କେନ୍ଦ୍ରାପଡ଼ା ଜିଲ୍ଲା ଓକିଲ ସଂଘ ନିର୍ବାଚନ : ରବି ମହାନ୍ତି ସଭାପତି, ନିହାର ମହାପାତ୍ର ସଂପାଦକ
କେନ୍ଦ୍ରାପଡ଼ା,୨୯ ମାର୍ଚ୍ଚ(ହି.ସ.) –କେନ୍ଦ୍ରାପଡା ଜିଲ୍ଲା ଓକିଲ ସଂଘ ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି। ଏଥିରେ ଜିଲ୍ଲା ସଭାପତି ଭାବେ ରବି ନାରାୟଣ ମହାନ୍ତି ଓ ସଂପାଦକ ଭାବେ ନିହାର ରଂଜନ ମହାପାତ୍ର ବିଜୟୀ ହୋଇଛନ୍ତି। ଉପ ସଭାପତି ଭାବେ ନୃସିଂହ ରାଉତ, ସହ ସଂପାଦକ ଭାବେ ମନୋରଞ୍ଜନ ବେହେ
-------------କେନ୍ଦ୍ରାପଡା ଜିଲ୍ଲା ଓକିଲ ସଂଘ ନିର୍ବାଚନ,


କେନ୍ଦ୍ରାପଡ଼ା,୨୯ ମାର୍ଚ୍ଚ(ହି.ସ.) –କେନ୍ଦ୍ରାପଡା ଜିଲ୍ଲା ଓକିଲ ସଂଘ ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି। ଏଥିରେ ଜିଲ୍ଲା ସଭାପତି ଭାବେ ରବି ନାରାୟଣ ମହାନ୍ତି ଓ ସଂପାଦକ ଭାବେ ନିହାର ରଂଜନ ମହାପାତ୍ର ବିଜୟୀ ହୋଇଛନ୍ତି। ଉପ ସଭାପତି ଭାବେ ନୃସିଂହ ରାଉତ, ସହ ସଂପାଦକ ଭାବେ ମନୋରଞ୍ଜନ ବେହେରା, କୋଷାଧ୍ୟକ୍ଷ ଭାବେ ରାଜୀବ କୁମାର ପାତ୍ର ଓ ଅତିରିକ୍ତ ସହ ସଂପାଦକ ଭାବେ ହରି ପ୍ରସାଦ କର ନିର୍ବାଚିତ ହୋଇଥିବା ଓକିଲ ସଂଘ ନିର୍ବାଚନ ଅଧିକାରୀ ପ୍ରଭାତ କୁମାର ପ୍ରଧାନ ସୂଚନା ଦେଇଛନ୍ତି। ସେହିପରି ନିଦ୍ୱନ୍ଦରେ ଅତିରିକ୍ତ ସହ ସଂପାଦକ (ମହିଳା) ମମତାମୟୀ ସାମଲ, ପରିଚାଳନା ସଭ୍ୟ ଭାବେ ପାର୍ଥ ପ୍ରତିମ ଚକ୍ରବର୍ତୀ, ମିନାକ୍ଷୀ ସାମନ୍ତରାୟ(୧), ସଂଘମିତ୍ରା ମଲିକ(୨) ମହିଳା ନିଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି। ଜିଲ୍ଲା ଓକିଲ ସଂଘ ନିର୍ବାଚନକୁ ଅତିରିକ୍ତ ନିର୍ବାଚନ ଅଧିକାରୀ ନିଳମଣୀ ମହାନ୍ତିଙ୍କ ସମେତ ଭାବଗ୍ରାହୀ ସାହୁ, ମନୋରଂଜନ ବାରିକ, ସେକ ମତିଉଲ୍ଲା ବକ୍ସ, ରବିନ୍ଦ୍ର କୁମାର ପାତ୍ର, ରମେଶ ମଲିକ, ଗୁଣନିଧି ନାୟକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande