ରୁଙ୍ଗଟା କମ୍ପାନୀର ଭାରୀଯାନ ଚଳାଚଳରେ ରାସ୍ତା ପାଲଟିଛି ମରଣଯନ୍ତା, ନିର୍ମାଣ ପାଇଁ ଅଞ୍ଚଳବାସୀଙ୍କ ଦାବୀ
ଝାରସୁଗୁଡ଼ା, ୨୯ ମାର୍ଚ୍ଚ (ହି.ସ.)- ସଦର ବ୍ଲକ ଅନ୍ତର୍ଗତ ମରାକୁଟା ଅଞ୍ଚଳରେ ରୁଙ୍ଗଟା ସନ୍ସ କମ୍ପାନୀର ଭାରୀଯାନ ଚଳାଚଳ ଯୋଗୁଁ ବିଜୁ ଏକ୍ସପ୍ରେସ ୱେ ଠାରୁ ଜମେରା ଓ ମରାକୁଟା ପର୍ଯ୍ୟନ୍ତ ରାସ୍ତା ଦୟନୀୟ ଅବସ୍ଥାକୁ ପହଞ୍ଚିଛି। ରାସ୍ତାର ବିଭିନ୍ନ ସ୍ଥାନରେ ଖାଲଖମା ସୃଷ୍ଟି ହୋଇଥିବାରୁ ଯାତାୟାତ ଅତ୍
ରୁଙ୍ଗଟା କମ୍ପାନୀର ଭାରୀଯାନ ଚଳାଚଳରେ ରାସ୍ତା ପାଲଟିଛି ମରଣଯନ୍ତା, ନିର୍ମାଣ ପାଇଁ ଅଞ୍ଚଳବାସୀଙ୍କ ଦାବୀ


ଝାରସୁଗୁଡ଼ା, ୨୯ ମାର୍ଚ୍ଚ (ହି.ସ.)- ସଦର ବ୍ଲକ ଅନ୍ତର୍ଗତ ମରାକୁଟା ଅଞ୍ଚଳରେ ରୁଙ୍ଗଟା ସନ୍ସ କମ୍ପାନୀର ଭାରୀଯାନ ଚଳାଚଳ ଯୋଗୁଁ ବିଜୁ ଏକ୍ସପ୍ରେସ ୱେ ଠାରୁ ଜମେରା ଓ ମରାକୁଟା ପର୍ଯ୍ୟନ୍ତ ରାସ୍ତା ଦୟନୀୟ ଅବସ୍ଥାକୁ ପହଞ୍ଚିଛି। ରାସ୍ତାର ବିଭିନ୍ନ ସ୍ଥାନରେ ଖାଲଖମା ସୃଷ୍ଟି ହୋଇଥିବାରୁ ଯାତାୟାତ ଅତ୍ୟନ୍ତ କଷ୍ଟସାଧ୍ୟ ହୋଇପଡ଼ିଛି। ଏହାର ପ୍ରଭାବ ମରାକୁଟା ଓ ଜମେରା ଗ୍ରାମପଞ୍ଚାୟତ ସହିତ ବୁଡିପଦର, ତିହାଡିପାଲି, ସାଲେଟ୍ରିକା, ଜାମଟିକ୍ରା ଓ ପଣ୍ଡ୍ରିପଥର ଆଦି ଅଞ୍ଚଳର ଲୋକମାନଙ୍କ ଉପରେ ପଡ଼ିଛି। ବିଶେଷ କରି ଛାତ୍ରଛାତ୍ରୀ ଓ ଦୈନନ୍ଦିନ ଯାତ୍ରୀମାନେ ଏହି ରାସ୍ତାରେ ଯାତାୟାତ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ସ୍ଥାନୀୟ ଲୋକମାନଙ୍କ ଅଭିଯୋଗ ଅନୁଯାୟୀ, ରୁଙ୍ଗଟା ସନ୍ସ କମ୍ପାନୀର ଶତାଧିକ ଭାରୀଯାନ ଦୈନିକ ଏହି ରାସ୍ତା ଦେଇ ଚଳାଚଳ କରୁଥିବା ବେଳେ ରାସ୍ତାର କ୍ଷମତା ବାହାରେ ଓଜନ ବହନ କରିବାରୁ ଏହା ଶୀଘ୍ର ନଷ୍ଟ ହେଉଛି। ଫଳସ୍ୱରୂପ, ଅନେକ ସମୟରେ ଦୁର୍ଘଟଣା ଘଟୁଥିବାର ମଧ୍ୟ ଦେଖାଯାଉଛି। ରାସ୍ତାର ଦୟନୀୟ ପରିସ୍ଥିତି ଯୋଗୁଁ ଲକ୍ଷ୍ମୀ ବସ୍ ସେବା ମଧ୍ୟ ପ୍ରଭାବିତ ହୋଇଥିବା ସ୍ଥାନୀୟ ଲୋକ କହିଛନ୍ତି। ତେଣୁ ତୁରନ୍ତ ରାସ୍ତା ନିର୍ମାଣ ସହିତ କମ୍ପାନୀର ଭାରୀଯାନ ଚଳାଚଳ ଉପରେ ନିୟନ୍ତ୍ରଣ ଲାଗୁ କରିବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି।

ଏନେଇ ପିଡବ୍ଲୁଡି ବିଭାଗର ଅଧିକ୍ଷଣ ଯନ୍ତ୍ରୀ ସତ୍ୟବାନ ପଟେଲ କହିଛନ୍ତି ଯେ, ଉକ୍ତ ରାସ୍ତାରେ ବହୁ ପ୍ରାଇଭେଟ ଜମି ଥିବାରୁ କମ୍ପାନୀ ପକ୍ଷରୁ ସେହି ଜମି କ୍ରୟ କରି ପିଡବ୍ଲୁଡି ବିଭାଗକୁ ହସ୍ତାନ୍ତର କଲେ ପରେ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande