
ଜୟପୁର, ୨୯ ମାର୍ଚ୍ଚ (ହି.ସ.) - ଜୟପୁର ଉପଖଣ୍ଡର ଉପଜିଲ୍ଲାପାଳ ଭାବେ ଓଡିଶା ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ଯଦୁମଣି ନାୟକଙ୍କୁ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ଆଜି ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଓଏଏସ ଅଧିକାରୀ ଶ୍ରୀ ନାୟକ ବର୍ତମାନ ନବରଙ୍ଗପୁର ଜିଲ୍ଲା ପରିଷଦର ଅତିରିକ୍ତ ନିର୍ବାହୀ ଅଧିକାରୀ ଭାବେ ଅବସ୍ଥାପିତ ଅଛନ୍ତି । ପ୍ରକାଶ ଯେ, ଚଳିତ ମାସ ଦ୍ୱିତୀୟ ସପ୍ତାହରେ ଜୟପୁର ଉପଜିଲ୍ଲାପାଳ ଏ. ଶଶ୍ୟା ରେଡ୍ଡିଙ୍କୁ ପଦୋନ୍ନତୀ ଦିଆଯାଇ ବ୍ରହ୍ମପୁର ମହାନଗର ନିଗମର କମିଶନର ଭାବେ ବଦଳୀ ହୋଇଥିଲା । ଏହାପରେ ତାଙ୍କ ବଦଳରେ କୌଣସି ଅଧିକାରୀଙ୍କ ଉପଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇନଥିବା ବେଳେ ଉପଜିଲ୍ଲାପାଳ ଦାୟୀତ୍ୱ ଜୟପୁର ସମ୍ମନ୍ନୟ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ତୃପ୍ତୀମୟୀ ବରାଇ ଦାୟୀତ୍ୱରେ ରହିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି