ତେରାପଂଥ ଭବନ ଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ୨୦୨୬ ମଣ୍ଡଳ ପ୍ରଶିକ୍ଷଣ ବର୍ଗ କାର୍ଯ୍ୟକ୍ରମ
ବଲାଙ୍ଗିର, ୨୯ ମାର୍ଚ୍ଚ (ହି.ସ.)- ବଲାଙ୍ଗୀର ବିଜେପି ନଗର ସମଲେଇଶ୍ବରୀ ମଣ୍ଡଳ ତରଫରୁ ଆଜି ତେରାପଂଥ ଭବନ ଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ୨୦୨୬ ମଣ୍ଡଳ ପ୍ରଶିକ୍ଷଣ ବର୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ବଲାଙ୍ଗୀର ବିଜେପି ସମ
ତେରାପଂଥ ଭବନ ଠାରେ. ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ 2026.ମଣ୍ଡଳ ପ୍ରଶିକ୍ଷଣ ବର୍ଗ କାର୍ଯ୍ୟକ୍ରମ


ତେରାପଂଥ ଭବନ ଠାରେ. ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ 2026.ମଣ୍ଡଳ ପ୍ରଶିକ୍ଷଣ ବର୍ଗ କାର୍ଯ୍ୟକ୍ରମ


ତେରାପଂଥ ଭବନ ଠାରେ. ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ 2026.ମଣ୍ଡଳ ପ୍ରଶିକ୍ଷଣ ବର୍ଗ କାର୍ଯ୍ୟକ୍ରମ


ବଲାଙ୍ଗିର, ୨୯ ମାର୍ଚ୍ଚ (ହି.ସ.)- ବଲାଙ୍ଗୀର ବିଜେପି ନଗର ସମଲେଇଶ୍ବରୀ ମଣ୍ଡଳ ତରଫରୁ ଆଜି ତେରାପଂଥ ଭବନ ଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ୨୦୨୬ ମଣ୍ଡଳ ପ୍ରଶିକ୍ଷଣ ବର୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ବଲାଙ୍ଗୀର ବିଜେପି ସମଲେଇଶ୍ବରୀ ମଣ୍ଡଳ ସଭାପତି ଲଳିତ ଶର୍ମା। ମଞ୍ଚରେ ଉପସ୍ଥିତ ଥିଲେ ମୁଖ୍ୟବକ୍ତା ଆର.ଏସ.ଏସ.ମୁଖ୍ୟ ପ୍ରଚାରକ କେଶବ ଭାଇ ପଟେଲ, ବରିଷ୍ଠ ବିଜେପି ନେତା ଗୋପାଳଜୀ ପାଣିଗ୍ରାହୀ, ବରିଷ୍ଠ ବିଜେପି ନେତ୍ରୀ ପଂକଜିନୀ ପଣ୍ଡା, ବଲାଙ୍ଗୀର ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଦିନେଶ ଶର୍ମା, ସମଲେଇ ଶ୍ବରୀ ମଣ୍ଡଳ ସଭାପତି ଲଳିତ ଶର୍ମା ଉପସ୍ଥିତ ଥିଲେ। ଭାରତୀୟ ଜନତା ପାର୍ଟି ରାଜ୍ୟ ସ୍ତରୀୟ ଓ ଜିଲ୍ଲା ସ୍ତରୀୟ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଛି। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଲା ବୁଥ ସ୍ତରରୁ ମଣ୍ଡଳ ସ୍ତର ଓ ଜିଲ୍ଲା ସ୍ତର ପର୍ଯ୍ୟନ୍ତ ପାର୍ଟିକୁ ମଜବୁତ କରିବା ପାଇଁ ଓ ନୂତନ କାର୍ଯ୍ୟକର୍ତ୍ତା ଓ ନୂତନ ଭୋଟର ତିଆରି କରିବା ପାଇଁ ଏହି ପ୍ରଶିକ୍ଷଣ ମହା ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ।

ଏହି କାର୍ଯ୍ୟକ୍ରମରେ ବଲାଙ୍ଗୀର ସମଲେଇଶ୍ବରୀ ମଣ୍ଡଳର ୧୨ ନମ୍ବର ୱାର୍ଡରୁ ୨୧ ନମ୍ବର ୱାର୍ଡ ପର୍ଯ୍ୟନ୍ତ ବିଜେପି କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

ଏହି କାର୍ଯ୍ୟକ୍ରମରେ ବିଜେପିର ବରିଷ୍ଠ ମହିଳା ମୋର୍ଚ୍ଚା କାର୍ଯ୍ୟକର୍ତ୍ତା ଓ ମହିଳା ବିଜେପି ପଦାଧିକାରୀ ଉପସ୍ଥିତ ଥିଲେ।

ଜିଲ୍ଲା ବିଜେପିର ବରିଷ୍ଠ କାର୍ଯ୍ୟକର୍ତ୍ତା ଓ ପଦାଧିକାରୀ ମାନେ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande