ପରିବେଶ ସଚେତନତା, ଆଲୋଚନାଚକ୍ର ଓ କବିତା ପାଠୋତ୍ସବ
ବଲାଙ୍ଗିର, ୨୯ ମାର୍ଚ୍ଚ (ହି.ସ.)- ପ୍ରତିଷ୍ଠାତା ଡ. ଶ୍ରୀକର ମିଶ୍ରଙ୍କ ସାଇଟ ସ୍କୁଲ ଅଫ୍ ନର୍ସିଂ ସଦାଇପାଲି ଠାରେ ଗତକାଲି ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଓଡିଶା, ବଲାଙ୍ଗିର ଶାଖା ଆନୁକୁଲ୍ୟରେ ପରିବେଶ ସଂରକ୍ଷଣ “ପର୍ଯ୍ୟାବରଣ ସୁରକ୍ଷା, ଜୀବନ ରକ୍ଷା” ଶୀର୍ଷକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯା
ପରିବେଶ ସଚେତନତା, ଆଲୋଚନା ଚକ୍ର ଓ କବିତା ପାଠୋତ୍ସବ


ପରିବେଶ ସଚେତନତା, ଆଲୋଚନା ଚକ୍ର ଓ କବିତା ପାଠୋତ୍ସବ


ବଲାଙ୍ଗିର, ୨୯ ମାର୍ଚ୍ଚ (ହି.ସ.)- ପ୍ରତିଷ୍ଠାତା ଡ. ଶ୍ରୀକର ମିଶ୍ରଙ୍କ ସାଇଟ ସ୍କୁଲ ଅଫ୍ ନର୍ସିଂ ସଦାଇପାଲି ଠାରେ ଗତକାଲି ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଓଡିଶା, ବଲାଙ୍ଗିର ଶାଖା ଆନୁକୁଲ୍ୟରେ ପରିବେଶ ସଂରକ୍ଷଣ “ପର୍ଯ୍ୟାବରଣ ସୁରକ୍ଷା, ଜୀବନ ରକ୍ଷା” ଶୀର୍ଷକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପରିଷଦର ସଭାପତି ଡ. ଭବାନୀ ଶଙ୍କର ପଟେଲ, ସଚୀବ ରାମଚନ୍ଦ୍ର ପଟେଲ, ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଗିରିଜା ଶଙ୍କର ରଥ, ଡିପ୍ଲୋମା କଲେଜ ଅଧ୍ୟକ୍ଷା ନମିତା ପଟେଲ, ସ୍ନିଗ୍ଧା ମିନତି ଦାନୀ ମଂଚାସୀନ ହୋଇଥିଲେ । ପରିବେଶ ସୁରକ୍ଷା ଉପରେ ମଂଚାସୀନ ଅତିଥିମାନେ ଛାତ୍ର ଛାତ୍ରୀମାନଙ୍କୁ ପର୍ଯ୍ୟାବରଣ ଉପରେ ସଚେତନ କରି ବକ୍ତବ୍ୟମାନ ରଖିଥିଲେ । ଏହି ସଭାକୁ ସୁଚାରୁ ରୂପେ ସଂଯୋଜନା କରିଥିଲେ ଚୁମୁକି ଦାଶ । ଏ ପ୍ରସଂଗ ଉପରେ ଏକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ବି.ଏସ୍.ସି. ନର୍ସିଂ ର ଛାତ୍ରୀ ସୁଶ୍ରୀ ଶ୍ୱେତାରାନୀ ବାରିକ, ସ୍ନେହାସିନୀ ସାହୁ, କବିତା ବାଗ, ସାନିଆ ସାହୁ, ସନ୍ଧ୍ୟାରାଣୀ ସୁନା ପ୍ରଭୃତି ଉଚ୍ଚମାନର କବିତା ପାଠ କରି ପ୍ରଶଂସିତ ହୋଇଥିଲେ ।

ଏହା ବ୍ୟତିତ ବଲାଙ୍ଗିରର ଲବ୍ଧ ପ୍ରତିଷ୍ଠିତ କବିମାନେ କବିରତ୍ନ ଡ. ଗୋପୀକୃଷ୍ଣ ପାଣ୍ଡିଆ, ଗିିରିଜା ଶଙ୍କର ରଥ, ରାମ ଶଙ୍କର ଶତପଥି, ନଳିନୀପ୍ରଭା ଶତପଥି, ଡ.ଭବାନୀ ଶଙ୍କର ପଟେଲ, କବୀ ଚୁମୁକି ଦାସ ନିଜସ୍ୱ କବିତା ପାଠ କରିଥିଲେ । ଏହି ସଭାରେ ନଳିନୀ ପ୍ରଭା ଶତପଥୀ ଙ୍କ ବିରଚିତ ଗୀତିନାଟ୍ୟ “ପ୍ରଣୟ କୁସୁମ” ମଂଚାସୀନ ଅତିଥିମାନଙ୍କ କରକମଳରେ ଉନ୍ମୋଚିତ ହୋଇଥିôଲା ଓ ଡ. ଭବାନୀ ଶଙ୍କର ପଟେଲ ନାଟକଟିକୁ ସମୀକ୍ଷା କରିଥିଲେ । ପରିଶେଷରେ ଏକ ଜଗନ୍ନାଥଙ୍କ ଭଜନ ନାଟ୍ୟକାର ରାମ ଶଙ୍କର ଶତପଥି ଗାୟନ କରିଥିଲେ । ସଭାପତୀୟ ଅଭିଭାଷଣ ପ୍ରଦାନ କରିଥିଲେ ସଭାପତି ଓ ସଭା ସାଙ୍ଗ ହୋଇଥିଲା ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande