ବିଭିନ୍ନ ସଙ୍ଗଠନ ପକ୍ଷରୁ କନ୍ଧମାଳ ସିଡିଏମ୍ ଓ ଡାକ୍ତର ସନ୍ତୋଷ କୁମାର ପାଢ଼ୀଙ୍କୁ ବିଦାୟୀ ସମ୍ବର୍ଦ୍ଧନା
Dr, Santosh Padhi faliciteted by several Association
ବିଭିନ୍ନ ସଙ୍ଗଠନ ପକ୍ଷରୁ କନ୍ଧମାଳ ସିଡିଏମ୍ ଓ ଡାକ୍ତର ସନ୍ତୋଷ କୁମାର ପାଢ଼ୀଙ୍କୁ ବିଦାୟୀ ସମ୍ବର୍ଦ୍ଧନା


କନ୍ଧମାଳ,୨୯ ମାର୍ଚ୍ଚ(ହି.ସ.) – କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଓ ସ୍ୱାସ୍ଥ୍ୟ ଅଧିକାରୀ ଡ଼ା ସନ୍ତୋଷ କୁମାର ପାଢ଼ୀ ପଦୋନ୍ନତି ପାଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ରୁ ତାଙ୍କୁ ଫୁଲବାଣୀ ସହରର ବିଭିନ୍ନ ସଙ୍ଗଠନ ପକ୍ଷରୁ ପୁଷ୍ପଗୁଛ, ଉପଢ଼ୌକନ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧତ କରାଯାଇଥିଲା ଫୁଲବାଣୀ ବନାନୀ କଳା ସଙ୍ଗମ ଠାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବ ବସରରେ ମିଳିତ ନାଗରିକ କମିଟି ସଭାପତି ତଥା ବରିଷ୍ଠ ସାମ୍ବାଦିକ ଡ ଅରୁପ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ସି ଡି ଏମ୍ ଓ ଡ଼ା ସନ୍ତୋଷ କୁମାର ପାଢ଼ୀ, ସମ୍ମାନୀତ ଅତିଥି ଭାବରେ ଜିଲ୍ଲା ନାଗରିକ ମଂଚ ସାଧାରଣ ସମ୍ପାଦକ ତଥା ଜିଲ୍ଲା ପ୍ରେସ କ୍ଲବ ସଭାପତି ସୁନୀଲ ପଟ୍ଟନାୟକ, ବରିଷ୍ଠ ନାଗରିକ ସଙ୍ଘ ଉପସଭାପତି ପିତାମ୍ବର ମିଶ୍ର, ବିକାଶ ପରିଷଦ ସଭାପତି ତଥା ଆଇନଜୀବି ହରିଶ୍ଚନ୍ଦ୍ର ମହାରଣା, ରକ୍ତ ଦାନ ସମିତି ପକ୍ଷରୁ ଆଇନଜୀବି ବିଜୟ ମହାନ୍ତି, ପ୍ରମୁଖ ଯୋଗ ଦେଇ ସିଡ଼ିଏମ୍ଓ ଡ଼ା ସନ୍ତୋଷ କୁମାର ପାଢ଼ୀ କନ୍ଧମାଳ ଜିଲ୍ଲାରେ ମାତ୍ର ବର୍ଷେ ହେଲା ଦାୟିତ୍ୱରେ ରହିଥିଲେ ମଧ୍ୟ ସଦର ମହକୁମା ଡାକ୍ତର ଖାନ ସମେତ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସୁଧାର ଆସିଥିବାରୁ ଭୂୟସୀ ପ୍ରଶଂସା କରିଥିଲେ। ତାଙ୍କର ନିଷ୍ଠା ପର ଉଦ୍ୟମ, ଆନ୍ତରିକତା, କାର୍ଯ୍ୟ ଦକ୍ଷତା ଯୋଗୁଁ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ଆସିଥିଲା। ସଦର ମହକୁମା ମେଡିକାଲ୍ ରେ ସିଟି ସ୍କାନ, ଆଲଟ୍ରା ସାଉଣ୍ଡ, ହେଲଥ ଏଟିମ୍ ଆଦି ପ୍ରତିଷ୍ଠା ସମ୍ଭବ ହୋଇଥିଲା। ସେହିପରି ଅଖଣ୍ଡ ଦ୍ୱୀପ ପ୍ରଜ୍ୱଳନ, ମ୍ୟୁଜିକ ସିଷ୍ଟମ୍ ମଧ୍ୟ ପ୍ରଚଳନ କରିଥିଲେ ଯାହାକି ସବୁ ଦିନ ପାଈଁ ମନେ ରହିବ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ କମାଣ୍ଡନେଂଟ ନବୀନ ପଣ୍ଡା, ଆଇନଜୀବି ବିଜୟ ପଟ୍ଟନାୟକ, ସାମ୍ବାଦିକ ପ୍ରଶାନ୍ତ କୁମାର ବେହେରା ବରିଷ୍ଠ ନାଗରିକ ତଥା ଅବସର ପ୍ରାପ୍ତ ସ୍ୱାସ୍ଥ୍ୟ ଅଧିକାରୀ ଅନନ୍ତ ଚରଣ ମିଶ୍ର, କର୍ମଚାରୀ ନେତା ତଥା ଆଇନଜୀବି ବ୍ରଜ କିଶୋର ପଟ୍ଟନାୟକ ପ୍ରମୁଖ ସିଡିଏମ୍ଓ ପାଢ଼ୀଙ୍କ କାର୍ଯ୍ୟକଳାପକୁ ପ୍ରଶଂସା କରିଥିଲେ। ମିଳିତ ନାଗରିକ କମିଟି ସମ୍ପାଦକ ତଥା ସମାଜ ସେବୀ ଅଶୋକ କୁମାର ପରିଡ଼ା ସ୍ୱାଗତ ଭାଷଣ ଓ ଧନ୍ୟ ବାଦ୍ ଅର୍ପଣ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande