
ଜୟପୁର, ୨୯ ମାର୍ଚ୍ଚ (ହି.ସ.)- ଜୟପୁର ସଦର ମହକୁମାରେ ଶହୀଦ ଲକ୍ଷ୍ମଣ ନାୟକଙ୍କ ତିରୋଧାନ ଦିବସ ପାଳିତ ହୋଇଯାଇଛି। ଜୟପୁର ବାଙ୍କମଠ ଛକ ନିକଟରେ ସ୍ଥାପିତ ଶହୀଦ ଲକ୍ଷ୍ମଣନାୟକଙ୍କ ପ୍ରତିମୂର୍ତ୍ତୀରେ ଜୟପୁର ଉପାଜିଲ୍ଲାପାଳ ତଥା ପ୍ରକଳ୍ପ ନିର୍ଦ୍ଦେଶକ ଆଦିବାସୀ ଉନ୍ନୟନ ସଂସ୍ଥା ଜୟପୁର ଶ୍ରୀମତୀ ତୃପ୍ତି ବରାଇ ପୁଷ୍ପ ମାଲ୍ୟାର୍ପଣ କରି ଶହୀଦଙ୍କର ସ୍ମୃତି ଚାରଣ କରିଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ବାଲା ରାୟ ସମାଜସେବୀ, ପୂଜ୍ୟପୂଜା କମିଟିର ସଭାପତି, ଶହୀଦ ଲକ୍ଷ୍ମଣ ନାୟକ ସ୍ମୃତି କମିଟିର ସଭାପତି, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜୟପୁର ଯଶୋଦା ଗ।ଦବା ପ୍ରମୁଖ ଯୋଗଦେଇ ପୁଷ୍ପ ମାଲ୍ୟାର୍ପଣ କରିଥିଲେ।ଏହି ଅବସରରେ ଶହୀଦ ଲକ୍ଷ୍ମଣ ନାୟକଙ୍କର ସ୍ମୃତିରେ ଆୟୋଜିତ ଏକ ଛୋଟ ନାଟକ ବନିତା ଏକ୍ଟିଭିଟି ସ୍କୁଲ ଦ୍ଵାରା ଆୟୋଜିତ ହୋଇଥିଲା ଏବଂ ମୁଖ୍ୟ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା।
ହିନ୍ଦୁସ୍ଥାନ ସମାଚାର / ପିକେପି