ଉଦଘାଟନ ହେଲା ଓମ ଶାନ୍ତିର ବିଶ୍ୱ କଲ୍ୟାଣ ଭବନ
ଜୟପୁର, ୨୯ ମାର୍ଚ୍ଚ (ହି.ସ.) - ଜୟପୁର ସେଣ୍ଟଜାଭିୟର ବିଦ୍ୟାଳୟ ପଛପଟେ ନୂତନ ଭାବେ ନିର୍ମାଣ ହୋଇଥିବା ଓମ ଶାନ୍ତିର ନୂତନ ବିଶ୍ୱ କଲ୍ୟାଣ ଭବନ ଆଜି ଉଦଘାଟନ ହୋଇଛି। ବିଧାୟକ ତାରାପ୍ରସାଦ ବାହିନୀପତି, ପୌରାଧ୍ୟକ୍ଷ ନରେନ୍ଦ୍ର ମହାନ୍ତି,ବିଜେପି ନେତା ଗୌତମ ସାମନ୍ତରାୟ, ସାଂସଦ ପ୍ରତିନିଧି ହସନ ମଦାନି
ଉଦଘାଟନ ହେଲା ଓମ ଶାନ୍ତିର ବିଶ୍ବ କଲ୍ୟାଣ ଭବନ


ଜୟପୁର, ୨୯ ମାର୍ଚ୍ଚ (ହି.ସ.) - ଜୟପୁର ସେଣ୍ଟଜାଭିୟର ବିଦ୍ୟାଳୟ ପଛପଟେ ନୂତନ ଭାବେ ନିର୍ମାଣ ହୋଇଥିବା ଓମ ଶାନ୍ତିର ନୂତନ ବିଶ୍ୱ କଲ୍ୟାଣ ଭବନ ଆଜି ଉଦଘାଟନ ହୋଇଛି। ବିଧାୟକ ତାରାପ୍ରସାଦ ବାହିନୀପତି, ପୌରାଧ୍ୟକ୍ଷ ନରେନ୍ଦ୍ର ମହାନ୍ତି,ବିଜେପି ନେତା ଗୌତମ ସାମନ୍ତରାୟ, ସାଂସଦ ପ୍ରତିନିଧି ହସନ ମଦାନି ପ୍ରମୁଖ ଉପସ୍ଥିତ ଥିଲେ। ମାଉଂଟଆବୁରୁ ଆସିଥିବା ପ୍ରସିଦ୍ଧ ପ୍ରେରଣାଦାୟୀ ବ୍ରହ୍ମକୁମାରୀ ଉଷାଦିଦୀ ଓ ବି.କେ ରୁପେଶ ଉପସ୍ଥିତ ରହି ଓମ ଶାନ୍ତି ହେଉଛି ଶାନ୍ତି ଓ ମମତାର ଏକମାତ୍ର ଉପାୟ ବୋଲି ପ୍ରକାଶ କରିଥିଲେ। ବିଧାୟକ ଶ୍ରୀ ବାହିନିପତି ଆଗାମୀ ଦିନରେ ଯଦି ଏହି ଭବନ ନିମନ୍ତେ ଯାହା କିଛି ଆବଶ୍ୟକ ପଡେ ସେ ଦେବା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି କହିଥିଲେ। ଉଦଘାଟନୀ ଉତ୍ସବରେ ଅବିଭକ୍ତ କୋରାପୁଟ ଜିଲ୍ଲାର ଓମଶାନ୍ତି ମହିଳା ଓ ପୁରୁଷ ମାନେ ଯୋଗ ଦେଇଥିଲେ। ଏହି ବିଶ୍ୱକଲ୍ୟାଣ ଭବନ ଏକ ଭବନ ନୁହେଁ ଏହା ସମଗ୍ର ବିଶ୍ୱର ଶାନ୍ତି ଓ ମାନବ କଲ୍ୟାଣ ପାଇଁ ଏକ ଆଧ୍ୟାତ୍ମିକ କେନ୍ଦ୍ର ଅଟେ। ସମାଜରେ ଆଧ୍ୟାତ୍ମିକ ଚେତନା ବୃଦ୍ଧି କରିବା, ମନଶାନ୍ତି ଓ ନୈତିକ ମୁଲ୍ୟବୋଧକୁ ସୁଦୃଢ କରିବା ଏହି ଭବନର ମୁଳ ଲକ୍ଷ ବୋଲି ଉପସ୍ଥିତ ବକ୍ତା ମାନେ ପ୍ରକାଶ କରିଥିଲେ। ଏହିଅବସରରେ ସମସ୍ତ ଭକ୍ତଙ୍କ ନିମନ୍ତେ ପ୍ରସାଦସେବନର ବ୍ୟବସ୍ଥା କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande