ସୁଭଦ୍ରା ଶକ୍ତି ମେଳା ପଂଚମ ସନ୍ଧ୍ୟା
କେନ୍ଦ୍ରାପଡ଼ା,୨୯ ମାର୍ଚ୍ଚ(ହି.ସ.) – କେନ୍ଦ୍ରାପଡ଼ାରେ ଆୟୋଜିତ ସୁଭଦ୍ରା ଶକ୍ତି ମେଳାର ପଂଚମ ସନ୍ଧ୍ୟା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ମୁଗ୍ଧମୟ ହୋଇ ଉଠିଥିଲା। ସଙ୍ଗୀତ ଓ ଫ୍ୟାଶନ୍ ଶୋର ଆକର୍ଷଣୀୟ ପ୍ରଦର୍ଶନ ସହ ସମଗ୍ର ପରିବେଶ ଉତ୍ସବ ମୁଖର ହୋଇପଡ଼ିଥିଲା। ପ୍ରସିଦ୍ଧ ଗାୟିକା ଦୀପ୍ତିରେଖା ପାଢ଼
-------ସୁଭଦ୍ରା ଶକ୍ତି ମେଳା – ପଞ୍ଚମ ସନ୍ଧ୍ୟା.. ======


କେନ୍ଦ୍ରାପଡ଼ା,୨୯ ମାର୍ଚ୍ଚ(ହି.ସ.) – କେନ୍ଦ୍ରାପଡ଼ାରେ ଆୟୋଜିତ ସୁଭଦ୍ରା ଶକ୍ତି ମେଳାର ପଂଚମ ସନ୍ଧ୍ୟା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ମୁଗ୍ଧମୟ ହୋଇ ଉଠିଥିଲା। ସଙ୍ଗୀତ ଓ ଫ୍ୟାଶନ୍ ଶୋର ଆକର୍ଷଣୀୟ ପ୍ରଦର୍ଶନ ସହ ସମଗ୍ର ପରିବେଶ ଉତ୍ସବ ମୁଖର ହୋଇପଡ଼ିଥିଲା। ପ୍ରସିଦ୍ଧ ଗାୟିକା ଦୀପ୍ତିରେଖା ପାଢ଼ୀଙ୍କ ସୁମଧୁର ସଙ୍ଗୀତ ପ୍ରସ୍ତୁତି ଦର୍ଶକମାନଙ୍କୁ ମନମୋହିତ କରିଥିଲା, ଯେତେବେଳେ ଫ୍ୟାଶନ୍ ଶୋ ମଂଚକୁ ଆହୁରି ଆକର୍ଷତ କରିଥିଲା। ଏହି ସନ୍ଧ୍ୟାର କାର୍ଯ୍ୟକ୍ରମରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ସଦସ୍ୟା ସୁଜାତା ନାୟକ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ସେ ତାଙ୍କ ଉଦ୍ବୋଧନରେ ମହିଳା ସଶକ୍ତିକରଣ ସହିତ ଶିଶୁ ସୁରକ୍ଷାର ଗୁରୁତ୍ୱ ଉପରେ ଜୋର୍ ଦେଇ, ସୁଭଦ୍ରା ଯୋଜନା ମାଧ୍ୟମରେ ମହିଳାଙ୍କ ଆତ୍ମନିର୍ଭରତାକୁ ପ୍ରଶଂସା କରିଥିଲେ। ଅନ୍ୟାନ୍ୟ ଅତିଥିମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଣୀ ସୁଷମା ମହାନ୍ତି ଏବଂ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ ଉପସ୍ଥିତ ଥିଲେ। ଏହା ସହିତ “ଲକ୍ଷପତି ଦିଦି” ପ୍ରୟାସ ଅଧୀନରେ ସଫଳତା କାହାଣୀ ଉପସ୍ଥାପିତ ହୋଇଥିଲା। ରାଜକନିକା ବ୍ଲକର ‘ଜୟ ହନୁମାନ’ ଉତ୍ପାଦକ ଗୋଷ୍ଠୀର ସଦସ୍ୟା ସମ୍ପତି ବେହେରା(ପାଉଁରୁଟି ଓ ବିସ୍କୁଟ ପ୍ରସ୍ତୁତି) ଏବଂ ପଟ୍ଟାମୁଣ୍ଡାଇ ବ୍ଲକର ‘ତ୍ରୟମ୍ବକେଶ୍ୱର’ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମମତା ନାଥ ଶର୍ମା(ଖାଦ୍ୟ ପ୍ରକ୍ରିୟାକରଣ) ତାଙ୍କ ଅଭିଜ୍ଞତା ସହଭାଗ କରିଥିଲେ, ଯାହା ଅନ୍ୟ ମହିଳାମାନଙ୍କ ପାଇଁ ପ୍ରେରଣାଦାୟକ ହୋଇଥିଲା। ମେଳାରେ ଦର୍ଶକମାନଙ୍କର ବିପୁଳ ଭିଡ଼ ଦେଖାଯାଇଥିଲା ଏବଂ ସମଗ୍ର ପରିବେଶ ଉତ୍ସବମୟ ହୋଇଯାଇଥିଲା।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande