ବ୍ୟଙ୍ଗକବି ଅପର୍ତି ସେଠୀ ସମ୍ବର୍ଦ୍ଧିତ
କେନ୍ଦ୍ରାପଡ଼ା,୨୯ ମାର୍ଚ୍ଚ(ହି.ସ.) – କେନ୍ଦ୍ରାପଡ଼ାର ଜଣାଶୁଣା ବ୍ୟଙ୍ଗକବି ଅପର୍ତି ସେଠୀଙ୍କୁ ବିରଜା ବ୍ୟଙ୍ଗଶ୍ରୀ ୨୦୨୬ ସମ୍ମାନରେ ସମ୍ମାନୀତ କରାଯାଇଛି। ବୁଧ ସଂସ୍କୃତି ଭବନ ପରିସରରେ ବିରଜା କୃପା ସାହିତ୍ୟ ପରିବାର ପକ୍ଷରୁ ୫ମ ବାର୍ଷିକ ପୁସ୍ତକ ଉନ୍ମୋଚନ ଉତ୍ସବରେ ଶ୍ରୀସେଠୀଙ୍କୁ ସମ୍ମାନୀତ କରାଯା
ବ୍ୟଙ୍ଗକବି ଅପର୍ତିସେଠୀ ସମ୍ବର୍ଦ୍ଧିତ ।


କେନ୍ଦ୍ରାପଡ଼ା,୨୯ ମାର୍ଚ୍ଚ(ହି.ସ.) – କେନ୍ଦ୍ରାପଡ଼ାର ଜଣାଶୁଣା ବ୍ୟଙ୍ଗକବି ଅପର୍ତି ସେଠୀଙ୍କୁ ବିରଜା ବ୍ୟଙ୍ଗଶ୍ରୀ ୨୦୨୬ ସମ୍ମାନରେ ସମ୍ମାନୀତ କରାଯାଇଛି। ବୁଧ ସଂସ୍କୃତି ଭବନ ପରିସରରେ ବିରଜା କୃପା ସାହିତ୍ୟ ପରିବାର ପକ୍ଷରୁ ୫ମ ବାର୍ଷିକ ପୁସ୍ତକ ଉନ୍ମୋଚନ ଉତ୍ସବରେ ଶ୍ରୀସେଠୀଙ୍କୁ ସମ୍ମାନୀତ କରାଯାଇଛି। ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ପୁରସ୍କାର ଶିକ୍ଷକ ଭୂପତି ଭୂଷଣ ମିଶ୍ରଙ୍କ ପୌରହିତ୍ୟରେ ଅନୁଷ୍ଠାନର ସଭାପତି ବିଦ୍ୟୁତପ୍ରଭା ମିଶ୍ର, ସମ୍ପାଦକ ବୈଦ୍ୟନାଥ ପଣ୍ଡା, ସଂଯୋଜକ ପ୍ରମୋଦ କୁମାର ନାୟକ, ଇଂଜିନିୟର ଅକ୍ଷୟ କୁମାର ସୁତାରଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande