ଡିଏଚଏଚରୁ ଅକ୍ସିଜେନ ତମ୍ବା ପାଇପ ଚୋରି ମାମଲା ୩ଜଣକୁ ଗିରଫ କଲା ସଦରପୁଲିସ
ଜୟପୁର, ୨୯ ମାର୍ଚ୍ଚ (ହି.ସ.) - ଜିଲ୍ଲା ହସପିଟାଲରୁ ଅକ୍ସିଜେନ ଯୋଗାଣ ତମ୍ବା ପାଇପ ଚୋରି ମାମଲାରେ ଆଜି ଜୟପୁର ସଦରପୁଲିସ ୩ଜଣକୁ କୋର୍ଟ ଚାଲାଣ କରିଛି। ଘଟଣା ସ୍ଥଳରେ ସୁରକ୍ଷା କର୍ମୀ ଜଣକୁ କାବୁ କରିଥିବା ବେଳେ ଆଜି ଅନ୍ୟ ଦୁଇଜଣକୁ ଆଜି ଗିରଫ କରିଛି। ସୂଚନା ଅନୁଯାୟୀ ଗତ ୨୮ ତାରିଖ ପାହାନ୍ତିଆରେ
ଡିଏଚଏଚରୁ ଅକ୍ସିଜେନ ତମ୍ବା ପାଇପ ଚୋରି ମାମଲା  ୩ଜଣକୁ ଗିରଫ କଲା ସଦରପୁଲିସ


ଜୟପୁର, ୨୯ ମାର୍ଚ୍ଚ (ହି.ସ.) - ଜିଲ୍ଲା ହସପିଟାଲରୁ ଅକ୍ସିଜେନ ଯୋଗାଣ ତମ୍ବା ପାଇପ ଚୋରି ମାମଲାରେ ଆଜି ଜୟପୁର ସଦରପୁଲିସ ୩ଜଣକୁ କୋର୍ଟ ଚାଲାଣ କରିଛି। ଘଟଣା ସ୍ଥଳରେ ସୁରକ୍ଷା କର୍ମୀ ଜଣକୁ କାବୁ କରିଥିବା ବେଳେ ଆଜି ଅନ୍ୟ ଦୁଇଜଣକୁ ଆଜି ଗିରଫ କରିଛି। ସୂଚନା ଅନୁଯାୟୀ ଗତ ୨୮ ତାରିଖ ପାହାନ୍ତିଆରେ କେତେକ ଦୁର୍ବୁତ ଡିଏଚଏଚରେ ପଶିଥିଲେ। ପରିସରରେ ଥିବା ଅକ୍ସିଜେନ ପ୍ଲାଂଟ ପଛପଟେ ଥିବା ତମ୍ବାପାଇପ ଭାଙ୍ଗିଦେଇଥିଲେ। ଛୋଟ ଅପ୍ସଶ ବ୍ୟାଗରେ ଭର୍ତି କରି ଯାଉଥିବା ବେଳେ ଡାକ୍ତରଖାନର ସୁରକ୍ଷାକର୍ମୀ ଗୋପୀନାଥ ଭଟବାଲ ହାତରେ ଧରାପଡିଥିଲେ। ବ୍ୟାଗ ଯାଂଚ କରିବା ସମୟରେ ବ୍ୟାଗରୁ ତମ୍ବାତାର ମିଳିଥିବା ଦେଖିବା ବେଳକୁ ଅନ୍ୟ ଦୁଇ ଜଣ ଘଟଣା ସ୍ଥଳରୁ ଚମ୍ପଟ ମାରିଦେଇଥିଲେ। ଖବରପାଇ ସଦରପୁଲିସ ଘଟଣା ସ୍ଥଳରେ ପହଁଚି କାବୁ କରିଥିବା ଯୁବକକୁ ଥାନାରେ ଅଟକ ରଖିଥିଲା। ଆଜି ପାଇକସାହି ଅଂଚଳର ମଦନ ନାୟକ(୧୯),ଚିଲିଗୁଡା ଅଂଚଳର ଗୋବିନ୍ଦ ହରିଜନ(୨୮),ଏବପ୍ସ ଚିଲିଗୁଡା ଅଂଚଳର ଆକାଶ ହରିଜନ(୨୦)କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସଦରଥାନା ଅଧିକାରୀ ରାମସାଦ କେ.ବି ପ୍ରକାଶ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande