
ଭୁବନେଶ୍ୱର, ୨୯ ମାର୍ଚ୍ଚ (ହି.ସ.)- ଓଡ଼ିଶାର କ୍ଷମାତାସିନ ଦଳ ବିଜେପି ଦଳର ବିଧାୟକ ସାଂସଦ କ୍ଷମତା ନିଶାରେ ଅନ୍ଧ ହୋଇ ଖୋଲାଖୋଲି ମାରଣାସ୍ତ୍ର ଧରି ଆଇନ ଭଙ୍ଗ କରିବା ନେଇ କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।ଉ କ୍ତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବିଧାୟକ ଓ ପିସିସିର ଉପସଭାପତି ଦେବାଶିଷ ପଟ୍ଟନାୟକ ଓ ମୁଖପାତ୍ର ଜୟଶ୍ରୀ ପାତ୍ର ଯୋଗଦେଇ ବିଜେପି ବିଧାୟକ ଓ ସାଂସଦଙ୍କ କାର୍ଯ୍ୟକଳାପକୁ କଡା ଭର୍ଷନା କରି କହିଛନ୍ତି ଯେ, ଓଡ଼ିଶା ପରି ଶାନ୍ତି ପ୍ରିୟ ରାଜ୍ୟ ରେ ହିଂସା ବଢ଼ାଉଛି । ଟିଟଲାଗଡ ବିଜେପିର ଲୋକ ପ୍ରତିନିଧି ରାମନବମୀ ପରି ପବିତ୍ର ଦିନରେ ସର୍ବସାଧାରଣରେ ସୁରକ୍ଷା କର୍ମୀଙ୍କ ବନ୍ଧୁକ ନେଇ ଫାଙ୍କା ଗୁଳିଚାଳନା ପରି ଅପରାଧିକ କାର୍ଯ୍ୟରେ ସରକାର ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନ' ନେବା ଅତି ନିନ୍ଦନୀୟ। ଏହା କଣ ମର୍ଯ୍ୟାଦା ପୁରୁଷ ଶ୍ରୀରାମଙ୍କ ମର୍ଯ୍ୟାଦାହାନୀ ନୁହେଁ କି ବୋଲି ପ୍ରଶ୍ନ ପଚାରିବା ସହ ପୁଣି କହିଛନ୍ତି ଯେ, ଜଗନ୍ନାଥଙ୍କ ମାଟିରେ ପୁରୀ ସାଂସଦ ଖଣ୍ଡା ବୁଲାଇ ଶକ୍ତି ପ୍ରଦର୍ଶନ କରିବା ମଧ୍ୟ ଖୋଲାଖୋଲି ଭାବେ ଆଇନର ଉଲ୍ଲଂଘନ। ଟିଟଲାଗଡରେ ତଦନ୍ତ ନାଁ ରେ କେବଳ ସୁରକ୍ଷା କର୍ମୀଙ୍କୁ ନିଲମ୍ବନ କରିଦେଇ ବିଧାୟକଙ୍କୁ ସୁରକ୍ଷା ଦେଲେ ଚଳିବ ନାହିଁ। ଆଇନ ସମସ୍ତଙ୍କ ପାଇଁ ସମାନ ତେଣୁ କଂଗ୍ରେସ ଦାବି କରୁଛି ବିଧାୟକଙ୍କୁ ତୁରନ୍ତ ଗିରଫ କରାଯାଉ ନଚେତ କଂଗ୍ରେସ ଆନ୍ଦୋଳନତ୍ମକ ପଦକ୍ଷେପ ଗ୍ରହଣ କରିବ ବୋଲି ସରକାରଙ୍କୁ ସତର୍କ କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା