
ଚମ୍ପୁଆ,୨୯ ମାର୍ଚ୍ଚ(ହି.ସ.) – ଚମ୍ପୁଆ ବ୍ଲକ ଅନ୍ତର୍ଗତ ସାନନଈ ଗ୍ରାମରେ ଶ୍ରୀ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ମହାମନ୍ତ୍ର ଅଖଣ୍ଡ ଚବିଶ ପ୍ରହର ନାମଯଜ୍ଞ ସଂକୀର୍ତନ ଅନୁଷ୍ଠିତ ହୋଇଯାଇଛି। ଗତ ୨୬ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ଅଖଣ୍ଡ ଚବିଶ ପ୍ରହର ନାମଯଜ୍ଞ ସଂକୀର୍ତନର ସମସ୍ତ ପୂଜାବିଧି ସ୍ଥାନୀୟ ନନା ପ୍ରଦୀପ ପାଣିଗ୍ରାହୀଙ୍କ ଦ୍ୱାରା ସମ୍ପର୍ଣ୍ଣ ହୋଇଥିବା ବେଳେ ଏଥିରେ ତିନିଟି ପୁରୁଷ ଦଳ ଓ ଦୁଇଟି ମହିଳା ସଂକୀର୍ତନ ଦଳ ଅଂଶଗ୍ରହଣ କରିଥିଲେ। ଚାରିଦିନ ଧରି ଚାଲିଥିବା ଏହି ନାମଯଜ୍ଞର ତୃତୀୟ ଦିନରେ ଚମ୍ପୁଆ ନିର୍ବାଚନ ମଣ୍ଡଳୀର ଲୋକପ୍ରିୟ ବିଜେପି ନେତା ତଥା ବିଶିଷ୍ଠ ସମାଜସେବୀ ଶ୍ରୀମନ୍ତ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। କମିଟି ସଦସ୍ୟ ଅଶୋକ କୁମାର ଗିରି, ବିଭୁତି ଭୂଷଣ ପ୍ରଧାନ, ଚିନ୍ତା ମଣି ପ୍ରଧାନ, ଚନ୍ଦ୍ରମୋହନ ପ୍ରଧାନ, ବଜ୍ର କୁମାର ଦାସ, ରଞ୍ଜନ କୁମାର ପ୍ରଧାନ, କୁଳମଣି ପ୍ରଧାନ, ନରୋତମ ପ୍ରଧାନ, ଜିତେନ୍ଦ୍ର ଗିରି, ଆମର ଗିରି, କେଦାର ଦାସ, ରାଜେନ୍ଦ୍ର ଗିରି, ଶ୍ରୀନିବାସ ପ୍ରଧାନଙ୍କ ସମେତ ସମସ୍ତ ଗ୍ରାମବାସୀ ପ୍ରଥମେ ଅତିଥିଙ୍କୁ ଶଙ୍ଖ ହୁଳହୁଳି ସହିତ ବନ୍ଦାପନା କରି ପୂଜା ମଣ୍ଡପ ପାଖକୁ ପାଛୋଟି ନେଇ ପୂଜା ମଣ୍ଡପ ପରିକ୍ରମା କରାଇ ଥିଲେ। ମଣ୍ଡପ ପରିକ୍ରମା ପରେ ଶ୍ରୀ ତ୍ରିପାଠୀ ଠାକୁରଙ୍କ ପୂଜାର୍ଚ୍ଚନା କରିବା ପରେ ନିଜ ଅଭିଭାଷଣରେ ହିନ୍ଦୁ ଧର୍ମରେ ମୋକ୍ଷ ପ୍ରାପ୍ତିର ସରଳ ଉପାୟ ହେଉଛି ଏହି ତିନିଟି - ଜ୍ଞାନ, ଭକ୍ତି ଏବଂ କର୍ମ। ଭଗବାନଙ୍କୁ ଯଦି ପ୍ରାପ୍ତ କରିବାର ଅଛି ହିନ୍ଦୁ ଧର୍ମରେ ସୁବିଧା ମୁତାବକ ନିଜର ମାର୍ଗ ନିରୂପଣ କରିଥାଏ ଏବଂ ପରମ ଶାନ୍ତି ଅନୁଭବ କରିବା ସହିତ ମୋକ୍ଷ ପ୍ରାପ୍ତି ଦିଗକୁ ଅଗ୍ରସର ହୋଇଥାଏ। ତେଣୁ ସେହି ଭକ୍ତି ମାର୍ଗରେ ଏକ ଭକ୍ତି ହେଉଛି ଭଗବାନ ଶ୍ରୀକୃଷ୍ଣଙ୍କ ନାମ ଯଜ୍ଞ ତଥା ସଂକୀର୍ତନ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ଆଖପାଖ ଅଂଚଳରୁ ଶତାଧିକ ଭକ୍ତଙ୍କ ଜନ ସମାଗମ ଏବଂ ନାମ ସଂକୀର୍ତନରେ ଚତୁର୍ପାଶ୍ୱ ଏକ ଆଧ୍ୟାତ୍ମିକତା ପରିବେଶ ସୃଷ୍ଟି କରିଥିଲା।
.......................................
ହିନ୍ଦୁସ୍ଥାନ ସମାଚାର / Trinath Mahanta