
ସମ୍ବଲପୁର,୨୯, ମାର୍ଚ୍ଚ (ହି.ସ.) ସମ୍ବଲପୁର ଜିଲ୍ଳା ଓକିଲ ସଂଘର ବାର୍ଷିକ ନୂତନ କର୍ମକର୍ତ୍ତା ନିର୍ବାଚନ ଗତକାଲି ଅନୁଷ୍ଠିତ ହୋଇଥିଲା । ଏଥିରେ ବରିଷ୍ଠ ଏଡ଼୍ଭୋକେଟ ଚନ୍ଦ୍ରକୁମାର ପୁରୋହିତ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ସେହିଭଳି ରବିରଞ୍ଜନ ପୂଜାରୀ ଉପସଭାପତି, ପ୍ରବୀଣ କୁମାର ସିଂହଦେଓ ସାଧାରଣ ସମ୍ପାଦକ, ରତନଲାଲ ଶର୍ମା ଯୁଗ୍ମ ସମ୍ପାଦକ ଏବଂ ସୁରଞ୍ଜିନୀ ବାରିକ୍ ସହକାରୀ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି । କାର୍ଯ୍ୟକାରୀ ସମିତିକୁ ନିର୍ବାଚିତ ଆଇନଜୀବୀମାନେ ହେଲେ ସେବତୀ ବନ୍ଛୋର୍, ଅନୁପ୍ ପଟ୍ଟନାୟକ ଦିପ୍ତୀମୟୀ ପାଢ଼ୀ, ସୁତପା ମିତ୍ର, ଆଶୁତୋଷ ବିଶି ଏବଂ ଦିଲୀପ କୁମାର ସାହୁ । ସମୁଦାୟ ପ୍ରାୟ ୮ଶହ ସଭ୍ୟ ସଭ୍ୟା ଏଡ଼ଭୋକଟଙ୍କ ମଧ୍ୟରୁ ୬୭୫ ଜଣ ମତଦାନ କରିଥିଲେ । ସଭାପତି ପଦ ପାଇଁ ୨, ଉପସଭାପତି ପଦ ପାଇଁ ୩, ସାଧାରଣ ସମ୍ପାଦକ ପଦ ପାଇଁ ୨ ଜଣ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ।
ନିିର୍ବାଚନ ପାଇଁ ସୁଧାଂଶୁ ଶେଖର ପଣ୍ଡା ନିର୍ବାଚନ ଅଧିକାରୀ ଏବଂ ପ୍ରମୋଦ କୁମାର ଦାଶ ପରାମର୍ଶଦାତା ନିଯୁକ୍ତ ହୋଇଥିବା ବେଳେ ୧୪ ଜଣ ଆଇନଜୀବୀ ସହାୟତା କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ