କଳାକାର ଓ ସଂକୀର୍ତନ ମଣ୍ଡଳୀଙ୍କ ଅଗ୍ରଦୂତ ପ୍ରଭାତ ବିଶ୍ୱାଳ ଲେଖାଶ୍ରୀ କ୍ଷମା ପ୍ରାର୍ଥନା ନକଲେ ତାଙ୍କ ବାସଭବନ ଘେରାଉ ହେବ
କେନ୍ଦ୍ରାପଡ଼ା,୨୯ ମାର୍ଚ୍ଚ(ହି.ସ.) – ରାଜ୍ୟରେ ଥିବା କଳାକାର ଓ ସଂକୀର୍ତନ ମଣ୍ଡଳୀଙ୍କ ଅଗ୍ରଦୂତ ହେଉଛନ୍ତି ପୂର୍ବତନ ବିଧାୟକ ଡ଼. ପ୍ରଭାତ ରଞ୍ଜନ ବିଶ୍ୱାଳ। ସେ ଓଡ଼ିଶାର କଳାକାର ପରିବାର ଓ ସଂକୀର୍ତନ ମଣ୍ଡଳୀ ପରିବାର ସଦସ୍ୟଙ୍କ ସହ ଓତପ୍ରୋତ ଭାବେ ଜଡିତ। ସେମାନଙ୍କ ସୁଖ ଦୁଃଖର ସାଥି ହେଉଛନ୍ତି ପୂର୍ବ
କଳାକାର ଓ ସଂକୀର୍ତନ ମଣ୍ଡଳୀଙ୍କ ଅଗ୍ରଦୂତ ପ୍ରଭାତ ବିଶ୍ୱାଳ ଲେଖାଶ୍ରୀ କ୍ଷମା ପ୍ରାର୍ଥନା ନକଲେ ତାଙ୍କ ବାସଭବନ ଘେରାଉ ହେବ


କେନ୍ଦ୍ରାପଡ଼ା,୨୯ ମାର୍ଚ୍ଚ(ହି.ସ.) – ରାଜ୍ୟରେ ଥିବା କଳାକାର ଓ ସଂକୀର୍ତନ ମଣ୍ଡଳୀଙ୍କ ଅଗ୍ରଦୂତ ହେଉଛନ୍ତି ପୂର୍ବତନ ବିଧାୟକ ଡ଼. ପ୍ରଭାତ ରଞ୍ଜନ ବିଶ୍ୱାଳ। ସେ ଓଡ଼ିଶାର କଳାକାର ପରିବାର ଓ ସଂକୀର୍ତନ ମଣ୍ଡଳୀ ପରିବାର ସଦସ୍ୟଙ୍କ ସହ ଓତପ୍ରୋତ ଭାବେ ଜଡିତ। ସେମାନଙ୍କ ସୁଖ ଦୁଃଖର ସାଥି ହେଉଛନ୍ତି ପୂର୍ବତନ ବିଧାୟକ ଡ଼. ବିଶ୍ୱାଳ। କିନ୍ତୁ ନିକଟରେ ବିଜେଡ଼ି ରାଜ୍ୟ ଉପ ସଭାନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଏକ ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି ଡ଼. ବିଶ୍ୱାଳ କଳାକାର ସଂକୀର୍ତନମାନଙ୍କ ଠାରୁ ଟଙ୍କା ଆଦାୟ କରନ୍ତି। ଏହା କଳାକାର ସଂଘ ଓ ସଂକୀର୍ତନ ମଣ୍ଡଳୀ ସଂଘର ମୁରବୀ ଡ଼. ବିଶ୍ୱାଳଙ୍କ ପ୍ରତି ଘୋର ଅପମାନ ସୂଚକ ମନ୍ତବ୍ୟ। ଏହି ମନ୍ତବ୍ୟକୁ ଯଦି ଶ୍ରୀମତୀ ସାମନ୍ତସିଂହାର ପ୍ରତ୍ୟାହାର ନ କରନ୍ତି ଓ ଡ଼. ବିଶ୍ୱାଳଙ୍କୁ କ୍ଷମା ନ ମାଗନ୍ତି ତେବେ ଲେଖାଶ୍ରୀଙ୍କ ବାସଭବନ ଘେରାଉ କରାଯିବ ବୋଲି କେନ୍ଦ୍ରାପଡ଼ା ଜିଲାର ଶତାଧିକ କଳାକାର ଓ ସଂକୀର୍ତନ ମଣ୍ଡଳୀ ସଂଘ କର୍ମକର୍ତା ମତବ୍ୟକ୍ତ କରିଛନ୍ତି। ରବିବାର ଛୁଟି ଥିବା ସତ୍ୱେ କେନ୍ଦ୍ରାପଡ଼ା ଜିଲାର ପ୍ରତି ବ୍ଲକରୁ ସହ ସହ ସଂଖ୍ୟାରେ କଳାକାର ଓ ସଂକୀର୍ତନ ମଣ୍ଡଳୀର ସଦସ୍ୟମାନେ କେନ୍ଦ୍ରାପଡ଼ା ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରିଛନ୍ତି। କେନ୍ଦ୍ରାପଡ଼ା ଜିଲା ସଂସ୍କୃତି ଓ କଳା ପରିଷଦର ସଭାପତି ନବଘନ ନାୟକ ଓ ସମ୍ପାଦକ ସୁଦର୍ଶନ ମଲ୍ଲିକଙ୍କ ନେତୃତ୍ୱରେ ଏହି ଘେରାଉ କରାଯାଇଥିଲା। ଏଥିରେ ସମଗ୍ର ଜିଲାର ଶତାଧିକ କଳାକାର ଓ ସଂକୀର୍ତନ ମଣ୍ଡଳୀ ସଦସ୍ୟ ଯୋଗଦେଇ ବିଜେଡି ଉପ ସଭାନେତ୍ରୀ ଲେଖାଶ୍ରୀ ଡ଼. ବିଶ୍ୱାଳଙ୍କୁ କ୍ଷମା ମାଗନ୍ତୁ ବୋଲି ଦାବି କରିଥିଲେ। ଲେଖାଶ୍ରୀଙ୍କୁ ଏକ ସପ୍ତାହ ସମୟ ଦିଆଯାଇଛି ତାଙ୍କ ମତ ପରିବର୍ତନ କ୍ଷମା ପ୍ରାର୍ଥନା କରନ୍ତୁ ନହେଲେ ଏଭଳି ଭୁଲ ମନ୍ତବ୍ୟ ପାଇଁ ଦଳରୁ ଇସ୍ତଫା ଦିଅନ୍ତୁ। ଯଦି ଦୁଇଟି କାର୍ଯ୍ୟରୁ କୌଣସିଟି ନକରିବେ ତେବେ ତାଙ୍କ ବାସଭବନ ସମ୍ମୁଖରେ ରାଜ୍ୟର ହଜାର ହଜାର କଳାକାର ଓ ସଂକୀର୍ତନ ମଣ୍ଡଳୀ ସଦସ୍ୟମାନେ ଝାଞ୍ଜ ମୃଦଙ୍ଗ ବଜାଇ ଘେରାଉ କରିବେ ଓ ଏଥିପାଇଁ ସେ ହି ଦାୟୀ ରହିବେ ବୋଲି ସଂସ୍କୃତି ଓ କଳା ପରିଷଦ ଓଡ଼ିଶାର କେନ୍ଦ୍ରାପଡ଼ା ଜିଲା ଶାଖାର ସମ୍ପାଦକ ସୁଦର୍ଶନ ମଲ୍ଲିକ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଡ଼. ବିଶ୍ୱାଳ ହେଉଛନ୍ତି କଳାକାର ଓ ସଂକୀର୍ତନ ମଣ୍ଡଳୀଙ୍କ ମୁରବୀ। ଆମ ମୁରବୀଙ୍କ ପ୍ରତି ଏଭଳି ଅପମାନ ସୂଚକ କଥା ଗ୍ରହଣ ଯୋଗ୍ୟ ନୁହେଁ ବୋଲି ସେ କହିଛନ୍ତି । ଲେଖାଶ୍ରୀଙ୍କ ମନ୍ତବ୍ୟ ସମ୍ପର୍କରେ ଡ଼. ବିଶ୍ୱାଳଙ୍କୁ ପଚାରିବାରୁ ସେ କହିଲେ ମୋତେ ଓଡ଼ିଶାର ଲକ୍ଷ ଲକ୍ଷ କଳାକାର ଓ ସଂକୀର୍ତନ ମଣ୍ଡଳୀ ସଦସ୍ୟ ଜାଣିଛନ୍ତି । ଯଦି ଲେଖାଶ୍ରୀ ପ୍ରମାଣ କରିଦେବେ ମୁଁ କୌଣସି କଳାକାର କିମ୍ବା ସଂକୀର୍ତନ ମଣ୍ଡଳୀ ଠାରୁ ମାତ୍ର ଟଙ୍କାଟିଏ ନେଇଛି ତେବେ ମୁଁ ରାଜନୀତିରୁ ସନ୍ୟାସ ନେଇଯିବି।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande