କ୍ଵାକ ଭରସାରେ ଗ୍ରାମାଞ୍ଚଳ ସ୍ଵାସ୍ଥ୍ୟସେବା, ରୋଗୀଙ୍କ ଜୀବନ ପ୍ରତି ରହୁଛି ବିପଦ
ଜୟପୁର, ୨୯ ମାର୍ଚ୍ଚ (ହି.ସ.)- କୋରାପୁଟ ଜିଲ୍ଲାରେ ପ୍ରାୟତଃ ସମସ୍ତ ଗ୍ରାମାଞ୍ଚଳରେ ଲୋକଙ୍କ ପାଖରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ସରକାରଙ୍କ ପକ୍ଷରୁ ହସ୍ପିଟାଲ, ଜିଲା ହସପିଟାଲ ତିଆରି କରି ସେବା ଯୋଗାଇ ଆସୁଛନ୍ତି । ତଥାପି କିଛି ଲୋକେ ମେଡିକାଲ ନ ଆସି ଅପ୍ରଶିକ୍ଷିତ କ୍ୱାକ୍ ଭରସା
କ୍ୱାକ ଭରସାରେ ଗ୍ରାମାଞ୍ଚଳ ସ୍ୱାସ୍ଥ୍ୟସେବା ରୋଗୀଙ୍କ ଜୀବନ ପ୍ରତି ରହୁଛି   ବିପଦ


ଜୟପୁର,

୨୯ ମାର୍ଚ୍ଚ (ହି.ସ.)-

କୋରାପୁଟ ଜିଲ୍ଲାରେ ପ୍ରାୟତଃ ସମସ୍ତ ଗ୍ରାମାଞ୍ଚଳରେ ଲୋକଙ୍କ ପାଖରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ସରକାରଙ୍କ ପକ୍ଷରୁ

ହସ୍ପିଟାଲ, ଜିଲା ହସପିଟାଲ ତିଆରି କରି ସେବା ଯୋଗାଇ

ଆସୁଛନ୍ତି । ତଥାପି କିଛି ଲୋକେ ମେଡିକାଲ

ନ ଆସି ଅପ୍ରଶିକ୍ଷିତ କ୍ୱାକ୍ ଭରସାରେ ରହି

ଧନ ଜୀବନ କ୍ଷୟକ୍ଷତି କରୁଛନ୍ତି । କେବଳ

ଗ୍ରାମାଞ୍ଚଳରେ କ୍ୱାକ ରାଜ ଚାଲିଛି ତାହା ନୁହେଁ

ସହରରେ ମଧ୍ୟ କ୍ୱାକ୍ ମାନେ ନିଜର କାୟା

ବିସ୍ତାର କରିବାରେ ଲାଗିଛନ୍ତି । ଆଶ୍ଚର୍ଯ୍ୟର

କଥା ହେଲା କୌଣସି କ୍ୱାକ୍ ପାଖରେ ନା

ଅନୁମତି ଅଛି ନା ଅଭିଜ୍ଞତା ଅଛି ନା

ଲାଇସେନ୍ସ ଅଛି । କେବଳ ଲୋକଙ୍କ ଠାରୁ

ପଇସା ଠକି ନିଜର ପକେଟ ଗରମ କରୁଛନ୍ତି ।

ମୁଖ୍ୟତଃ ଗ୍ରାମାଞ୍ଚଳରେ ଏମାନେ ସବୁ

ସାଜିଛନ୍ତି ଗୋଟିଏ ଗୋଟିଏ ବିନା ଡିଗ୍ରୀ

ଧାରୀ ଡାକ୍ତର। ଜିଲ୍ଲାର ଅନେକ ଛୋଟ ଛୋଟ

ଗ୍ରାମ ମାନଙ୍କରେ ଏମାନେ ଗୋଟିଏ

ଗୋଟିଏ କ୍ଲିନିକ୍ ଖୋଲି ଲୋକଙ୍କ ଜୀବନ

ସହିତ ଖେଳୁଛନ୍ତି । ଏମାନଙ୍କୁ ନିୟନ୍ତ୍ରଣ

କରିବାକୁ ନା ସ୍ଥାନୀୟ ପ୍ରଶାସନ ରୁଚି

ଦେଖାଉଛି ନା ଜିଲ୍ଲା ପ୍ରଶାସନ ରୁଚି

ଦେଖାଉଛି । କ୍ୱାକମାନଙ୍କ ଶୋଷଣ ନୀତି

ଯୋଗୁଁ ଅନେକ ରୋଗୀ ମୃତ୍ୟୁ ମୁଖରେ

ପଡ଼ିଥିବା ଅନେକ ଉଦାହରଣ ଥିଲେ ମଧ୍ୟ

ପ୍ରଶାସନ ପକ୍ଷରୁ ଲୋକଙ୍କୁ ସଚେତନ

କରାଯାଉନାହିଁ । କ୍ୱାକ ମାନେ ଔଷଧ

ନେଉଥିବା ଔଷଧ ଦୋକାନୀଙ୍କୁ ତାଗିଦ୍

କରାଯାଉ ନାହିଁ । କିଛି ଔଷଧ ଦୋକାନୀ କିଛି

ପଇସାର ଲାଭ ପାଇଁ ବିନା ଡାକ୍ତର ପରାମର୍ଶ

ଓ ବିନା ପେସକ୍ରିପସନ୍ ରେ କ୍ୱାକ ମାନଙ୍କୁ

ଔଷଧ ବିକ୍ରି କରି କ୍ୱାକ ମାନଙ୍କୁ ପରୋକ୍ଷ

ଭାବରେ ସାହାଯ୍ୟ କରୁଛନ୍ତି । ଗ୍ରାମାଞ୍ଚଳରେ ହେଉ କିମ୍ବା

ସହାଞ୍ଚଳରେ ହେଉ କିଛି ରୋଗ ଆକସ୍ମିକ

ହେଲେ ପ୍ରଥମେ କ୍ୱାକକୁ ଡାକି ଚିକିତ୍ସା

କରାଉଛନ୍ତି ଓ ଶେଷରେ କ୍ୱାକ ଦ୍ୱାରା ରୋଗ

ଭଲ ନହେଲେ କିମ୍ବା କ୍ୱାକ ହାତ ଟେକି

ଦେଲେ ଲୋକେ ଶେଷ ମୁହୂର୍ତ୍ତରେ ମେଡିକାଲ

ଆଣୁଛନ୍ତି । ଦରକାର ପଡିଲେ ଡାକ୍ତରଖାନାର

ଡାକ୍ତର ରୋଗୀଙ୍କ ସମ୍ପର୍କୀୟଙ୍କୁ ହସ୍ପିଟାଲ

ଆଣିବାରେ ଡେରି କରିଦେଲ ଆମେ ରୋଗୀଙ୍କ

ଜୀବନ ବଞ୍ଚାଇ ପାରିଲୁନାହିଁ ବୋଲି କହିବାର

ଅନେକ ଉଦାହରଣ ରହିଛି । ବର୍ତ୍ତମାନ

ଦେଖିବାକୁ ମିଳୁଛି କିଛି କ୍ୱାକ ଏହି ଲାଇନ ରେ

ନିଜର ପୁଅ ମାନଙ୍କୁ ମଧ୍ୟ ନିୟୋଜିତ

କରାଇଲେଣି । ସେପଟେ କ୍ୱାକ ମାନଙ୍କ

ଭରସାରେ ଗାଆଁ ଗାଆଁ ରେ ବିନା ଅନୁମତିରେ

ଛତୁ ଫୁଟିଲା ଭଳି ଔଷଧ ଦୋକାନ ଖୋଲା

ଚାଲିଛି ସେହି ଔଷଧ ଦୋକାନ କେବଳ

କ୍ୱାକମାନଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ଅନେକ

ଲୋକ ଅଭିଯୋଗ କରିଛନ୍ତି । ସେହି ଔଷଧ

ଦୋକାନ ମାନଙ୍କରେ କେବେ ବି ପ୍ରଶାସନ

ପକ୍ଷରୁ ଦୃଷ୍ଟି ଦିଆଯାଇ ନାହିଁ କି ଲାଗୁଛି ଆଗକୁ

ମଧ୍ୟ ଦୃଷ୍ଟି ଦିଆଯିବ ନାହିଁ କୋରାପୁଟ ଜିଲା ଭଳି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଔଷଧ ଦୋକାନକୁ ଦୃଷ୍ଟି ଦେବା ପାଇଁ ଡ୍ରଗ ଇନ୍ସପେକ୍ଟରଙ୍କ ନିକଟରେ ଦାବି କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande