କମେଣ୍ଟ ମରାକୁ ନେଇ ପୁଣି ବାର୍ରେ ଗଣ୍ଡଗୋଳ
ଭୁବନେଶ୍ୱର, 29 ମାର୍ଚ୍ଚ (ହି.ସ.)- ପୁଣି ବାର୍ରେ ଗଣ୍ଡଗୋଳ । ହାୱାନା ବାର୍ ସମ୍ମୁଖରେ ଭୀଷଣ ଗଣ୍ଡଗୋଳ ହୋଇଥିବା ସୂଚନା ମିଳିଛି । କମେଣ୍ଟ ମରାକୁ ନେଇ ଗଣ୍ଡଗୋଳ ହୋଇଥିବା ସୂଚନା ମିଳିଛି । ଘଣ୍ଟାଏ ଧରି ଦୁର୍ବୁତ୍ତ ମାନେ ଚଳାଇଥିଲେ ଉତ୍ପାତ । ସମ୍ବଲପୁର ଏବଂ ଗାଡକଣ
କମେଣ୍ଟ ମରାକୁ ନେଇ ପୁଣି ବାର୍ରେ ଗଣ୍ଡଗୋଳ


ଭୁବନେଶ୍ୱର, 29 ମାର୍ଚ୍ଚ (ହି.ସ.)- ପୁଣି ବାର୍ରେ ଗଣ୍ଡଗୋଳ । ହାୱାନା ବାର୍

ସମ୍ମୁଖରେ ଭୀଷଣ ଗଣ୍ଡଗୋଳ ହୋଇଥିବା ସୂଚନା ମିଳିଛି । କମେଣ୍ଟ ମରାକୁ ନେଇ ଗଣ୍ଡଗୋଳ ହୋଇଥିବା

ସୂଚନା ମିଳିଛି । ଘଣ୍ଟାଏ ଧରି ଦୁର୍ବୁତ୍ତ ମାନେ ଚଳାଇଥିଲେ ଉତ୍ପାତ । ସମ୍ବଲପୁର ଏବଂ ଗାଡକଣ

ଯୁବକଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିବା ସୂଚନା ମିଳିଛି । ସ୍ଥିତି ଆୟତ୍ତ ପାଇଁ ପୋଲିସକୁ

ନାକେଦମ୍ ହେବାକୁ ପଡ଼ିଥିଲା । ଘଟଣା ସ୍ଥଳରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ଓ ଫୋର୍ସ ପହଞ୍ଚି

ସ୍ଥିତି ନିୟନ୍ତ୍ରଣ କରିଥିଲେ । ସ୍ଥାନୀୟ

ପୋଲିସ୍ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଏହା ସହ ଉକ୍ତ ବାରରେ ଲାଗିଥିବା ସିସିଟିଭି ଫୁଟେଜକୁ

ମଧ୍ୟ ଜବତ କରିଛି ଚନ୍ଦ୍ରଶେଖରପୁର ଥାନା ପୋଲିସ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande