
ଜୟପୁର, ୨୯ ମାର୍ଚ୍ଚ (ହି.ସ.) - ଜୟପୁର ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ ପରିସରରେ ସ୍ନାତକୋତର ଇତିହାସ ବିଭାଗ ପକ୍ଷରୁ ଚାଲିଥିବା ଓଡିଶାର କଳା ଓ ସ୍ଥାପତ୍ୟ ରୁପ ଏବଂ ପ୍ରଭାବ ସମ୍ପର୍କିତ ଦୁଇଦିନିଆ କର୍ମଶାଳା ଆଜି ଉଦଯାପିତ ହୋଇଯାଇଛି। ଏହି କର୍ମଶାଳା ଓଡିଶାର ପ୍ରାଚିନ କଳା ଓ ସ୍ଥାପତ୍ୟର ରୁପ, ଏବଂ ବିଭିନ୍ନ ପ୍ରଭାବ ଉପରେ ଆଲୋଚନା କରାଯାଇଥିଲା। ଐତିହସିକ କାଳରୁ ଆଧୁନିକ ଯୁଗ ପର୍ଯ୍ୟନ୍ତ ବିଭିନ୍ନ କଳା ରୁପକୁ ଉଜ୍ଜିବିତ କରିବା, ଓଡିଶାର କଳା ଏବଂ ସ୍ଥାପତ୍ୟର ପ୍ରଭାର ମଧ୍ୟ ଭାରତ, ଦକ୍ଷୀଣ ଭାରତ ବଂଗ ଏବଂ ଗ୍ରୀକ ପ୍ରଭାବ ସହିତ ଏବଂ ଏହାର ପ୍ରଭାବ ଉପରେ ଆଲୋଚନା କରିବା ସହ ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ ବିଷୟରେ ଆଲୋଚନା କରାଯାଇଥିଲା। ବିକ୍ରମଦେବ ବିଶ୍ୱବିଦ୍ୟାଳୟ ୧୯୪୭ ମସିହା ରାଜା ବିକ୍ରମଦେଓ ବର୍ମାଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା ଏବଂ ୨୦୨୩ ରେ ରାଜ୍ୟ ସରକାର ବିଶ୍ୱବିଦ୍ୟାଳୟ ରୁପେ ଉନ୍ନୀତ କରିଛନ୍ତି। ଇତିହାସ ବିଭାଗ ପୁରୁଣା ଓ ନୂଆ ପିଢିର ଛାତ୍ର ଛାତ୍ରୀଙ୍କୁ ପ୍ରାଚୀନ ଐତିହ୍ୟର ଅନୁସନ୍ଧାନ ଓ ସଂରକ୍ଷଣ ପାଇଁ ଇତିହାସ ବିଭାଗ ପ୍ରେରଣା ଦେଇ ଆସୁଛି। ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଡ. ସୁନୀଲ କୁମାର ପଟ୍ଟନାୟକ, ଅନ୍ୟତମ ବକ୍ତା ଭାବେ କିସ ବିଶ୍ୱବିଦ୍ୟାଳୟ ପ୍ରଫେସର ରତ୍ନାକର ମହାପାତ୍ର, ସମ୍ବଲପୁରର ସନ୍ତୋଷ କୁମାର ମଲ୍ଲିକ, ବିକ୍ରମଦେବ ବିଶ୍ୱବିଦ୍ୟାଳୟର ପ୍ରଫେସର ଲକ୍ଷ୍ମଣ ପାତ୍ର, ଗୁଣୁପୁର କଲେଜର ସତ୍ୟବାନ ଗରଡା, ଏବଂ ନୂଆଦିଲ୍ଲୀ ସର୍ବେକ୍ଷଣ ସପ୍ସସ୍ଥାନ ପ୍ରତ୍ନତତ୍ୱବିତ୍ ଆଶିଷ ରଞ୍ଜନ ସାହୁ ଉପସ୍ଥିତ ଥିଲେ। ଶେଷରେ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଇତିହାସ ବିଭାଗର ପ୍ରଫେସର ଡ. କିଶୋର ଗୁରୁ ଧନ୍ୟବାଦ ଅର୍ପଣ କରିଥିଲେ। ଦ୍ୱିତୀୟ ଅଧିବେଶନରେ ବିକ୍ରମଦେବ ବିଶ୍ୱବିଦ୍ୟାଳୟର ଡ.ନିଳାଦ୍ରୀ ନାଥ ଦାସ ଓ କିସ ବିଶ୍ୱବିଦ୍ୟାଳୟ ଡ, ରତ୍ନାକର ମହାପାତ୍ର ଉପସ୍ଥିତ ରହି ପାପଡାହାଣ୍ଡିର ନିଳକଣ୍ଠେଶ୍ୱର ମନ୍ଦିର ଉପରେ ଆଲୋଚନା କରିଥିଲେ। ଏହି ଆଲୋଚନାରେ ପ୍ରୀୟ ରଞ୍ଜନ ସାହୁ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ସେହିପରି ବିନୋଦ କୁମାର ସାହୁ, ରତନ ପଣ୍ଡା, କୃଷ୍ଣ ମାଳୀ, ଶୁଭଶ୍ରୀ ବିଶ୍ୱାଳ, ଶ୍ରଦ୍ଧାଞ୍ଜଳୀ ଗୌଡ, ରଞ୍ଜିତା ପ୍ରଧାନ, ପଂଚାନନ ନାୟକ, ଉତମ ବିଷୋୟୀ, ସୁନିତା ପଲେଇ, ଆଶାରାଣୀ ମହାପାତ୍ର ଉପସ୍ଥିତ ରହି ଓଡିଶାର କଳା ଉପରେ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ। ଶେଷରେ ଇତିହାସ ବିଭାଗର ପ୍ରଫେସର ମିନତୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି