ଧନୁର୍ଜୟ ବିଶ୍ୱାଳ ଚାରିଟେବୁଲ ଟ୍ରଷ୍ଟର ୨୧ତମ ପ୍ରତିଭା ସମ୍ମାନ ମହୋôସବ
କେନ୍ଦ୍ରାପଡ଼ା,୨୯ ମାର୍ଚ୍ଚ(ହି.ସ.) – ବସୁପୁର ଚଉଦକୁଲାଟ ସ୍ଥିତ ମା ବାସନ୍ତୀ ଦେବୀଙ୍କ ପାର୍ବଣ ଅବସରରେ ଓଡିଶାର ପ୍ରତିଷ୍ଠିତ ପୂଜ୍ୟ ପୂଜାର ଅଗ୍ରଗାମୀ ଟ୍ରଷ୍ଟ, ଧନୁର୍ଜୟ ବିଶ୍ୱାଳ ଚାରିଟେବୁଲ ଟ୍ରଷ୍ଟର ୨୧ତମ ପ୍ରତିଭା ସମ୍ମାନ ମହୋôସବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାକୁ ଟ୍ରଷ୍ଟର ସଂପାଦକ ବିଶିଷ୍ଟ
ଧନୁର୍ଜୟ ବିଶ୍ୱାଳ ଚାରିଟେବୁଲ ଟ୍ରଷ୍ଟର ୨୧ତମ ପ୍ରତିଭା ସମ୍ମାନ ମହୋôସବ


କେନ୍ଦ୍ରାପଡ଼ା,୨୯ ମାର୍ଚ୍ଚ(ହି.ସ.) – ବସୁପୁର ଚଉଦକୁଲାଟ ସ୍ଥିତ ମା ବାସନ୍ତୀ ଦେବୀଙ୍କ ପାର୍ବଣ ଅବସରରେ ଓଡିଶାର ପ୍ରତିଷ୍ଠିତ ପୂଜ୍ୟ ପୂଜାର ଅଗ୍ରଗାମୀ ଟ୍ରଷ୍ଟ, ଧନୁର୍ଜୟ ବିଶ୍ୱାଳ ଚାରିଟେବୁଲ ଟ୍ରଷ୍ଟର ୨୧ତମ ପ୍ରତିଭା ସମ୍ମାନ ମହୋôସବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାକୁ ଟ୍ରଷ୍ଟର ସଂପାଦକ ବିଶିଷ୍ଟ ସମାଜ ସେବୀ ସୁବାଶ ଚନ୍ଦ୍ର ବିଶ୍ୱାଳ ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡାସ୍ଥ ତୁଳସୀ ମହିଳା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଏବଂ କେନ୍ଦ୍ରାପଡା ବିକାଶ ପରିଷଦର ସଭାପତି ପ୍ରଫେସ ଅଜୟ କୁମାର ସାମଲ, ମୁଖ୍ୟ ବକ୍ତା ଭାବେ ଦୈନିକ ଖବର କାଗଜ ‘ସମ୍ବାଦ’ର ସହସଂପାଦକ ସଚ୍ଚିକାନ୍ତ ନାଥ ଯୋଗ ଦେଇଥିଲେ। ଅନ୍ୟତମ ଅତିଥିଭାବେ କେନ୍ଦ୍ରାପଡା ଜିଲ୍ଲା ପରିଷଦର ପୂର୍ବତନ ସଭାପତି ମାନସ ପରିଡା। ମୁଖ୍ୟ ଅତିଥି ଏବଂ ମୁଖ୍ୟ ବକ୍ତା ଧନୁର୍ଜୟ ବିଶ୍ୱାଳ ଟ୍ରଷ୍ଟର ପ୍ରତିଭା ସମ୍ମାନ କାର୍ୟ୍ୟକ୍ରମର ଶତପ୍ରଶଂସା କରି କେନ୍ଦ୍ରାପଡା ଜିଲ୍ଲାର ପ୍ରଗତିରେ ଟ୍ରଷ୍ଟର ଭୂମିକାକୁ ଏକ ମଡେଲ ଭାବରେ ଗ୍ରହଣ କରିବାକୁ କହିଥିଲେ। ଧନୁର୍ଜୟ ବିଶ୍ୱାଳ ଚାରିଟେବୁଲ ଟ୍ରଷ୍ଟରେ ଚେୟାମ୍ୟାନ ବିଶିଷ୍ଟ ସମାଜସେବୀ ଇଂ ଭଗବାନ ବିଶ୍ୱାଳ ଅତି ବିନମ୍ର ଭାବେ କେନ୍ଦ୍ରାପଡାର ବରପୁତ୍ର ମାନଙ୍କୁ ଭକ୍ତିଭରା ଶୁଭେଚ୍ଛା ଜଣାଇ ଟ୍ରଷ୍ଟରେ ବିଭିନ୍ନ ଜନହିତ କର କାର୍ୟ୍ୟ ଓ ସମାଜ ସେବା ସମ୍ବନ୍ଧରେ ଆଲୋକପାତ କରିଥିଲେ। ଉକ୍ତ ୨୧ତମ ପ୍ରତିଭା ସମ୍ମାନ ମହୋôସବରେ ଜିଲ୍ଲାର ସର୍ବଶ୍ରେଷ୍ଠ ପ୍ରତିଭା ମାନଙ୍କୁ ଚୟନ କରି ୨୬ଜଣ ବ୍ୟକ୍ତି ବିଶେଷ ଯେଉଁମାନେ କେନ୍ଦ୍ରାପଡାର ବିକାଶ, କଳା ଓ ସଂସ୍କୃତି, ସମାଜ ସେବା, ଶିକ୍ଷା, ଜାତୀୟ ଓ ଆର୍ନ୍ତଜାତୀୟ ବୈଜ୍ଞାନିକ ଏବଂ ସାହିତ୍ୟ କ୍ଷେତ୍ରରେ ଅତ୍ୟନ୍ତ ପାରଦର୍ଶୀତା ହାସଲକରିଥିବା କେନ୍ଦ୍ରାପଡା ଜିଲ୍ଲାର ପତ୍ରିଭାମାନଙ୍କୁ ସମ୍ମାନିତ କରାଯାଇଥିଲା। ସେଥି ମଧ୍ୟରୁ କଟକର ମେୟର ପୂର୍ବତନ ରାଜ୍ୟସଭା ସଦସ୍ୟ ସୁବାଶ ସିଂହଙ୍କୁ “କେନ୍ଦ୍ରାପଡା ଭୂମିପୁତ୍ର ସମ୍ମାନ -୨୦୨୬”ରେ ସମ୍ମାନିତ କରାଯାଇଥିଲା। “ବସୁନ୍ଧରା”ସାମାଜିକ ଅନୁଷ୍ଠାନର ସଂପାଦିକା ଶୈଳ ବେହେରାଙ୍କୁ “କେନ୍ଦ୍ରାପଡା ସେବା ରତ୍ନ ସମ୍ମାନ ”୨୦୨୬ରେ ସମ୍ମାନିତ କରାଯାଇଥିଲା। ପୂର୍ବତନ କୂଳପତି ଏବଂ ରେଜିଷ୍ଟାର ପ୍ରଫେସର ଦେବେନ୍ଦ୍ର ନାଥ ଜେନାଙ୍କୁ ଟ୍ରଷ୍ଟର ସର୍ବୋଚ୍ଚ ସମ୍ମାନ “କେନ୍ଦ୍ରାପଡା ରତ୍ନ ୨୦୨୬”ରେ ସମ୍ମାନିତ କରାଯାଇଥିଲା। ସେହି ଭଳି କେନ୍ଦ୍ରାପଡା ଗୈାରବ ଭାବରେ କୃଷିବିଜ୍ଞାନୀ ଓ ସୁସାହିତିକ ନଟବର ଖୁଂଟିଆଙ୍କୁ ସମ୍ମାନିତ କରାଯାଇଥିଲା। ବିଶିଷ୍ଠ ଅନ୍ତଜାତୀୟ କୃଷିବିଜ୍ଞାନୀ ପ୍ରଫେସର କ୍ଷୀରୋଦ କୁମାର ଜେନାଙ୍କୁ କେନ୍ଦ୍ରାପଡା ବରପୁତ୍ର ୨୦୨୬ରେ ସମ୍ମାନିତ କରାଯାଇଥିଲା। ସାହିତ୍ୟ ସମିକ୍ଷା ଏବଂ କେନ୍ଦ୍ରାପଡାର ସଂସ୍କୃତି ଗବେଷଣା ନିମନ୍ତେ ବିଶିଷ୍ଠ ସାହିତିକ ଡ. ସବେଶ୍ୱର ସେଣଙ୍କୁ “କେନ୍ଦ୍ରାପଡା ସାହିତ୍ୟ ସରସ୍ୱତୀ ସମ୍ମାନ-୨୦୨୬” ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା। ବସପୁର ଗ୍ରାମର ବିଦୁଭୂଷଣ ବିଶ୍ୱାଳ, ଗିରିଶ ଚନ୍ଦ୍ର ବିଶ୍ୱାଳ, ପ୍ରମୋଦ ବିଶ୍ୱାଳ, ଅଶୋକ ବିଶ୍ୱାଳ, ପରିକ୍ଷିତ ସାମଲ, ସଂଜୟ କୁମାର ଜେନା, ଜ୍ୟୋର୍ତମୟ ଦାସ ପ୍ରଭୁତି ଉପରୋକ୍ତ କାର୍ୟ୍ୟକ୍ରମର ସଫଳତା ପାଇଁ ସହଯୋଗ କରିଥିଲେ। ସର୍ବ ଶେଷରେ ଟ୍ରଷ୍ଟର ସଦସ୍ୟ କେଶବ ଚନ୍ଦ୍ର ବିଶ୍ୱାଳ ସଭାକୁ ଧନ୍ୟବାଦ ଅର୍ପଣ କରିଥିଲେ। ଅଧ୍ୟାପକ ଡଃ ହିମାଂଶୁ ଭୂଷଣ ପରିଡା ସମସ୍ତ କାର୍ୟ୍ୟକ୍ରମକୁ ସଂଯୋଜନା କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande