ଭାରତୀୟ ଶିକ୍ଷଣ ମଣ୍ଡଳର ଶୋକସଭା
ବଲାଙ୍ଗିର, ୨୯ ମାର୍ଚ୍ଚ (ହି.ସ.)- ଭାରତୀୟ ଶିକ୍ଷଣ ମଣ୍ଡଳ ତରଫରୁ ପୂର୍ଣ୍ଣଚନ୍ଦ୍ର ରଥ ପାଠାଗାରର ପ୍ରତିଷ୍ଠାତା ସ୍ୱର୍ଗତ ବାଞ୍ଛାନିଧି ରଥଙ୍କ ଆତ୍ମାର ସଦଗତି ନିମନ୍ତେ ଏକ ଶୋକସଭାର ଆୟୋଜନ ହୋଇଥିଲା । ୧୯୩୨ ମସିହାରେ ଜନ୍ମିତ ସ୍ୱର୍ଗତ ରଥଙ୍କ ମୃତ୍ୟୁ ସମୟରେ ୯୩ ବର୍ଷ ବୟସ ହୋଇଥିଲା । ତାଙ୍କ ପରିବାର
ଭାରତୀୟ ଶିକ୍ଷଣ ମଣ୍ଡଳ ର ଶୋକ ସଭା


ବଲାଙ୍ଗିର, ୨୯ ମାର୍ଚ୍ଚ (ହି.ସ.)- ଭାରତୀୟ ଶିକ୍ଷଣ ମଣ୍ଡଳ ତରଫରୁ ପୂର୍ଣ୍ଣଚନ୍ଦ୍ର ରଥ ପାଠାଗାରର ପ୍ରତିଷ୍ଠାତା ସ୍ୱର୍ଗତ ବାଞ୍ଛାନିଧି ରଥଙ୍କ ଆତ୍ମାର ସଦଗତି ନିମନ୍ତେ ଏକ ଶୋକସଭାର ଆୟୋଜନ ହୋଇଥିଲା । ୧୯୩୨ ମସିହାରେ ଜନ୍ମିତ ସ୍ୱର୍ଗତ ରଥଙ୍କ ମୃତ୍ୟୁ ସମୟରେ ୯୩ ବର୍ଷ ବୟସ ହୋଇଥିଲା । ତାଙ୍କ ପରିବାର ବର୍ଗ ତରଫରୁ ସ୍ୱର୍ଗତ ରଥଙ୍କର ଅନ୍ତିମ ଇଚ୍ଛା ଅନୁଯାୟୀ ଭୀମ ଭୋଇ ମେଡିକାଲ କଲେଜର ଛାତ୍ର ଛାତ୍ରୀଙ୍କ ପଢିବା ପାଇଁ ତାଙ୍କ ମର ଶରୀରକୁ ଦାନ କରାଯାଇଥିଲା । ସ୍ୱର୍ଗତ ରଥ ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ ତଥା ଜଣେ ବିଶିଷ୍ଟ କ୍ରୀଡାବିତ ଥିଲେ ବୋଲି ସଭାରେ ଉପସ୍ଥିତ ସଭ୍ୟମାନେ ମତବ୍ୟକ୍ତ କରିଥିଲେ ।

ଉକ୍ତ ସଭାରେ ଓଡିଶା ପଶ୍ଚିମ ପ୍ରାନ୍ତ ବିଭାଗର ଉପସଭାପତି ପ୍ରଫେସର ତରୁଣ କୁମାର ମିଶ୍ର ସଂଯୋଜନା କରିଥିଲେ ଏବଂ ବରିଷ୍ଠ ସଦସ୍ୟ ଗୋପବନ୍ଧୁ ପୁରୋହିତ, ପଂଚାନନ ସେଠ, ଦିବାକର ହୋତା, ରାଜେଶ ପାଣିଗ୍ରାହୀ, ସତ୍ୟବ୍ରତ ବେହେରା, ବିମଲ ଚକ୍ରବର୍ତ୍ତି ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ରଥଙ୍କର ସ୍ମୃତି ଚାରଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande