ସରକାର ଦେଲେ ଆମେ ଦେବୁ ଆଉ ଆମେ କାହାକୁ ବାହାର କରିନୁ ସମସ୍ତ ସୁରକ୍ଷା କର୍ମଚାରୀଙ୍କୁ ତାଙ୍କ ସଂସ୍ଥା ବାହାର କରିଛି | ଆଉ ବର୍ତମାନ ଆମର ଅନ୍ୟ କର୍ମଚାରୀଙ୍କୁ ଆମେ ନେଇ ଆମ କାମ ଚଲାଉଛୁ | ବର୍ତମାନ ସବୁଠାରୁ ବଡକଥା କି ଆଉ କେତେଦିନ ଏମିତି ଅସୁରକ୍ଷିତ ଅବସ୍ଥାରେ ପଡି ରହିବ ଏହି ସବୁ ପ୍ରକଳ୍ପ ଆଉ କେତେଦିନ ନିଜ ପେଟପାଟଣାରୁ ବଞ୍ଚିତ ରହିବେ ସୁରକ୍ଷା କର୍ମୀ l ତୁରନ୍ତ ସରକାର ପଦକ୍ଷେପ ନେବା ପାଇଁ ଦାବି ହୋଇଛି l
ହିନ୍ଦୁସ୍ଥାନ ସମାଚାର / ପିକେପି