ବନ୍ଧୁକ ସହ ବ୍ରାଉନ ସୁଗାର ବେପାରୀ ଗିରଫ
ବନ୍ଧୁକ ସହ ବ୍ରାଉନ ସୁଗାର ବେପାରୀ ଗିରଫ
ବନ୍ଧୁକ  ସହ ବ୍ରାଉନ ସୁଗାର ବେପାରୀ ଗିରଫ


ସମ୍ବଲପୁର, ୨୯, ମାର୍ଚ୍ଚ (ହି.ସ.) - ଧନୁପାଲି ଥାନା ପୋଲିସ ଗତ କାଲି ୨୩ ବର୍ଷିୟ ଯୁବକ ଅରମାନ ଖାନ୍ କୁ ଗିରଫ କରିଛି । ସେ ଦୀର୍ଘ ଦିନ ଧରି ବ୍ରାଉନ୍ ସୁଗର କାରବାରରେ ସମ୍ପୃକ୍ତ ରହି ଆସୁଥିବା ବେଳେ ପୋଲିସ ତା' ନିକଟରୁ ୬୧ ଗ୍ରାମ ୩୦ ମିଲିଗ୍ରାମ ବ୍ରାଉନସୁଗାର, ଏକ ଦେଶୀ ପିସ୍ତଲ ଏବଂ ଗୋଟିଏ ମୋବାଇଲ ଫୋନ ଜବତ କରିଥିବା ଜଣାପଡିଛି। ୧୨୭/୨୬ରେ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରିଛି । ସୂଚନାଯୋଗ୍ୟ, ଡିୟର ପାର୍କ ଅଂଚଳରେ ବ୍ରାଉନସୁଗାର କାରବାର ହେଉଥିବା ସୂଚନା ପାଇ ଧନୁପାଲି ଥାନାର ଏସ.ଆଇ ଡି. ଆର. ନାୟକଙ୍କ ନେତୃତ୍ୱରେ ଏକ ଟିମ୍ ବନ ବିଭାଗ ଗେଷ୍ଟ ହାଉସ ନିକଟରେ ଚଢ଼ଉ କରି ଅରମାନକୁ କାବୁ କରିଥିଲା। ଖାନତଲାସୀ ବେଳେ ତା' ନିକଟରୁ ଉପରୋକ୍ତ ସାମଗ୍ରୀ ପୋଲିସ ଜବତ କରିଥିଲା। ଅରମାନର ପରିଚୟରେ ସେ ବିଭିନ୍ନ ସମୟରେ ଛୋଟବଡ଼ ଅପରାଧ କରି କରି ଶେଷରେ ଜଣେ କୁଖ୍ୟାତ ଅପରାଧୀ ଭାବେ ପରିଚିତ । ନିୟମିତ ଭାବେ ସ୍ଥାନୀୟ ମୋତିଝିରନ ଓ ସୁନାପାଲି ଅଂଚଳରେ ବ୍ରାଉନ ସୁଗାର କାରବାର କରୁଥିବା ମଧ୍ୟ ଅଭିଯୋଗ ରହିଛି। ତା' ବିରୋଧରେ ପୂର୍ବରୁ ଧନୁପାଲି ଥାନା, ଟାଉନ ଥାନା, କ୍ଷେତରାଜପୁର ଥାନା , ଅଇଁଠାପାଲି ଥାନା ଓ ବୁର୍ଲା ଥାନାରେ ଏକାଧିକ ଏନଡ଼ିପିଏସ ମାମଲା ରୁଜୁ ହୋଇଥିବା ବେଳେ ଛୋଟକାଟିଆ ଡକାୟତି, ରାହାଜାନୀ ଏବଂ ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ଭଳି ପ୍ରାୟ ୩୨ରୁ ଅଧିକ ମାମଲା ରହିଥିବା ଜଣାପଡିଛି। ଗତ ବର୍ଷ ମଧ୍ୟ ସେ ବ୍ରାଉନସୁଗାର ଚୋରା ଚାଲାଣ ବେଳେ ଗିରଫ ହୋଇ ଜେଲ ଯାଇଥିଲା । ତେବେ ଗିରଫ ହେବା, ଜାମିନରେ ଆସିବା ପୁଣି ଅପରାଧିକ କାର୍ଯ୍ୟକଳାପ କରିବା ଅରମାନ୍ ପାଇଁ ଏକ ନିତିଦିନିଆ ରୁଟିନ୍ ରେ ପରିଣତ ହୋଇଛି ବୋଲି ସାଧାରଣରେ ମତପ୍ରକାଶ ପାଇଛି।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande