ରାଜନୀତି ବିଭାଗୀୟ ଆଲୋଚନା ଚକ୍ର ଏବଂ ସ୍ନାତକୋତର ଶେଷ ବର୍ଷର ଛାତ୍ରଛାତ୍ରୀଙ୍କ ବିଦାୟ ସମ୍ବର୍ଦ୍ଧନା ସଭା
ନୂଆପଡ଼ା, ୨୯ ମାର୍ଚ୍ଚ (ହି.ସ.) - ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ଥିତ ସ୍ୱଂୟଶାସିତ କଲେଜରେ ରାଜନୀତି ବିଜ୍ଞାନ ବିଭାଗୀୟ ବିଦାୟ ସମ୍ବର୍ଦ୍ଧନା ପର୍ବ ସହ ସାମ୍ପ୍ରତିକ ସମୟର ରାଜନୈତିକ ଜୀବନ ଭିତିକ ଆଲୋଚନା ଚକ୍ର ଆଜି ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ପ୍ରଶାନ୍ତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ
Alochona chakra anusthita


ନୂଆପଡ଼ା, ୨୯ ମାର୍ଚ୍ଚ (ହି.ସ.) - ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ଥିତ ସ୍ୱଂୟଶାସିତ କଲେଜରେ ରାଜନୀତି ବିଜ୍ଞାନ ବିଭାଗୀୟ ବିଦାୟ ସମ୍ବର୍ଦ୍ଧନା ପର୍ବ ସହ ସାମ୍ପ୍ରତିକ ସମୟର ରାଜନୈତିକ ଜୀବନ ଭିତିକ ଆଲୋଚନା ଚକ୍ର ଆଜି ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ପ୍ରଶାନ୍ତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ସମାଜ ତଥା ଛାତ୍ରଙ୍କ ଭବିଷ୍ୟତ କାର?୍ୟ୍ୟପନ୍ଥା ଦିଗରେ ରାଜନୀତିର ଭୂମିକା ସମ୍ପର୍କରେ ଆଲୋଚନା ହୋଇଥିଲା । ମଂଚରେ ଯୁକ୍ତ ଦୁଇ ଅଧ୍ୟକ୍ଷ ଡ଼ ରଣବୀର ସିଂହ, ଛାତ୍ର କଲ୍ୟାଣ ଅଧିକାରିଣୀ ଅଧ୍ୟାପିକା ଡ଼ ଗୀତାଶ୍ରୀ ପ୍ରିୟମ୍ବଦା, ବିଭାଗୀୟ ମୁଖ୍ୟ ତଥା ପରୀକ୍ଷା ନିୟନ୍ତ୍ରକ ଅଧ୍ୟାପକ ସୁନୀଲ କୁମାର ପାଢୀ, ବିଭାଗୀୟ ଅଧ୍ୟାପିକା ବିୟୁଟି ଅଗ୍ରୱାଲ, ଅଧ୍ୟାପିକା ଅର୍ପିତା ମଞ୍ଜରୀ ପଣ୍ଡା, ଅଧ୍ୟାପକ ଜଳନ୍ଧର ଦୁରିଆ ପ୍ରମୁଖ ବିଷୟ ବସ୍ତୁ ସମ୍ପର୍କରେ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ । ଅଧ୍ୟକ୍ଷ ଶ୍ରୀପଣ୍ଡା ଏବଂ ସମସ୍ତ ଅଧ୍ୟାପକ/ଅଧ୍ୟାପିକା ସ୍ନାତକୋତର ଶେଷ ବର୍ଷୀୟ ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରିବା ସହ ସେମାନଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀ ଆଲୋଚନା ବିଷୟରେ ସୁଚିନ୍ତିତ ମତାମତ ପ୍ରଦାନ କରିବା ସହ ବିଦାୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ ଉତମ ଭାବରେ ସମ୍ପାଦିତ କରିଥିଲେ । ସ୍ନାତକୋତର ଦ୍ୱିତୀୟ ବର୍ଷର ଛାତ୍ର ସ୍ୱପ୍ନ ସୁନ୍ଦର ରାଉତରାୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande