
କେନ୍ଦୁଝର, ୨୯ ମାର୍ଚ୍ଚ (ହି.ସ.) - ବୈଦିକ ପରମ୍ପରା ଅନୁଯାୟୀ ସୂର୍ଯ୍ୟ ପୂଜା, ଗୁରୁ ପୂଜା ଓ ସର୍ବଦେବମୟୀ ଗୋମାତାଙ୍କ ପୂଜା ସମାପନ କରି ଭାଗବତ ଗାଦି ପୂଜାର୍ଚ୍ଚନା ପୂର୍ବକ ଭଗବଦ୍ ଗୀତା,ଗୋପାଳ ସହସ୍ରନାମ ତଥା ହନୁମାନ ଚାଳିଶା ପାଠ କରି ଭାଗବତ ପାରାୟଣ ଆରମ୍ଭ କରାଗଲା।ପଣ୍ଡିତ ଅଭିଜିତ ପଣ୍ଡା, ପଣ୍ଡିତ ରାମ ନାରାୟଣ ଶର୍ମା, ପଣ୍ଡିତ ଆଦିତ୍ୟ ମିଶ୍ର,ପଣ୍ଡିତ କେଶବ ଆଚାର୍ଯ୍ୟ,ପଣ୍ଡିତ ବସନ୍ତ କୁମାର ପଣ୍ଡା,ପଣ୍ଡିତ ରବି ପାଢ଼ୀ ଓ ଆଚାର୍ଯ୍ୟ ଦାଶରଥି ପ୍ରଧାନ ଭାଗବତ ପାଠ କରିଥିଲେ । ମୁଖ୍ୟ କର୍ତା ତଥା ମୁଖ୍ୟ ଶ୍ରୋତା ନକୁଳ ଚନ୍ଦ୍ର ପଲେଇଓ ତାଙ୍କର ଧର୍ମପତ୍ନୀ ନିରୁପମା କବିଏବଂ ପଦ୍ମନାଭ ପଲେଇ ଓ ତାଙ୍କର ଧର୍ମପତ୍ନୀ ଯଶୋଦା ପଲେଇ , କେନ୍ଦୁଝର ଜିଲ୍ଲା ଯାଦବ ମହାସଭାର ଅକ୍ଷୟ କୁମାର ଦାସ,ରାଜେନ୍ଦ୍ର ମହାକୁଡ , ପ୍ରଫୁଲ୍ଲ କୁମାର ପ୍ରଧାନ , ରାଇକଳା ଗ୍ରାମବାସୀ ତଥା ଦୂରଦୁରାନ୍ତରୁ ଆସିଥିବା ଶତାଧିକ ଭାଗବତ ପ୍ରେମୀ ଭକ୍ତ ଶ୍ରଦ୍ଧା ଓ ଭକ୍ତିର ସହିତ ଏକାଗ୍ର ଚିତରେ ଭାଗବତ ଶ୍ରବଣ କରିଥିଲେ । ଭାଗବତ ପଂଚମ ସ୍କନ୍ଧ ଷଷ୍ଠ ଅଧ୍ୟାୟରେ ଦ୍ୱିତୀୟ ଦିବସ ପାରାୟଣର ବିଶ୍ରାମ ଦିଆଗଲା ।ପରିଶେଷରେ ଆଚାର୍ଯ୍ୟ ଦାଶରଥି ପ୍ରଧାନଙ୍କ ଅଧ୍ୟକ୍ଷତାରେ ସଦର ବ୍ଲକ ପ୍ରସନ୍ନ କୁମାର ଦାସ ଓ ସଭାପତି ଜିତେନ୍ଦ୍ର ବେହେରା ଆଜିର ପଠିତ ପ୍ରସଙ୍ଗରେ ଭାଗବତ ଆଲୋଚନା କରିଥିଲେ ।ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ବାବୁଲାଲ ପଲେଇ । ଆଚାର୍ଯ୍ୟ ଦାଶରଥି ପ୍ରଧାନ ପଠିତ ପ୍ରସଙ୍ଗ ଅନୁଯାୟୀ ଭଗବାନ କପିଳଦେବଙ୍କ ମାତା ଦେବହୁତିଙ୍କୁ ଭକ୍ତିତତ୍ୱ ଉପଦେଶ, ଧ୍ରୁବ ଚରିତ ତଥା ଭରତ ଚରିତ ସମ୍ବନ୍ଧରେ ଆଲୋକପାତ କରିଥିଲେ ।ପରିଶେଷରେ ଭାଗବତ ପଂଚମ ସ୍କନ୍ଧ ଷଷ୍ଠ ଅଧ୍ୟାୟରେ ଆଜିର ପାରାୟଣକୁ ବିଶ୍ରାମ ଦିଆଗଲା ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA