
ଧର୍ମଶାଳା,୨୯ମାର୍ଚ୍ଚ(ହି.ସ.) - ଯାଜପୁର ଜିଲା ବ୍ରହ୍ମବରଦା ଥାନା ହାଜତ ପରିସରରୁ ଶୁକ୍ରବାର ଭୋର ସମୟରେ ଜଣେ ଅଭିଯୁକ୍ତ ଚମ୍ପଟ ମାରି ଥିଲା । ଯାହାକୁ ନେଇ ଜିଲା ପ୍ରଶାସନ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଥିଲା । ଏହି ଘଟଣାରେ କାର୍ଯ୍ୟରେ ଅବହେଳା ପାଇଁ ଜଣେ ଏଏସ୍ଆଇ ଓ ଅନ୍ୟ ଦୁଇ କନେଷ୍ଟବଳଙ୍କୁ ଯାଜପୁର ଆରକ୍ଷୀ ଅଧିକ ନିଳମ୍ବିତ କରିଥିଲେ । ଯାହାକି ଚର୍ଚ୍ଚାର କେନ୍ଦ୍ର ବିନ୍ଧୁ ପାଲଟିଥିଲା। ଘଟଣାର ୨୪ ଘଂଟା ପୂର୍ବରୁ ବ୍ରହ୍ମବରଦା ପୁଲିସ ଉତରପ୍ରତାପ ପଂଚାୟତସ୍ଥ ଚାନ୍ଦମୋହିନୀ ନିକଟସ୍ଥ କାଜୁ ଜଙ୍ଗଲରେ ଲୁଚି ଥିବା ଅଭିଯୁକ୍ତ ଧର୍ମଶାଳା ଥାନା ଅନ୍ତର୍ଗତ ଚାନ୍ଦମୋହିନୀ ଗ୍ରାମର ଆଶିଷ ବେହେରା(୨୩) , ତାର ସହଯୋଗୀ ବାପା ଅଶୋକ ବେହେରା(୫୦)ଙ୍କୁ କାବୁ କରିଥିବା ବେଳେ ଚୋରୀ ସାମଗ୍ରୀ ରଖିବା ଅଭିଯୋଗରେ ଉକ୍ତ ଗ୍ରାମର ଜୟଦେବ ଦାସ(୩୦)ଙ୍କୁ ମଧ୍ୟ ପୁଲିସ ଘରୁ କାବୁ କରିଥିଲା । ତେବେ ପୁଲିସ ୩ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା ଜାରି ରଖିବା ସହିତ ଏହି ଘଟଣାରେ ଆଉ କାର ହାତ ଅଛି ଓ ଚୋରି ସାମଗ୍ରୀ ଜବତ କରିବା ପାଇଁ ପୁଲିସ ଉଦ୍ୟମ ଜାରି ରଖିଛି ।
ସୂଚନା ଥାଉକି,ଗତ ସେପ୍େଟମ୍ବର ମାସ ୨୭ା୯ା୨୦୨୫ ମସିହାରେ ରାଉତରାପୁର ପଂଚାୟତ ଅନ୍ତର୍ଗତ କୁଣ୍ଡପାଟଣାସ୍ଥ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରୁ ବିଭିନ୍ନ ଦୈଦୁତିକ ଓ ମେଡିକାଲର ଅତ୍ୟାବଶ୍ୟକୀୟ ସରଞ୍ଜାମ ଚୋରି ହୋଇ ଥିଲା । ଯାହାକୁ ନେଇ ସ୍ୱାସ୍ଥ୍ୟ କର୍ମଚାରୀ ବ୍ରହ୍ମବରଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହି ଘଟଣାରେ ପୁଲିସ ମାମଲରେ କେସ୍ ୨୩୨ା୨୫ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା । କିଛି ଦିନ ପୂର୍ବରୁ ଏହି ଘଟଣାରେ ଜଡିତ ଥିବା ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହିତ କିଛି ଚୋରି ସାମଗ୍ରୀ ଜବତ କରିଥିଲା । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଆଶିଷ ସେହି ଦିନଠାରୁ ଫେରାର ଥିଲା । ତେବେ ଶନିବାର ଭୋର ସମୟରେ ଏକ ଚୋରି ମାମଲାରେ ଧର୍ମଶାଳା ଥାନା ଅନ୍ତର୍ଗତ ଉତରପ୍ରତାପ ପଂଚାୟତ ଚାନ୍ଦମୋହିନୀ ଗ୍ରାମର ଅଶୋକ ବେହେରାଙ୍କ ପୁଅ ଆଶିଷ(୨୩)ଙ୍କୁ ବ୍ରହ୍ମବରଦା ପୁଲିସ ଶୁକ୍ରବାର ବିଳମ୍ବିତ ରାତିରେ ଗିରଫ କରି ଥାନା ହାଜତରେ ରଖି ଥିଲା । ତେବେ ଶନିବାର ଭୋର ସମୟରେ ପୁଲିସ କର୍ମଚାରୀଙ୍କ ଅବହେଳାରୁ ଆଶିଷ କୌଶଳ କ୍ରମେ ହାଜତ ଲକର ଓ ଗେଟର ତାଲା ଖୋଲି ଫେରାର ହୋଇ ଯାଇଥିଲା । ଆଶିଷ ପରେ ବ୍ରହ୍ମବରଦା ଗ୍ରାମ ଭତରକୁ ଚାଲି ଯାଇ ରାଜୀବ ରାଉତଙ୍କ ଏକ ହିରୋ ବାଇକ(ଓଡି୦୪ଏସ୍୦୭୭୯)ର ତାଲା ଭାଙ୍ଗି ଗାଡିକୁ ଷ୍ଟାଟ୍ କରି ନେଇ ପଳାଇ ଯାଇଥିଲେ । ତେବେ ଆଶିଷ ସାମନ୍ତରାପୁର ବ୍ରାହ୍ମଣୀ ନଦୀ ବନ୍ଧ ଉପରେ ଯାଉଥିବା ସମୟରେ ଦୃର୍ଘଟଣାର ସମ୍ମୁଖୀନ ହୋଇଥିଲା । ସେଠାରେ ୧୦୮ ଆମ୍ବୁଲାନ୍ସରେ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗୁରୁତର ଅବସ୍ଥାରେ ଭର୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ତାଙ୍କ ପିତା ଅଶୋକ କଟକ ମେଡିକାଲକୁ ପୁଅକୁ ନେବାକୁ କହି ଅଟୋରେ ବସାଇ ନେଇ ଫେରାର ହୋଇ ଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ