
ବଲାଙ୍ଗୀର,୨୯ ମାର୍ଚ୍ଚ(ହି.ସ.) – ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହରରେ ଶୁକ୍ରବାର ଶ୍ରୀରାମ ନବମୀ ଉତ୍ସବ ଶୋଭାଯାତ୍ରାରେ ବିଧାୟକ ନବୀନ ଜୈନ ଗୁଳି ଫୁଟାଇବା ଘଟଣାକୁ ନେଇ ବିଜେଡି ପକ୍ଷରୁ ବଲାଙ୍ଗୀର ଏସ୍ପିଙ୍କୁ ଦାବିପତ୍ର ଦିଆଯାଇଛି। ବିଧାୟକ ଜୈନଙ୍କ ଏଭଳି କାର୍ଯ୍ୟକୁ ନିନ୍ଦା କରିବା ସହ ବିଜେଡି ତାଙ୍କର ଗିରଫ ଦାବି କରିଛନ୍ତି। ରାଜ୍ୟ ବିଜେଡି ଯୁବ କାର୍ଯ୍ୟକାରୀ ସଭାପତି ରାଜେନ୍ଦ୍ର ହୋତା ଓ ଜିଲା ଯୁବ ସଭାପତି ଯତିନ ପଟେଲଙ୍କ ନେତୃତ୍ୱରେ ବିଜେଡି କର୍ମୀମାନେ ଏସ୍ପି ଅଭିଳାଷ ଜୀଙ୍କୁ ଭେଟି ବିଧାୟକ ଜୈନଙ୍କ ଗିରଫ ଦାବି କରିଥିଲେ। ବିଧାୟକଙ୍କ ପିଏସ୍ଓଙ୍କୁ ନିଲମ୍ବିତ କରିବା ସହ ବିଧାୟକ ଜୈନଙ୍କୁ ମଧ୍ୟ ଗିରଫ କରାଯାଉ ବୋଲି ଦାବି କରିଛନ୍ତି। ରାଜ୍ୟ ସଭାପତି ହୋତା ଏହି ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି। ଓଡ଼ିଶାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି ବୋଲି ସେ ସମାଲୋଚନା କରିଥିଲେ। ଏସ୍ପି ଅଭିଳାଷ ଦାବିପତ୍ର ଗ୍ରହଣ କରିବା ସହ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ବୋଲି କହିଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ