
ଜୟପୁର, ୨୯ ମାର୍ଚ୍ଚ (ହି.ସ.) - ଜୟପୁର ବ୍ଳକ ଅନ୍ତର୍ଗତ ଜୟନ୍ତୀଗିରି ଠାରେ ଆଜି ଏକ ବ୍ଳକ ସ୍ତରୀୟ ଗାଁ ବୈଦ ଓ ଡ଼ିସାରୀ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ସମ୍ମିଳନୀରେ ମାଗଣା ଆୟୁର୍ବେଦ ଚିକିତ୍ସା ସହ ଔଷଧ ବଂଟନ କରାଯାଇଥିଲା । ବ୍ଳକର ବିଭିନ୍ନ ଗ୍ରାମରୁ ମହିଳା ଏବଂ ପୁରୁଷ ବୈଦ ଏବଂ ଡିସାରୀ ମାନେ ଯୋଗ ଦେଇଥିଲେ । କୋରାପୁଟ ଜିଲ୍ଳା ଆୟୁବୈଦ ବିକାଶ ପରିଷଦ ପକ୍ଷରୁ ଆୟୋଜିତ ଏହି ସମ୍ମିଳନୀରେ ଆୟୁର୍ଦେଦର ପ୍ରଚାର ଏବଂ ପ୍ରସାଦ ନେଇ ଏକ ସଚେତନତା ସଭାର ଆୟୋଜନ କରାଯାଇଥିଲା । ସଂପାଦକ କବିରାଜ ପରମେଶ୍ୱର ପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଶ୍ରମିକ ନେତା ବାଲା ରାୟ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଆଇନଜୀବୀ ରାଜେନ୍ଦ୍ର କୁମାର ଗୌଡ଼ ଏବଂ ସ୍ୱତନ୍ର ଅତିଥି ଭାବେ ମଦନ ମୋହନ ନାୟକ, ସମ୍ମାନୀତ ଅତିଥି ଭାବେ ଚନ୍ଦ୍ରକାନ୍ତ ସୂତାର ଯୋଗ ଦେଇ ଗାଁ ବୈଦ ଏବଂ ଡିସାରୀଙ୍କ ସମସ୍ୟା ଉପରେ ଆଲୋକପାତ କରିଥିଲେ । ଗାଁ ବୈଦ ମାନେ ଡାକ୍ତର ମାନଙ୍କ ଠାରୁ ଅଧିକ ସେବା ମନୋଭାବରେ କାମ କରୁଥିବା ବେଳେ ରାଜ୍ୟ ସରକାର ସେମାନଙ୍କ ପାଇଁ କଳାକାର ଭତା ଭଳି ଆର୍ôଥକ ସହାୟତା ବ୍ୟବସ୍ଥା କରିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା । ଏ ଭଳି ଦାବିକୁ ସରକାରଙ୍କ ନିକଟରେ ଉପସ୍ଥାନ ନେଇ ପରିଷଦ କାମ କରିବ ବୋଲି ବୈଠକରେ ଘୋଷଣା କରାଯାଇଥିଲା । କାର୍ଯ୍ୟକ୍ରମକୁ ଜବହାର ଜେନା, ଶିବ କେଶବ ଦାସ, ରବିନ୍ଦ୍ର ପଟ୍ଟନାୟକ, ରାଜେଶ କୁମାର ଗୌଡ଼, କାଳିଚରଣ ମହାରଣା, ସତ୍ୟ ନାରାୟଣ ସାହୁ ପରିଚାଳନା କରିଥିଲେ । ଆଗାମୀ ଦିନରେ ସଂଗଠନକୁ ସୁଦୃଢ଼ କରିବା ନିମିତ ଏକ ବ୍ଳକ ସ୍ତରୀୟ ଗାଁ ବୈଦ ଓ ଡିସାରୀ କମିଟି ଗଠନ କରାଯାଇଥିଲା । ଏହି କମିଟିରେ ସଭାପତି ଭାବେ ରଘୁନାଥ ଅମନାତ୍ୟ, ଉପସଭାପତି ରାମନାଥ ପୂଜାରୀ, ସଂପାଦକ ବଳଦେବ ଗାଦବା, ଯୁଗ୍ମ ସଂପାଦକ ବିଶ୍ୱନାଥ କୁମ୍ଭାର, କୋଷାଧ୍ୟକ୍ଷ ଗୋବନ୍ର୍ଧନ ଗାଦବା, ସହ ସଂପାଦକ କୁନୁ ଗୌଡ଼, କାର୍ଯ୍ୟକାରିଣୀ ସଦସ୍ୟରେ ସୂର୍ଯ୍ୟ ଭତ୍ରା, ସଦାଶିବ ଅମାନାତ୍ୟଙ୍କୁ ନିଆଯାଇଥିଲା । ଶେଷରେ ସତ୍ୟ ନାରାୟଣ ପରିଛା ଧନ୍ୟବାଦ ଅର୍ପଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି