ଏସସସିବି ଅଗ୍ନିକାଣ୍ଡ ଘଟଣା : ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ମିଳିତ ବିରୋଧୀ ଦଳ ପକ୍ଷରୁ ଗଣଧାରଣା କାଲି
ଭୁବନେଶ୍ୱର, ୨୯ ମାର୍ଚ୍ଚ (ହି.ସ.) - କଟକ ଏସ୍.ସି.ବି. ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ୧୩ଜଣ ରୋଗୀଙ୍କ ମୃତ୍ୟୁ ଘଟଣାରେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ମିଳିତ ବିରୋଧୀ ଦଳ ପକ୍ଷରୁ ଆସନ୍ତାକାଲି (ସୋମବାର) ରାଜ୍ୟସ୍ତରୀୟ ଗଣଧାରଣା ଅନୁଷ୍ଠିତ ହେବ। ୧୦ଟି ବିରୋଧୀ ଦ
ଏସସସିବି ଅଗ୍ନିକାଣ୍ଡ ଘଟଣା : ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ମିଳିତ ବିରୋଧୀ ଦଳ ପକ୍ଷରୁ ଗଣଧାରଣା କାଲି


ଭୁବନେଶ୍ୱର, ୨୯ ମାର୍ଚ୍ଚ (ହି.ସ.) - କଟକ ଏସ୍.ସି.ବି. ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ୧୩ଜଣ ରୋଗୀଙ୍କ ମୃତ୍ୟୁ ଘଟଣାରେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ମିଳିତ ବିରୋଧୀ ଦଳ ପକ୍ଷରୁ ଆସନ୍ତାକାଲି (ସୋମବାର) ରାଜ୍ୟସ୍ତରୀୟ ଗଣଧାରଣା ଅନୁଷ୍ଠିତ ହେବ। ୧୦ଟି ବିରୋଧୀ ଦଳ ପକ୍ଷରୁ ମିଳିତ ଭାବେ ଭୁବନେଶ୍ୱର ଲୋୟର ପିଏମଜିରେ ଧାରଣା ଦିଆଯିବ। ଗଣଧାରଣାରେ ସାମିଲ ହେବାକୁ ଥିବା ଦଳ ଗୁଡିକ ହେଲେ ବିଜୁ ଜନତା ଦଳ, ଭାରତୀୟ ଜାତୀୟ କଂଗ୍ରେସ, ଭାରତୀୟ କମ୍ୟୁନିଷ୍ଟ ପାର୍ଟି, ଭାରତର କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ), ସି.ପି.ଆଇ.(ଏମ୍-ଏଲ୍)- ଲିବେରେସନ୍, ଅଲ୍ ଇଣ୍ଡିଆ ଫରୱାର୍ଡ଼ ବ୍ଲକ, ଏନ୍ସିପି (ଶରଦ ପୱାର), ରାଷ୍ଟ୍ରୀୟ ଜନତା ଦଳ, ସମତା କ୍ରାନ୍ତି ଦଳ, ସମାଜବାଦୀ ପାର୍ଟି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande