


ବଲାଙ୍ଗିର, ୨୯ ମାର୍ଚ୍ଚ (ହି.ସ.)- ବଲାଙ୍ଗିରରେ ସମାଜସେବା କ୍ଷେତ୍ରରେ ଏକ ନୂତନ ଓ ପ୍ରେରଣାଦାୟକ ପଦକ୍ଷେପ ଭାବେ ସହାଯୋଗ ଫାଉଣ୍ଡେସନ ପକ୍ଷରୁ “ଶୀତଲ ଧାରା ଥଣ୍ଡା ପାନୀୟ ଜଳ ରୋଜେକ୍ଟ”ର ଭବ୍ୟ ଉଦ୍ଘାଟନ ୨୮ ମାର୍ଚ୍ଚ ସନ୍ଧ୍ୟାରେ ଟାଉନ ପୋଲିସ୍ ଷ୍ଟେସନ୍ ପ୍ରାଙ୍ଗଣରେ ସଫଳତାର ସହ ଆୟୋଜିତ ହୋଇଥିଲା।
ଏହି ଅବସରରେ ସହରର ଅନେକ ଗଣ୍ୟମାନ୍ୟ ବ୍ୟକ୍ତି, ସାମାଜିକ ସଂଗଠନର ସଦସ୍ୟମାନେ, ପ୍ରେସ ଓ ମିଡିଆ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ମୁଖ୍ୟ ଅତିଥି ଭାବେ ପୌରପାଳିକା ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ, ବିଶିଷ୍ଟ ଅତିଥି ଭାବେ ଏସ୍ଡିପିଓ ସରୋଜ ଉପାଧ୍ୟାୟ ଓ ବିଶେଷ ଅତିଥି ଭାବେ ଟାଉନ ପୋଲିସ୍ ଷ୍ଟେସନ୍ ଆଇଆଇସି ଅବନୀ ସାହୁ ଉପସ୍ଥିତ ଥିଲେ। ସେମାନେ ସମସ୍ତେ ଏହି ପଦକ୍ଷେପକୁ ଉଚ୍ଚ ପ୍ରଶଂସା କରିଥିଲେ ଏବଂ କହିଥିଲେ ଯେ, ଗ୍ରୀଷ୍ମ ଋତୁରେ ଶୁଦ୍ଧ ଓ ଥଣ୍ଡା ପାଣି ଯୋଗାଇବା ଏକ ଅତ୍ୟନ୍ତ ଲୋକହିତକାରୀ ପଦକ୍ଷେପ। “ଶୀତଲ ଧାରା 'ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ସହରର ପଦଯାତ୍ରୀ, ଶ୍ରମିକ ଓ ଆବଶ୍ୟକତାମାନ୍ୟ ଲୋକମାନଙ୍କୁ ସ୍ୱଚ୍ଛ ଓ ଥଣ୍ଡା ପାଣି ଯୋଗାଇବା।
ଏହି ଅବସରରେ ସହଯୋଗ ଫାଉଣ୍ଡେସନ ଦ୍ୱାରା ପରିଚାଳିତ ଅନ୍ୟାନ୍ୟ ସାମାଜିକ କାର୍ଯ୍ୟକଳାପ — ଖାଦ୍ୟ ବଣ୍ଟନ, ବସ୍ତ୍ର ବଣ୍ଟନ, ପୁସ୍ତକ ବଣ୍ଟନ, ସ୍ୱାସ୍ଥ୍ୟ ଶିବିର, ରକ୍ତଦାନ ଶିବିର, ଆମ୍ବୁଲାନ୍ସ ସେବା ଓ ଯୋଗ-ଧ୍ୟାନ କାର୍ଯ୍ୟକ୍ରମ — ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଥିଲା।
କାର୍ଯ୍ୟକ୍ରମରେ ଲାୟନ୍ସ କ୍ଲବ, ମାରୱାଡ଼ୀ ସମ୍ମେଳନ ଓ ମାରୱାଡ଼ୀ ମହିଳା ସମିତି ସହ ବହୁ ସାମାଜିକ ସଂଗଠନ ଓସ୍ଥାନୀୟ ନାଗରିକମାନେ ଯୋଗଦେଇଥିଲେ। କାର୍ଯ୍ୟକ୍ରମର ସମାପନ “ଶୁଦ୍ଧ ପାନୀୟ ଜଳରେ ମାନବ ଜାତିକୁ ସେଵା ଦେବା ” ବାଣୀ ସହିତ ହୋଇଥିଲା, ଯାହା ସମସ୍ତଙ୍କୁ ସମାଜସେବା ପ୍ରତି ପ୍ରେରିତ କରିଥିଲା।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ