
ଭୁବନେଶ୍ୱର, ୨୯ ମାର୍ଚ୍ଚ (ହି.ସ.) - ବାର୍ ଆସୋସିଏସନ୍ ନିର୍ବାଚନଗୁଡ଼ିକରେ ବିଜୟଲାଭ କରିଥିବା ସଦସ୍ୟମାନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି।
ଏକ୍ସରେ ଏକ ପୋଷ୍ଟରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ଦ୍ୱାରା ପରିଚାଳିତ ବାର୍ ଆସୋସିଏସନ୍ ନିର୍ବାଚନଗୁଡ଼ିକରେ ବିଜୟଲାଭ କରିଥିବା ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ। ଆମ ଗଣତାନ୍ତ୍ରିକ ବ୍ୟବସ୍ଥାରେ ନ୍ୟାୟପାଳିକା ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ଏବଂ ଆଇନଜୀବୀମାନେ ହେଉଛନ୍ତି ସାଧାରଣ ଜନତାଙ୍କୁ ନ୍ୟାୟ ପ୍ରଦାନ କରିବାର ପ୍ରମୁଖ ସାରଥି। ମୋର ଦୃଢ଼ ବିଶ୍ୱାସ ଯେ, ଆପଣମାନଙ୍କ ନେତୃତ୍ୱରେ ଆଇନଜୀବୀ ସମାଜର ଉନ୍ନତି ହେବା ସହ ସାଧାରଣ ଜନତାଙ୍କୁ ନ୍ୟାୟ ପ୍ରଦାନ କରିବା ଦିଗରେ ଆପଣମାନେ ନିଷ୍ଠାର ସହ କାର୍ଯ୍ୟ କରିବେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା