ଜମେରା–ମରାକୁଟା ରାସ୍ତାରେ ଆଲୋକୀକରଣ ଦାବୀ
ଝାରସୁଗୁଡା, ୨୯ ମାର୍ଚ୍ଚ (ହି.ସ.)- ଝାରସୁଗୁଡା ସଦର ବ୍ଲକ ଅନ୍ତର୍ଗତ ଜମେରା–ମରାକୁଟା ରାସ୍ତାରେ ଆଲୋକୀକରଣ ବ୍ୟବସ୍ଥା କରିବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଜୋରଦାର ଦାବୀ ଉଠିଛି। ବିଜୁ ଏକ୍ସପ୍ରେସ ୱେ ବାଇପାସରୁ ଜମେରା, ମରାକୁଟା ହୋଇ ଯାଇଥିବା ଏହି ରାସ୍ତା ଦ୍ୱାରା ପାୱାର ହାଉସ ଅଞ୍ଚଳ, ଜମୁଆପାଲି, ଇ
ଜମେରା–ମରାକୁଟା ରାସ୍ତାରେ ଆଲୋକୀକରଣ ଦାବୀ


ଝାରସୁଗୁଡା, ୨୯ ମାର୍ଚ୍ଚ (ହି.ସ.)- ଝାରସୁଗୁଡା ସଦର ବ୍ଲକ ଅନ୍ତର୍ଗତ ଜମେରା–ମରାକୁଟା ରାସ୍ତାରେ ଆଲୋକୀକରଣ ବ୍ୟବସ୍ଥା କରିବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଜୋରଦାର ଦାବୀ ଉଠିଛି। ବିଜୁ ଏକ୍ସପ୍ରେସ ୱେ ବାଇପାସରୁ ଜମେରା, ମରାକୁଟା ହୋଇ ଯାଇଥିବା ଏହି ରାସ୍ତା ଦ୍ୱାରା ପାୱାର ହାଉସ ଅଞ୍ଚଳ, ଜମୁଆପାଲି, ଇବ ବସ୍ତି ସହ ଅନ୍ୟାନ୍ୟ ଅଞ୍ଚଳର ଶତାଧିକ ଲୋକ ଓ ଛାତ୍ରଛାତ୍ରୀ ଦୈନିକ ଯାତାୟାତ କରୁଛନ୍ତି।

ରାସ୍ତାର ଅବସ୍ଥା ଦୟନୀୟ ହୋଇଥିବା ସହ ସନ୍ଧ୍ୟା ପରେ ଆଲୋକ ବ୍ୟବସ୍ଥା ନଥିବାରୁ ଯାତ୍ରୀମାନେ ଭାରି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଶେଷକରି ରାତି ସମୟରେ କାମ ଶେଷ କରି ଫେରୁଥିବା କର୍ମଚାରୀ ଓ ପାଠପଢ଼ି ଫେରୁଥିବା ଛାତ୍ରଛାତ୍ରୀଙ୍କୁ ଅନ୍ଧକାର ଓ ଖରାପ ରାସ୍ତା କାରଣରୁ ଦୁର୍ଘଟଣାର ଭୟ ସହ ଯାତ୍ରା କରିବାକୁ ପଡ଼ୁଛି।

ଅଞ୍ଚଳବାସୀଙ୍କ ଅଭିଯୋଗ ଅନୁସାରେ, ରାସ୍ତାଟି ଅନ୍ଧକାର ରହୁଥିବାରୁ ଅସାମାଜିକ ତତ୍ତ୍ୱମାନେ ରାତିରେ ଏଠାରେ ଆଡ୍ଡା ଜମାଇବାରୁ ସାଧାରଣ ଲୋକମାନଙ୍କ ମନରେ ଭୟ ସୃଷ୍ଟି ହେଉଛି। ଏହି ଅଞ୍ଚଳରେ ବିଭିନ୍ନ ଶିଳ୍ପ ସଂସ୍ଥା ଥିବାରୁ ସେମାନଙ୍କର ସିଏସଆର ତହବିଲ କିମ୍ବା ସରକାରୀ ଅନୁଦାନ ମାଧ୍ୟମରେ ବିଜୁ ଏକ୍ସପ୍ରେସ ୱେରୁ ଜମେରା–ମରାକୁଟା ବାଇପାସ ପର୍ଯ୍ୟନ୍ତ ଆଲୋକୀକରଣ କରାଯାଉ ବୋଲି ଦାବୀ କରାଯାଇଛି। ସଦର ଥାନା ଅଧିକାରୀ ସ୍ୱପ୍ନାରାଣୀ ଗୋଚ୍ଛାୟତ କହିଛନ୍ତି ଯେ, ରାତ୍ରି ସମୟରେ ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ ପୋଲିସ ପକ୍ଷରୁ ନିୟମିତ ଓ କଡାକଡି ପେଟ୍ରୋଲିଙ୍ଗ କରାଯାଉଛି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande