ସମ୍ବିଧାନ ସଚେତନତା ଯାତ୍ରା ଆୟୋଜନ ନେଇ ପ୍ରସ୍ତୁତି
କେନ୍ଦୁଝର, ୨୯ ମାର୍ଚ୍ଚ (ହି.ସ.) - ଭୀମ ଆର୍ମି ଭାରତ ଚାଲିଥିବା ନେଇ ଆଜି ଆନନ୍ଦପୁର ବ୍ଲକର ବେଲବାହାଳି ମହାବିଦ୍ୟାଳୟ ପ୍ରାଙ୍ଗଣରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥୂଲା। ଜିଲ୍ଲା ସଭାପତି ସତ୍ୟବ୍ରତ ଜେନାଙ୍କ ଅଧ୍ୟକ୍ଷତାରେ ରେ ଆୟୋଜିତ ଏହି ବୈଠକରେ ଭାରତୀୟ ସମ୍ବିଧାନ ପ୍ରଣେତା ଡଃ ଭୀମରାଓ ଆମ୍
ସମ୍ବିଧାନ ସଚେତନତା ଯାତ୍ରା ଆୟୋଜନ ନେଇ ପ୍ରସ୍ତୁତି


କେନ୍ଦୁଝର, ୨୯ ମାର୍ଚ୍ଚ (ହି.ସ.) - ଭୀମ ଆର୍ମି ଭାରତ ଚାଲିଥିବା ନେଇ ଆଜି ଆନନ୍ଦପୁର ବ୍ଲକର ବେଲବାହାଳି ମହାବିଦ୍ୟାଳୟ ପ୍ରାଙ୍ଗଣରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥୂଲା। ଜିଲ୍ଲା ସଭାପତି ସତ୍ୟବ୍ରତ ଜେନାଙ୍କ ଅଧ୍ୟକ୍ଷତାରେ ରେ ଆୟୋଜିତ ଏହି ବୈଠକରେ ଭାରତୀୟ ସମ୍ବିଧାନ ପ୍ରଣେତା ଡଃ ଭୀମରାଓ ଆମ୍ବେଦକରଙ୍କ ଜନ୍ମ ଜୟନ୍ଧୀକୁ ଏବର୍ଷ ଭବ୍ୟ ଓ ଆଡମ୍ବର ସହ ପାଳନ କରିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା। ଏହି ଅବସରରେ ବିଶାଳ ବାଇକ ଶୋଭାଯାତ୍ରା ସହ ସମ୍ବିଧାନ ସଚେତନତା ଯାତ୍ରା ଆୟୋଜନ କରାଯିବା ସହ ଆନନ୍ଦପୁର ଉପଖଣ୍ଡ ସ୍ତରରେ ଏକ ବଡ଼ ଜନସମ୍ମିଳନୀ କରିବାକୁ ସମସ୍ତ କାର୍ଯ୍ୟକର୍ତାମାନେ ମତ ପ୍ରକାଶ କରିଥିଲେ। ଏହା ପାଇଁ ଜୋରଦାର ପ୍ରସ୍ତୁତି ବୋଲି ସୂଚିତ କରାଯାଇଛି। ଶୋଭାଯ ଶୋଭାଯାତ୍ରା ସମ ମୟରେ ପରିବେଶ ସୁରକ୍ଷା ଓ ରୋଗୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖ୍ ଡିଜେ ସାଉଣ୍ଡ ବ୍ୟବହାର ନକରି ଦେଶୀ ସିଂଘ ବାଜା ଓ ଅଳ୍ପ ଧ୍ୱନିର ବାଦ୍ୟ ବ୍ୟବହାର କରିବାକୁ ବୈଠକରେ ନିଷ୍କୃତି ହୋଇଥିଲା।ହାଟଡିହି, ଆନନ୍ଦପୁର ଓ ଘସିପୁରା ଏହି ତିନିଟି ବ୍ଲକରୁ ଶୋଭାଯାତ୍ରା ବାହାରି ଆନନ୍ଦପୁର ଉପଖଣ୍ଡରେ ନଗର ପରିକ୍ରମା କରି ଶାଳପଡା ବାଇପାସ ସୁଡୁସୁଡ଼ିଆ ଆମ୍ବେଦକର ଛକରେ ଥିବା ବାବା ସାହେବଙ୍କ ପ୍ରତିମୂର୍ତି ପାଖରେ ଶ୍ରଦ୍ଧାଞ୍ଜଳି ଜଣାଇବେ। ପରେ ସେଠାରେ ଏକ ଜନସଭା ଓ ଉଦ୍ୱୋଧନ କାର୍ଯ୍ୟକ୍ରମ ଆୟୋଜନ ହେବ ବୋଲି ସ୍ଥିର କରାଯାଇଛି। ବୈଠକରେ ରଶ୍ମିରଞ୍ଜନ ଜେନା, ଦୀପକ ମୁଖୀ, ବୁଧନ ସିଂ ହେମ୍ବ୍ରମ, ବାଇଧର ଜେନା, ଶ୍ରୀକାନ୍ତ ମଲ୍ଲିକ, ପପୁନ ହେମ୍ବ୍ରମ, ଲୋକନାଥ ଜେନା, ତାପସ ଜେନା, ନରହରି ଜେନା, ପ୍ରକାଶ ଜେନା, ଶନି ନାହାକ, ଜଗନ୍ନାଥ ଜେନା, ସେକ ମୁଜାରୁଦ୍ଦିନ, ଚନ୍ଦ୍ରକାନ୍ତ ଜେନା, ସୁବ୍ରତ କୁମାର ଜେନା, ନଣ୍ଡା ଜେନା, ଅନାଦି ଜେନା ଓ ଲିପୁନ ଜେନା ସହ ଭୀମ୍ ଆର୍ମିର ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ଶେଷରେ ଘସିପୁରା ବ୍ଲକ ସଭାପତି ରଶ୍ମିରଞ୍ଜନ ଧନ୍ୟବାଦ ଏକତା ମିଶନଙ୍କ ପକ୍ଷରୁ ଆମ୍ବେଦକର ଜୟନ୍ତୀ ପାଳନକୁ ଜଣାଇଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande