
କେନ୍ଦ୍ରାପଡ଼ା,୨୯ ମାର୍ଚ୍ଚ(ହି.ସ.) – କେନ୍ଦ୍ରାପଡ଼ା ପୈାରାଂଚଳ ଅନ୍ତର୍ଗତ ମହିପାଳ ଠାରେ ଥିବା ମା ମହିପାଳିନୀ ନୂତନ ହନୁମାନ ମନ୍ଦିର ପ୍ରତିଷ୍ଠା ନିମନ୍ତେ ୧୦୮ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି କଳସ ଶୋଭାଯାତ୍ରା ମା ମହିପାଳିନୀ ଠାକୁରାଣୀଙ୍କ ପାଖରୁ ବାହାରି ଗ୍ରାମ ଓ ସହର ପରିକ୍ରମା କରି ଗୋବରୀ ନଦୀରୁ ପାଣି ଉଠାଇ ହନୁମାନ ମନ୍ଦିରରେ ଢଳା ଯାଇଥିଲା। ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ସ୍ଥାନୀୟ ଲୋକଙ୍କ ସହ ମହିଳାମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି