
କେନ୍ଦ୍ରାପଡ଼ା,୨୯ ମାର୍ଚ୍ଚ(ହି.ସ.) – କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଦୁହୁରିଆ ଛକରେ ଆଜି ସନ୍ଧ୍ୟାରେ ହିନ୍ଦୁସ୍ଥାନ ପେଟ୍ରୋଲିୟମ୍ର ଏକ ଟ୍ୟାଙ୍କରରେ ହଠାତ୍ ନିଆଁ ଲାଗିଯାଇଥିଲା। ଟ୍ୟାଙ୍କର ଡ୍ରାଇଭର ଉପସ୍ଥିତ ବୁଦ୍ଧି ଖଟାଇ ଗାଡ଼ିରୁ ତଳକୁ ଡେଇଁପଡ଼ି ଗାଡ଼ିରେ ଥିବା ଅଗ୍ନି ନିର୍ବାପକ ବ୍ୟବହାର କରି ନିଆଁକୁ ଆୟତ କରିଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଂଚିବା ବେଳକୁ ନିଆଁ ଲିଭି ସାରିଥିଲା। ତେବେ ବ୍ୟାଟେରୀରୁ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ଟ୍ୟାଙ୍କରଟିରେ ତେଲ ଭର୍ତି ହୋଇ ରହିଥିବା ଜଣାପଡ଼ିଛି।
.......................................
ହିନ୍ଦୁସ୍ଥାନ ସମାଚାର / ରବି