
ଭୁବନେଶ୍ୱର, ୨୯ ମାର୍ଚ୍ଚ (ହି.ସ.)- ଝଡ଼, ବଜ୍ରପାତ ଏବଂ ପବନର ସମ୍ଭାବନା ନେଇ ଅଗାମୀ ୫ ଦିନ ପାଇଁ ରାଜ୍ୟର କେତେକ ଜିଲ୍ଲାକୁ ଚେତାବନୀ ଜାରି ହୋଇଥିବା ବେଳେ ଏହାର ପରବର୍ତୀ ୨ ଦିନ ପାଇଁ କୌଣସି ଚେତାବନୀ ନାହିଁ ।
ଝଡ଼, ବଜ୍ରପାତ ଏବଂ ପବନର ସମ୍ଭାବନା ନେଇ ଆଗାମୀ ୨୪ ଘଂଟା ପାଇଁ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହି ଜିଲ୍ଲା ଗୁଡିକ ହେଲା କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କୋରାପୁଟ, ମାଲକାନଗିରି । ଏସବୁ ସ୍ଥାନରେ ପବନର ବେଗ ଘଂଟା ପ୍ରତି ୩୦ରୁ ୪୦ କି.ମି. ରହିପାରେ ।
ଅନୁରୂପ ଭାବେ ଝଡ଼, ବଜ୍ରପାତ ଏବଂ ପବନର ସମ୍ଭାବନା ନେଇ ୩୦ ତାରିଖ ସକାଳ ଠାରୁ ୩୧ ତାରିଖ ସକାଳ ସୁଦ୍ଧା ୪ ଜିଲ୍ଲା, ୩୧ ତାରିଖ ସକାଳ ଠାରୁ ଅପ୍ରେଲ ୧ ତାରିଖ ସକାଳ ସୁଦ୍ଧା ୭ ଜିଲ୍ଲା, ଅପ୍ରେଲ ୧ ତାରିଖ ସକାଳ ଠାରୁ ୨ ତାରିଖ ସକାଳ ସୁଦ୍ଧା ୮ ଜିଲ୍ଲା, ୨ ତାରିଖ ସକାଳ ଠାରୁ ୩ ତାରିଖ ସକାଳ ସୁଦ୍ଧା ୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏହାପରେ ୩ ତାରିଖ ସକାଳ ଠାରୁ ୫ ତାରିଖ ସକାଳ ସୁଦ୍ଧା କୌଣସି ଚେତାବନୀ ନାହିଁ । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ରବିବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ