ନିଆଁର ଆଁରେ ବ୍ରହ୍ମବରଦାରେ ଜଳିଗଲା ୭ ଦୋକାନ : ଅଗ୍ନୀବିପନ୍ନଙ୍କୁ ସରକାରୀ ସହାୟତା ଦାବି
ଧର୍ମଶାଳା,୨୯ମାର୍ଚ୍ଚ(ହି.ସ) : ରବିବାର ରାତି ହେଲା କାଳ ରାତି । ନିଆଁର ଆଁରେ ଜଳିଗଲା ୭ଦୋକନ । ଏଳଭଳି ଭୟାବହ ଅଗ୍ନୀକାଣ୍ଡ ଘଟିଛି ରସୁଲପୁର ବ୍ଲକ ବ୍ରହ୍ମବରଦା ଥାନା ଅନ୍ତର୍ଗତ ମୁଖ୍ୟ ବ୍ୟବସାୟ ପେନ୍ଥସ୍ଥଳ ତାରିଣୀଛକରେ । ନିମଷକ ମଧ୍ୟରେ ଜଳିଗଲା ଗୋଟିଏ ପରେ ଗୋଟିଏ ୭ଦୋକନ । ଗ୍ୟାସ୍ ଟାଙ୍କି ଫାଟିବ
ନିଆଁର ଆଁରେ ବ୍ରହ୍ମବରଦାରେ ଜଳିଗଲା ୭ ଦୋକାନ : ଅଗ୍ନୀବିପନ୍ନଙ୍କୁ ସରକାରୀ ସହାୟତା ଦାବି


ଧର୍ମଶାଳା,୨୯ମାର୍ଚ୍ଚ(ହି.ସ) : ରବିବାର ରାତି ହେଲା କାଳ ରାତି । ନିଆଁର ଆଁରେ ଜଳିଗଲା ୭ଦୋକନ । ଏଳଭଳି ଭୟାବହ ଅଗ୍ନୀକାଣ୍ଡ ଘଟିଛି ରସୁଲପୁର ବ୍ଲକ ବ୍ରହ୍ମବରଦା ଥାନା ଅନ୍ତର୍ଗତ ମୁଖ୍ୟ ବ୍ୟବସାୟ ପେନ୍ଥସ୍ଥଳ ତାରିଣୀଛକରେ । ନିମଷକ ମଧ୍ୟରେ ଜଳିଗଲା ଗୋଟିଏ ପରେ ଗୋଟିଏ ୭ଦୋକନ । ଗ୍ୟାସ୍ ଟାଙ୍କି ଫାଟିବା ପରେ ନିଆଁ ଲିଭାଇବାକୁ ସ୍ଥାନୀୟ ଲୋକେ ଭୟଭିତ ହୋଇ ପଡିଥିଲେ । ଘଟଣାସ୍ଥଳରେ ଦୁଇ ଦୁଇଟି ଅଗ୍ନୀଶମ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପଂହଚି ଥିଲେ ମଧ୍ୟ ନିଆଁକୁ ଆୟତ କରିଥିଲେ ମଧ୍ୟ ସେତବେଳକୁ ସମସ୍ତ ନାମୀଦାମୀ ବୈଦ୍ୟୁତିକ ସାମଗ୍ରୀ,ନାମୀଦାମୀ କମ୍ପାନୀର ଜୋତା,ମୋବାଇଲ,ପେଟ୍ରୋଲ ଓ ନଗଦ ଟଙ୍କା ସମେତ ଅତ୍ୟାବଶ୍ୟକୀୟ ସାମଗ୍ରୀ । ଯାହାକି ଏହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଆକଳନ କରାଯାଇଛି । ରାତି ପ୍ରାୟ ୨ଟା ସମୟରେ ବିଦ୍ୟୁତ୍ ସର୍ଟ ସର୍କିଟରୁ ଏହିଭଳି ଅଗ୍ନୀକାଣ୍ଡ ଘଟିଥିବା ଅନୁମାନ କରାଯାଇଛି । ବ୍ୟବସାୟୀ ରମେଶ ବାରିକ୍ଙ୍କ ଟି ଷ୍ଟଲ,ବିଚିତ୍ର ବେହେରାଙ୍କ କ୍ୟାବିନ୍,ହେମନ୍ତ ବେହେରାଙ୍କ ଲସି ଦୋକନ,ମାଧବ ବେହେରାଙ୍କ ଜଳଖିଆ ଦୋକନ,ସେକ୍ ନଜୋଙ୍କ ସାଇକେଲ ମରାମତି ଦୋକାନ,ସଫିହୁର ରେହେମାନଙ୍କ ଜୋତା ଦୋକାନ ଓ ସେକ୍ ଇନ୍ତୋଙ୍କ ଗଦି ଦୋକାନ ସମ୍ପୂର୍ଣ୍ଣଭାବେ ଜଳି ପୋଡି ପାଉଁଶ ହୋଇଯାଇଛି । ଏଭଳି ଘଟଣା ଘଟିବା ପରେ ତାରିଣୀ ବଣିକ ସଂଘ ପକ୍ଷରୁ ଦୁଃଖ ପ୍ରକାଶ କରାଯାଇଛି । ବିଜେପି ରାଜ୍ୟ ମୁଖପାତ୍ର ମନୋଜ କୁମାର ମହାପାତ୍ର ଏଭଳି ଘଟଣା ପାଇଁ ଗଭୀର ଦୁଃଖ ପ୍ରକାଶ କରିବା ସହିତ ତୁରନ୍ତ କ୍ଷତିପୂରଣ ପାଇଁ ଜିଲା ପ୍ରଶାସନକୁ ଅବଗତ କରାଇଛନ୍ତି । ସେପଟେ ବରୀ ବିଜେପି ନେତା ଉମେଶ ଜେନା,ଯାଜପୁର ସାଂସଦଙ୍କ ପ୍ରତିନିଧି ଅବିନାଶ ବେହେରା,ଯୁବନେତା ରାକେଶ ଦେଓ,ପ୍ରମୋଦ ପତି ଫାଉଁଣ୍ଡେସନର ସଚିବ ଦିବ୍ୟଜ୍ୟୋତି ପତି,ପ୍ରଦୀପ ଦାସ,ପ୍ରଫୁଲ୍ଲ ଗିରି,ଯୁବ ସମାଜସେବୀ ଦେବବ୍ରତ ବିଶ୍ୱାଳ,ଅନିଲ ରାଉତ,ସଂଜୟ ବେହେରା,ବଣିକ ସଂଘର ସଭାପତି ଅରୁଣ ବେହେରା ପ୍ରମୁଖ ଘଟଣାସ୍ଥଳରେ ପଂହଚି ବ୍ୟବସାୟୀମାନଙ୍କୁ ଭେଟିବା ସହିତ ଉପଯୁକ୍ତ ସରକାରୀ ସହାୟତା ପ୍ରଦାନ କରିବାକୁ ବ୍ଳକ ପ୍ରଶାସନକୁ ଅବଗତ କରାଇଛନ୍ତି । ରାଜସ୍ୱ ନୀରିକ୍ଷକ ଚିନ୍ମ୍ରୟୀ ଦାସ ଘଟଣାସ୍ଥଳରେ ପଂହଚି କ୍ଷୟକ୍ଷତିର ଆକଳନ କରିବା ସହିତ କ୍ଷତିଗ୍ରସ୍ତ ବ୍ୟବସାୟୀମାନଙ୍କୁ ପଲିଥିନ ପାଲ ଯୋଗାଇ ଦେଇଛନ୍ତି ।

ସୂଚନା ମୁତାବକ,ରବିବାର ତାରିଣୀଛକର ସମସ୍ତ ବ୍ୟବସାୟୀମାନେ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ କରି ଘରକୁ ଯାଇଥିଲେ । କେବଳ ସନ୍ତୋଷଙ୍କ ଲସି ଦୋକାନରେ ୩ଜଣ ସମ୍ପର୍କୀୟ କର୍ମଚାରୀ ଶୁଭମ୍ ବେହେରା,ଜଗନ ଦାସ ଓ ବବଲୁ ଉଡ ଶୋଇ ଥିଲେ । ତେବେ ବିଳମ୍ବିତ ରାତିରେ ଅତ୍ୟଧିକ ଗରମ ଓ ଲାଇଟ ହେବାରୁ ସେମାନଙ୍କ ନିଦ ଭାଙ୍ଗି ଯିବା ସହ ଦୋକନ ଜଳୁ ଥିବା ଦେଖିବାକୁ ପାଇ ଚିତ୍କାର କରିଥିଲେ । ଏଭଳି ଚିତ୍କାର ଶୁଣି ନିକଟରେ କିଛି ବ୍ୟବସାୟୀ ଓ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପଂହଚି ଥିଲେ । ଗୋଟିଏ ପରେ ଗୋଟିଏ ଦୋକନରେ ନିଆଁ ଲାଗି ଯାଇଥିଲା । ରମେଶଙ୍କ ଟି ଷ୍ଟଲରେ ଥିବା ଗ୍ୟାସ୍ ଟାଙ୍କି ଫାଟି ଯିବାରୁ ଲୋକେ ଭୟଭିତ ହୋଇ ପଡିଥିଲେ । ତାହାକି ସେମାନଙ୍କ ପାଇଁ ନିଆଁ ଲିଭାଇବା କଷ୍ଟକର ହୋଇପଡିଥିଲା । ଏନେଇ ଅଗ୍ନୀଶମ ବାହିନୀକୁ ଖବର ଦିଆଯାଇଥିଲା । ଘଟଣାସ୍ଥଳରେ ବରୁଆଁ ଓ ରସୁଲପୁର ଅଗ୍ନୀଶମ ବାହିନୀ ପଂହଚି ନିଆଁକୁ ଆୟତ କରିଥିଲେ । ହେଲେ ସେତବେଳକୁ ସମସ୍ତ ସାମଗ୍ରୀ ଜଳି ପୋଡି ପାଉଁଶ ହୋଇ ଯାଇଥିଲା । ଲସି ଦୋକାନରେ ଥିବା ୨ଟି ମୋବାଇଲ,ସାଇକେଲ,୩ଟି ଗ୍ରାଇଣ୍ଡର,୩ଟି ଫ୍ୟାନ,ଗୋଟିଏ ଷ୍ଟବ୍ଲାଇଜର,ଏକ ଜେନେରେଟର,ଜୋତା ଦୋକନର ନାମୀ ଦାମୀ କମ୍ପାନୀର ଜୋତା,ଜଳଖିଆ ଦୋକାନର ଖାଦ୍ୟ ଓ ଅତ୍ୟାବଶ୍ୟକୀୟ ସାମଗ୍ରୀ ସହ ବାସନକୁସନ,୧୦ରୁ ଉର୍ଦ୍ଧ ପୁରୁଣା ସାଇକେଲ,୨୦ ଲିଟରରୁ ଉର୍ଦ୍ଧ ପେଟ୍ରୋଲ,ଗ୍ୟାସ୍ ଟାଙ୍କି ସହ ଚୂଲା ସମେତ ଲକ୍ଷାକ୍ôଷକ ଟଙ୍କାର ସମ୍ପତି ପୋଡି ପାଉଁଶ ହୋଇଯାଇ ଥିବା ଜଣାପଡିଛି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande