ସହୀଦ ଲକ୍ଷ୍ମଣ ନାୟକ ସ୍ମୃତି ସଭା
ଜୟପୁର, ୨୯ ମାର୍ଚ୍ଚ (ହି.ସ.) - ଜୟପୁର ଶ୍ରମିକ କର୍ମଚାରୀ ଭବନ ଠାରେ ସହୀଦ ଲକ୍ଷ୍ମଣ ନାୟକଙ୍କ ସ୍ମୃତି ସଭା ଯୁଧିଷ୍ଠିର ରାଉଳଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି । ସହୀଦ ଭଗତ ସିଂ ଙ୍କ ଫାଶୀ ଦିବସ ମାର୍ଚ୍ଚ ତେଇଶି ରୁ କୋରାପୁଟ ଜିଲ୍ଲା ର ମହାନ ଆଦିବାସୀ ନେତା ସହୀଦ ଲକ୍ଷ୍ମଣ ନାୟକ ଙ୍କ ଫାଶୀ
ସହୀଦ ଲକ୍ଷ୍ମଣ ନାୟକ ସ୍ମୃତି ସଭା


ଜୟପୁର, ୨୯ ମାର୍ଚ୍ଚ (ହି.ସ.) - ଜୟପୁର ଶ୍ରମିକ କର୍ମଚାରୀ ଭବନ ଠାରେ ସହୀଦ ଲକ୍ଷ୍ମଣ ନାୟକଙ୍କ ସ୍ମୃତି ସଭା ଯୁଧିଷ୍ଠିର ରାଉଳଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି । ସହୀଦ ଭଗତ ସିଂ ଙ୍କ ଫାଶୀ ଦିବସ ମାର୍ଚ୍ଚ ତେଇଶି ରୁ କୋରାପୁଟ ଜିଲ୍ଲା ର ମହାନ ଆଦିବାସୀ ନେତା ସହୀଦ ଲକ୍ଷ୍ମଣ ନାୟକ ଙ୍କ ଫାଶୀ ଦିବସ ମାର୍ଚ୍ଚ ଅନତିରିଶ ସପ୍ତାହେ ବ୍ୟାପି କାର୍ଯ୍ୟକ୍ରମ ନିଆଯାଇ ଥିଲା । ଜମି ଜଳ ଜଙ୍ଗଲ ଏବଂ ଜୀବିକା ଅଧିକାର ପାଇଁ ଆଗକୁ ଲଢ଼ିବା ପାଇଁ କମ୍ୟୁନିଷ୍ଟ କର୍ମୀ ମାନେ ସଂକଳ୍ପ ବଦ୍ଧ ଏବଂ ସବୁ ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତୋଳନ ଜାରି ରହିବ ବୋଲି ରାଜ୍ୟ କାର୍ଯ୍ୟକାରୀ କମିଟି ସଭ୍ୟ ପ୍ରମୋଦ କୁମାର ମିହାନ୍ତ ପ୍ରକାଶ କରିଛନ୍ତି । ସିପିଆଇ କୋରାପୁଟ ଜିଲ୍ଲା ପରିଷଦ ପୁନର୍ବାର ଦାବି କରୁଛି ଯେ ସହୀଦ ଲକ୍ଷ୍ମଣ ନାୟକ ଙ୍କ ଆବକ୍ଷ ପ୍ରତିମୂର୍ତି ସହରର ମୁଖ୍ୟ ସ୍ଥାନ ପୁରୁଣା ମେଡିକାଲ ଛକରେ ସ୍ଥାପିତ କରାଯାଉ । ବର୍ତମାନ ର ପ୍ରତିମୂର୍ତି ସହୀଦଙ୍କ ପ୍ରତି ଉପହାସ ଭଳିଆ ଲାଗୁଛି । ଅନ୍ୟ ମାନଙ୍କ ମଧ୍ୟ୍ୟ ରେ ଜିଲ୍ଲା ସମ୍ପାଦକ ରାମକୃଷ୍ଣ ଦାଶ, ଭୀଷ୍ମ ନାୟକ, ଭୁବନ କମାର ପ୍ରମୁଖ ମତାମତ ରଖି ଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande