ଜିଲ୍ଲା ସଂକୀର୍ତନ ମଣ୍ଡଳୀ ଓ କଳାକାରମାନଙ୍କ ପକ୍ଷରୁ ବିକ୍ଷୋଭ
କେନ୍ଦ୍ରାପଡ଼ା,୨୯ ମାର୍ଚ୍ଚ(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲା ସଂକୀର୍ତନ ମଣ୍ଡଳୀ ଓ କଳାକାରମାନଙ୍କ ପକ୍ଷରୁ ଜିଲ୍ଲା କାର୍ଯ୍ୟାଳୟ ଆଗରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ କରାଯାଇଛି। ବିଜୁ ମହିଳା ଜନତା ଦଳର ରାଜ୍ୟ ଉପସଭାନେତ୍ରୀ ଶ୍ରୀମତୀ ଲେଖାଶ୍ରୀ ସାମନ୍ତସିଂହାର ଚୌଦ୍ୱାର କଟକର ପୂର୍ବତନ ବିଧାୟକ ଡକ୍ଟର ପ୍
---------------ଜିଲ୍ଲାସଂକୀର୍ତନ ମଣ୍ଡଳୀ ଓ କଳାକାରମାନଙ୍କ ପକ୍ଷରୁବିକ୍ଷୋଭ ।


କେନ୍ଦ୍ରାପଡ଼ା,୨୯ ମାର୍ଚ୍ଚ(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲା ସଂକୀର୍ତନ ମଣ୍ଡଳୀ ଓ କଳାକାରମାନଙ୍କ ପକ୍ଷରୁ ଜିଲ୍ଲା କାର୍ଯ୍ୟାଳୟ ଆଗରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ କରାଯାଇଛି। ବିଜୁ ମହିଳା ଜନତା ଦଳର ରାଜ୍ୟ ଉପସଭାନେତ୍ରୀ ଶ୍ରୀମତୀ ଲେଖାଶ୍ରୀ ସାମନ୍ତସିଂହାର ଚୌଦ୍ୱାର କଟକର ପୂର୍ବତନ ବିଧାୟକ ଡକ୍ଟର ପ୍ରଭାତ ରଂଜନ ବିଶ୍ୱାଳଙ୍କ ପ୍ରତି ଦେଇଥିବା ଆଶାଳୀନ ମନ୍ତବ୍ୟ ବିରୋଧରେ ସଂଘ ପକ୍ଷରୁ ବିକ୍ଷୋଭ କରାଯାଇଛି। ସଂସ୍କୃତି ଓ କଳା ପରିଷଦ ଓଡ଼ିଶା କେନ୍ଦ୍ରାପଡ଼ା ଜିଲ୍ଲା ଶାଖା ତରଫରୁ ଶତାଧିକ କଳାକାରମାନେ ବିକ୍ଷୋଭ ପ୍ରଦର୍ଶନ କରି ଶ୍ରୀମତୀ ଲେଖାଶ୍ରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଜିଲ୍ଲା ସଭାପତି ନବଘନ ନାୟକଙ୍କ ନେତୃତ୍ୱରେ ଏହି ବିକ୍ଷୋଭରେ ସମ୍ପାଦକ ସୁଦର୍ଶନ ମଲ୍ଲିକଙ୍କ ସହକଳାକାର କୈଳାଶ ମଲ୍ଲିକ, ସର୍ବେଶ୍ୱର ମଲ୍ଲିକ, ଅମର ମଲ୍ଲିକ, ସାଗର ବାରିକଙ୍କ ସହ ଶତାଧିକ କଳାକାର ଏହି ବିକ୍ଷୋଭରେ ଉପସ୍ଥିତ ଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande