

ବଲାଙ୍ଗୀର,୨୯ ମାର୍ଚ୍ଚ(ହି.ସ.) – ବଲାଙ୍ଗୀର ପାଟଣା ରାଜ୍ୟ ସମୟରେ ଚାଲି ଆସୁଥିବା ସମୟର ରାମଲିଳା ନାଟକ ଏ ବର୍ଷ ଗତ ୨୭ ତାରିଖ ରାମ ନବମୀରୁ ଶୋଭାଯାତ୍ରା ସହ ସହରର ରାମଜୀ ପଡା ମନ୍ଦିରରୁ ବିଗ୍ରହ ବାହାରି ସହର ପରିକ୍ରମା କରିଥିଲା । ଜଗନ୍ନାଥପଡା ସ୍ଥିତ ରାମଲିଳା ମହୋତ୍ସବ ନାଟ୍ୟଗୁରୁ ବାଳମୁକୁନ୍ଦ ବେହେରା ଙ୍କ ବୈଶ୍ୟ ସଦାଶିବ ରଚିତ ରାମଲିଳା କଣ୍ଠରେ ଗାନ କରି ଉଦ୍ଘାଟିତ କରିଥିଲେ। ରାମ ବନ୍ଦନାରୁ ଆରମ୍ଭ ହୋଇ ବ୍ରହ୍ମା ଶିବକୁ ଜଣାଇଥିଲା ରାମାୟଣ କଥା ତାହା ଶୁଣି ମହାଦେବ ମାତା ପାର୍ବତିଙ୍କୁ ରାମ କଥା ଶୁଣାଇଥିଲେ ଏଠୁ ରାମଲିଳା ଆରମ୍ଭ ହୋଇଥିଲା। ବିଶ୍ୱାମିତ୍ର ଋଷି ରାମ ଲକ୍ଷ୍ମଣ ଦୁଇ ଭାଇଙ୍କୁ ନେଇ ତାଡକା ବଧ, ମିଥିଲା ପ୍ରବେଶ ଓ ଧନୁ ଭଙ୍ଗ ଆୟୋଜିତ ହୋଇଥିଲା। ଏଥିରେ ଡା. ରୁଦ୍ର ନାରାୟଣ ପଟେଲ ଦୁଇଟି ଭୂମିକାରେ ଅଭିନୟ କରିଥିଲେ। ଶିବ ଏବଂ ଜନକ ରାଜା ରେ ଅଭିନୟ କରିଥିଲେ। ଲୋକଙ୍କ ମନରେ ଅଭିନୟ ବେଶ୍ ଚର୍ଚ୍ଚାର ବିଷୟ ଥିଲା। ଛଉ ନୃୃତ୍ୟ ତାଳେ ତାଳେ ୧୫୦ ବର୍ଷର ସର୍ବପୁରାତନ ମୁଖା ପିନ୍ଧି ମନ ମୋହିଥିଲା।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ