ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ନକରିବାରୁ ବିଧାୟିକାଙ୍କୁ ପୋଲିସ ଦ୍ୱାରା ନିର୍ଯାତନା: ବିଜେଡି
Bhubaneswar, 29 ମାର୍ଚ୍ଚ (ହି.ସ.) ବାଚସ୍ପତିଙ୍କ ବିନା ଅନୁମତିରେ ବିଧାୟିକାଙ୍କ ଘରେ ବଳପୂର୍ବକ ପୋଲିସ କିପରି ପଶିଲା? ବିଧାୟିକାଙ୍କ ଅନୁପସ୍ଥିତିରେ ତାଙ୍କ ଝିଅ ଓ ମହିଳା ସହାୟିକାଙ୍କୁ ପୁରୁଷ ପୋଲିସର ଦୁର୍ବ୍ୟବହାର ଡବଲ ଇଂଜିନ ସରକାରରେ ସୀମା ଲଂଘୁଛି ରାଜନୈତିକ ଅଭଦ୍ରାମୀ ରାଜ୍ୟସଭା ନ
ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ନକରିବାରୁ ବିଧାୟିକାଙ୍କୁ ପୋଲିସ ଦ୍ୱାରା ନିର୍ଯାତନା: ବିଜେଡି


Bhubaneswar, 29 ମାର୍ଚ୍ଚ (ହି.ସ.)

ବାଚସ୍ପତିଙ୍କ ବିନା ଅନୁମତିରେ ବିଧାୟିକାଙ୍କ ଘରେ ବଳପୂର୍ବକ ପୋଲିସ କିପରି ପଶିଲା?

ବିଧାୟିକାଙ୍କ ଅନୁପସ୍ଥିତିରେ ତାଙ୍କ ଝିଅ ଓ ମହିଳା ସହାୟିକାଙ୍କୁ ପୁରୁଷ ପୋଲିସର ଦୁର୍ବ୍ୟବହାର

ଡବଲ ଇଂଜିନ ସରକାରରେ ସୀମା ଲଂଘୁଛି ରାଜନୈତିକ ଅଭଦ୍ରାମୀ

ରାଜ୍ୟସଭା ନିର୍ବାଚନରେ ନର୍ଲାର ବିଜେଡି ବିଧାୟିକା ଶ୍ରୀମତୀ ମନୋରମା ମହାନ୍ତି, ବିଜେପି ଦଳର ଚାପ ଆଗରେ ମୁଣ୍ଡ ନନୁଆଁଇ କ୍ରସ୍ ଭୋଟିଂ ନକରିବାରୁ ପୋଲିସ ଲଗାଇ ନିର୍ଯାତନା ଦେଉଥିବା ଓ ପ୍ରତିଶୋଧ ପରାୟଣ ହୋଇ ରାଜନୈତିକ ଅଭଦ୍ରାମୀର ସୀମା ଲଂଘୁଛି ବିଜେପି ବୋଲି ବିଜୁ ଜନତା ଦଳ ଅଭିଯୋଗ କରିଛି ।

ଆଜି ଶଙ୍ଖ ଭବନଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ବିଧାୟିକା ଶ୍ରୀମତୀ ମନୋରମା ମହାନ୍ତି, ଯୁବ ବିଜେଡି ସଭାପତି ଶ୍ରୀ ଚିନ୍ମୟ ସାହୁ ଓ ଛାତ୍ର ବିଜେଡି ସଭାପତି ଇପ୍ସିତା ସାହୁ ପ୍ରମୁଖ ବିଜେପିକୁ କାଠଗଡାକୁ ଟାଣି ପୋଲିସ ଲଗାଇ ବିଜେଡିର ସ୍ୱର ଚପାଇ ଦେବା ପାଇଁ ଅପଚେଷ୍ଟା କରାଯାଉଛି ବୋଲି କହିଛନ୍ତି ।

ଶ୍ରୀ ମିଶ୍ର କହିଛନ୍ତି, ବିଧାନସଭା ଚାଲିଥିଲା ବେଳେ ବାଚସ୍ପତିଙ୍କ ବିନା ଅନୁମତିରେ ଜଣେ ବିଧାୟିକାଙ୍କ ପଦମର୍ଯ୍ୟାଦା କ୍ଷୁର୍ଣ୍ଣ କରି, ତାଙ୍କ ସରକାରୀ ବାସଭବନକୁ ବଳପୂର୍ବକ ପୋଲିସ ପଶିବା ନିନ୍ଦନୀୟ । ଏହି ଘଟଣାର ପ୍ରଚ୍ଛଦପଟରେ କିଏ ରହିଛି ତାହା ସାର୍ବଜନୀନ ହେବା ଆବଶ୍ୟକ । ନିର୍ବାଚିତ ପ୍ରତିନିଧିଙ୍କ ପ୍ରତି ପୋଲିସର ଏଭଳି ବ୍ୟବହାର ଗ୍ରହଣୀୟ ନୁହେଁ ।

ଶ୍ରୀମତୀ ମନୋରାମା ମହାନ୍ତି କହିଛନ୍ତି ଯେ, ତାଙ୍କ ଅନୁପସ୍ଥିତିରେ ଝିଅ ଓ ମହିଳା ସହାୟିକାଙ୍କ ପ୍ରତି ପୋଲିସର ଦୁର୍ଭାଗ୍ୟଜନକ ଆଚରଣକୁ ନିନ୍ଦା କରିବା ପାଇଁ ଭାଷା ନାହିଁ । ଅତ୍ୟନ୍ତ ଭାବପ୍ରବଣ ହୋଇ ସେ କହିଥିଲେ ଯେ, ଜଣେ ବିଧାୟିକା ଭାବେ ନିଜ ପରିବାର ସଦସ୍ୟଙ୍କୁ ସୁରକ୍ଷା ଦେବାରେ ମୁଁ ସମର୍ଥ ହୋଇପାରୁନାହିଁ । ଦେଢ ମାସ ତଳେ ଗୋଟିଏ ଗାଁର ରାଜସ୍ୱ ମାମଲା ନେଇ ତହସିଲଦାରଙ୍କୁ ମୋ ସ୍ୱାମୀ ଫୋନ କରିଥିଲେ । ରାଜ୍ୟସଭା ନିର୍ବାଚନର ପୂର୍ବ ଦିନ ମୋ ସ୍ୱାମୀଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ ଏବଂ ଆଜି ମୋ ଅନୁପସ୍ଥିତିରେ ମୋ ସରକାରୀ ବାସଭବନକୁ ସାଧାପୋଷାକଧାରୀ ପୋଲିସ ବଳପୂର୍ବକ ପ୍ରବେଶ କରିଥିଲେ । ମୁଖ୍ୟମନ୍ତ୍ରୀ ଓ ବାଚସ୍ପତିଙ୍କୁ ଅନୁରୋଧ କରୁଛି ବିନା ମହିଳା ପୋଲିସରେ ମୋ ବାସଭବନକୁ ବଳପୂର୍ବକ ପୁରୁଷ ପୋଲିସ ପଶିବା ଘଟଣାରେ ମୋତେ ନ୍ୟାୟ ଦିଆଯାଉ ।

ଶ୍ରୀ ଚିନ୍ମୟ ସାହୁ କହିଥିଲେ, ରାଜ୍ୟରେ ଦିନକୁ ୪ ହତ୍ୟା, ୮ ଦୁଷ୍କର୍ମ, ଚୋରି, ଡକାୟତି ଓ ଟ୍ରାଫିକ୍ ସମସ୍ୟା ବଢିଚାଲିଥିଲା ବେଳେ ପୋଲିସ ଲଗାଇ ରାଜନୈତିକ ଅଭଦ୍ରାମୀ କରୁଛି ବିଜେପି । ପବିତ୍ର ରାମନବମୀରେ ସର୍ବସାଧାରଣରେ ସରକାରୀ ବନ୍ଧୁକରୁ ଫାଙ୍କା ଗୁଳିଚାଳନା କରୁଥିବା ବିଜେପି ବିଧାୟକଙ୍କୁ ଗିରଫ କରିବାକୁ ସାହାସ ଜୁଟାଇ ପାରୁନଥିବା ପୋଲିସ, ଜଣେ ବିଜେଡି ବିଧାୟିକାଙ୍କ ଝିଅଙ୍କ ସହ ଏଭଳି ଦୁର୍ବ୍ୟବହାର କରି ବିରୋଧୀଙ୍କୁ ଦବାଇ ପାରିବନାହିଁ ଶାସକ ବିଜେପି ।

ଇପ୍ସିତା ସାହୁ କହିଥିଲେ, ରାଜନୈତିକ ଉଦେ୍ଦଶ୍ୟ ରଖି ବିଜେଡି ବିଧାୟକମାନଙ୍କୁ ଯେତେ ହଇରାଣ, ନିର୍ଯାତନା ଓ ଧମକ ଦେଲେ ମଧ୍ୟ ଅବିଚଳିତ ଭାବେ ଛାତ୍ର ଓ ଯୁବ ବିଜେଡିର ଏହାର ସମ୍ମୁଖୀନ ହେବ । ସ୍ଥାନୀୟ ପୋଲିସକୁ ନଜଣାଇ ତିନି ଦିନ କେସିଙ୍ଗା ପୋଲିସ ଭୁବନେଶ୍ୱରରେ ଅଛନ୍ତି ବୋଲି କଳାହାଣ୍ଡି ଏସ୍ପି ଦେଇଥିବା ବିବୃତ୍ତି ହାସ୍ୟାସ୍ପଦ । ବିଧାୟିକାଙ୍କ ସ୍ୱାମୀ ବ୍ଲକ ଅଧ୍ୟକ୍ଷ ଭାବେ ଏକ ରାଜସ୍ୱ ମାମଲାରେ ତହସିଲଦାରଙ୍କୁ ଫୋନ କରିବାର ଦୁଇ ମାସ ପରେ ମାମଲା ରୁଜୁ କରି ବିଧାୟିକାଙ୍କୁ ଏଭଳି ହଇରାଣ କରିବାର ଜବାବ ଦେବ ବିଜେଡି । ଏଭଳି ହୀନ ରାଜନୀତିରୁ ବିଜେପି କ୍ଷାନ୍ତ ରହୁ ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande