ଦୁର୍ଗାପୁରରେ ନବନିର୍ମିତ ଶ୍ରୀରାମ ମନ୍ଦିରର ରତ୍ନମୁଦ ପ୍ରତିଷ୍ଠା ଉତ୍ସବ
କେନ୍ଦୁଝର,୨୯ ମାର୍ଚ୍ଚ(ହି.ସ.) – ଚମ୍ପୁଆ ଉପଖଣ୍ଡ ଝୁମ୍ପୁରା ବ୍ଲକ ଅର୍ଶଳା ପଂଚାୟତ ଅନ୍ତର୍ଗତ ଦୁର୍ଗାପୁର ଗ୍ରାମବାସୀ ବୃନ୍ଦଙ୍କ ଆନୁକୂଲ୍ୟରେ ମର୍ଯ୍ୟାଦା ପୁରୁଷୋତମ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ନବନିର୍ମିତ ଶ୍ରୀରାମ ମନ୍ଦିରର ଶୁଭ ରତ୍ନମୁଦ ପ୍ରତିଷ୍ଠା ଉତ୍ସବ ଯଥାବିଧି ମହାସମାରୋହରେ ପାଳନ କରାଯାଇଛ
ଦୁର୍ଗାପୁରରେ ନବନିର୍ମିତ ଶ୍ରୀରାମ ମନ୍ଦିରର ରତ୍ନମୁଦ ପ୍ରତିଷ୍ଠା ଉତ୍ସବ


କେନ୍ଦୁଝର,୨୯ ମାର୍ଚ୍ଚ(ହି.ସ.) – ଚମ୍ପୁଆ ଉପଖଣ୍ଡ ଝୁମ୍ପୁରା ବ୍ଲକ ଅର୍ଶଳା ପଂଚାୟତ ଅନ୍ତର୍ଗତ ଦୁର୍ଗାପୁର ଗ୍ରାମବାସୀ ବୃନ୍ଦଙ୍କ ଆନୁକୂଲ୍ୟରେ ମର୍ଯ୍ୟାଦା ପୁରୁଷୋତମ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ନବନିର୍ମିତ ଶ୍ରୀରାମ ମନ୍ଦିରର ଶୁଭ ରତ୍ନମୁଦ ପ୍ରତିଷ୍ଠା ଉତ୍ସବ ଯଥାବିଧି ମହାସମାରୋହରେ ପାଳନ କରାଯାଇଛି କ୍ଷ ମୁଖ୍ୟପୂଜକ ଡ଼.ଦେବଦତ ସଡଙ୍ଗୀଙ୍କ ସହିତ ସହପୂଜକ ଭାବେ ଡ଼ ବିଚିତ୍ରା ନନ୍ଦ ଓ ବଳରାମ ଦାଶ ରୀତିନୀତି ଅନୁଯାଇ ସମସ୍ତ ପୂଜାବିଧି ସମ୍ପର୍ଣ୍ଣ କରିଥିଲେ।

ଏହି ପ୍ରତିଷ୍ଠା ଉତ୍ସବ ଅବସରରେ ମୁଖ୍ୟ ଅତିଥି ଭାବେ ଚମ୍ପୁଆ ନିର୍ବାଚନ ମଣ୍ଡଳୀର କେନ୍ଦୁଝର ଜ଼ିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ବିଶିଷ୍ଠ ସମାଜସେବୀ ଶ୍ରୀମନ୍ତ କୁମାର ତ୍ରିପାଠୀ ଯୋଗଦେଇ ଉତ୍ସକ୍ଷହିତ କରିଥିଲେ। ଏହି ଅବସରରେ ମନ୍ଦିର କମିଟି ସଦସ୍ୟ ଅଖିଳ ନାଏକ, ଅର୍ଶଳା ପଂଚାୟତ ସରପଂଚ ହେମଲତା ନାଏକ, ଝୁମ୍ପୁରା ପଂଚାୟତ ସରପଂଚ ରେବତୀ ବିରୁଆ, ପୂର୍ବତନ ସରପଂଚ ପ୍ରସନ୍ନ ନାଏକ, ପୂର୍ବତନ ସରପଂଚ ପାର୍ବତୀ ମୁଣ୍ଡା, ସନାତନ ନାଏକ, ଖଗେଶ୍ୱର ନାଏକ, ସୁରେଶ ମହାନ୍ତ, ଘନଶ୍ୟାମ ମୁଣ୍ଡା, ତତ ମୁଣ୍ଡା, ଅଶୋକ ନାଏକ, ମୋହନ ଚରଣ ସେଠୀ, ତାପସ ନାଏକ, ପଦ୍ମିନୀ ନାଏକ, ଯଶୋଦା ନାଏକ, ମାଳତି ନାଏକ, ପାର୍ବତୀ ନାଏକ, ସରୋଜିନୀ ସେଠୀ, ପାରିଜାତ ନାଏକ, ମାନସ ରଞ୍ଜନ ସେଠୀ, ସରସ୍ୱତୀ ନାଏକ ପ୍ରମୁଖ ଉପସ୍ଥିତ ଥିଲେ। ଶତାଧିକ ଭକ୍ତଙ୍କ ଜନ ଗହଳି ଏବଂ ଜୟ ଶ୍ରୀରାମ ନାରାରେ ମନ୍ଦିର ଚତୁର୍ପାଶ୍ୱ ଏକ ଆଧ୍ୟାତ୍ମିକତା ସହିତ ଉତ୍ସାହର ବାତାବରଣରେ ପରିପୂର୍ଣ୍ଣ ହୋଇ ରହିଥିଲା।

.......................................

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande