ଆକାଶ ଫାର୍ମାସୀ କଲେଜର ବାର୍ଷିକ ଉତ୍ସବ
କେନ୍ଦ୍ରାପଡ଼ା,୨୯ ମାର୍ଚ୍ଚ(ହି.ସ.) – କେନ୍ଦ୍ରାପଡ଼ା ପୈାରାଂଚଳ ଅନ୍ତର୍ଗତ ନୂଆ ବସ୍ଷ୍ଟାଣ୍ଡ ଠାରେ ଥିବା ଜିଲ୍ଲାର ଖ୍ୟାତିନାମା ଆକାଶ ଫାର୍ମାସୀ କଲେଜର ବାର୍ଷିକ ଉତ୍ସବ -୨୦୨୬ ମହାଆଡ଼ମ୍ବରରେ ସମ୍ପାଦକ ସ୍ୱାଗତ କୁମାର ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓୟୁଏଚ୍ଏସ୍ ଫାର୍ମାସୀର ଡିନ୍
ଆକାଶ ଫାର୍ମାସୀକଲେଜରବାର୍ଷିକଉତ୍ସବ ।


କେନ୍ଦ୍ରାପଡ଼ା,୨୯ ମାର୍ଚ୍ଚ(ହି.ସ.) – କେନ୍ଦ୍ରାପଡ଼ା ପୈାରାଂଚଳ ଅନ୍ତର୍ଗତ ନୂଆ ବସ୍ଷ୍ଟାଣ୍ଡ ଠାରେ ଥିବା ଜିଲ୍ଲାର ଖ୍ୟାତିନାମା ଆକାଶ ଫାର୍ମାସୀ କଲେଜର ବାର୍ଷିକ ଉତ୍ସବ -୨୦୨୬ ମହାଆଡ଼ମ୍ବରରେ ସମ୍ପାଦକ ସ୍ୱାଗତ କୁମାର ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓୟୁଏଚ୍ଏସ୍ ଫାର୍ମାସୀର ଡିନ୍ ଡଃ. ସନ୍ତୋଷ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବେ, ଏଡିଭିଆଇଏସ୍ସଲ୍ୟୁସନ୍ର ନିର୍ଦ୍ଦେଶକ ଡକ୍ଟର ପ୍ରଫୁଲ୍ଲ ନନ୍ଦୀ ମୁଖ୍ୟବକ୍ତା, ଜି.କେ.ଟି.ଏ.ବି.ଏସ୍ର ନିର୍ଦ୍ଦେଶକ ଡକ୍ଟର ଗଣେଶ କୁମାର ଦାସ ସମ୍ମାନୀତ ଅତିଥି ଅନୁଷ୍ଠାନର ଉପାଧ୍ୟକ୍ଷ ବସନ୍ତ କୁମାର ପତି ଓ ସହକାରୀ ଅଧ୍ୟକ୍ଷ ପ୍ରଭୁ ପ୍ରସାଦ ମିଶ୍ର ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ଜୀବନରେ ଭଲ ମଣିଷ ହୋଇ ସମାଜ ସେବା କରିବା ପାଇଁ ଆହ୍ୱାନ ଦେଇଥିଲେ। କାର୍ଯ୍ୟକ୍ରମରେ ଆକାଶ ଫାର୍ମାସୀ କଲେଜର କ୍ରୀଡ଼ା ପ୍ରତିଯୋଗୀତାରେ ଭାଗନେଇ ଉତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଉତରୀୟ ପୁଷ୍ପଗୁଚ୍ଛ, ମାନପତ୍ର ପ୍ରଦାନ କରି ସମ୍ମାନୀତ କରାଯାଇଥିଲା। ସେହିପରି କଲେଜ୍ର ଟପର୍ କ୍ରୀଷ୍ଣା କର ଓ ଚିନ୍ମୟ କୁମାର ପଲାଇଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ। ଶ୍ରଦ୍ଧା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିବାବେଳେ ନଳିନୀ ନାରାୟଣ ସାହୁ, ଜଗତଜୀତ୍ ପଣ୍ଡା, ସୌମ୍ୟରଂଜନ ଦାସ, ଅବଦୁଲ ୱାହିଦ୍ ଖାନ୍, ଅର୍ଚିତା ଦାସ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande